ଆଜିକାଲି ବ୍ୟସ୍ତବହୁଳ ସମୟ ରେ ଲୋକେ କିଛି ସମସ୍ୟା କୁ ନେଇ ସର୍ବଦା ଚିନ୍ତିତ ରହିଥାନ୍ତି I କିନ୍ତୁ ଆମ କୁ ପ୍ରକୃତି କିଛି ଏପରି ଜିନିଷ ଦେଇଛି ଯାହା ଭୟଙ୍କର ରୁ ବି ଭୟଙ୍କର ରୋଗ କୁ ଭଲ କରିଥାଏ I ଆଜି ଆମେ ଯାହା ସମ୍ବନ୍ଧ ରେ ଆଲୋଚନା କରିବାକୁ ଯାଉଛେ ଏହା ହେଉଛି ଆମେ ନିୟମିତ ରୋଷେଇ ରେ ବ୍ୟବହାର କରୁଥିବା ସାମଗ୍ରୀ ରସୁଣ I ଯାହା କୁ ସ୍ୱାଦିଷ୍ଠ ଖାଦ୍ୟ ପାଁଇ ଲୋକେ ବ୍ୟବହାର କରିଥାନ୍ତି I
ରସୁଣ ଦ୍ୱାରା ଆମ ଶରୀର ର କୁ ଅନେକ ଫାଇଦା ରହିଥାଏ I ଆପଣ ବି ଏହା ର ଉପକାରିତା ସମ୍ପର୍କ ରେ ଶୁଣି ଆଶ୍ଚଯ୍ୟ ହେବେ I ରସୁଣ କୁ ଆପଣ ଅନେକ ଉପାୟ ରେ ଖାଇପାରିବେ ଓ ସବୁ ଖାଇବା ଉପାୟ ଉପରେ ଏହା ର ଉପକାରିତା ବି ନିର୍ଭର କରିଥାଏ I ରସୁଣ ରେ ଅନେକ ଔଷଧ୍ୟ ଗୁଣ ବି ରହିଥାଏ I ତେଣୁ ଏହା କୁ ଆୟୁର୍ବେଦ ରେ ଅନେକ ରୋଗ ର ଉପକାରିତା ପାଁଇ ବ୍ୟବହାର କରାଯାଇଥାଏ I
ପ୍ରଥମ – ଯଦି ଆପଣ ନିୟମିତ ରସୁଣ ର ଏକ ପାଖୁଡା ଏକ ଗ୍ଲାସ ଉଷୁମ ପାଣି ରେ ଖାଉଛନ୍ତି ତେବେ ଏହା ଆପଣ ଙ୍କ ର ଶରୀର ର ସବୁ ବିଷାକ୍ତ ପଦାର୍ଥ କୁ ବାହାର କରିଥାଏ I ଏବଂ ଶରୀର ସୁସ୍ଥ ରହିଥାଏ I
ଦ୍ୱିତୀୟ -ନିୟମିତ ଏକ ରସୁଣ ଖାଇବା ଦ୍ୱାରା ଆପଣ ଙ୍କ ର ଶରୀର ର ରକ୍ତ ସଂଚାଳନ ସଠିକ ରହିଥାଏ I କୌଣସି ରୋଗ ର ଆଶଙ୍କା କମିଥାଏ I
ତୃତୀୟ – ନିୟମିତ ରାତି ରେ ଶୋଇବା ପୂର୍ବ ରୁ ଯଦି ଆପଣ ଏକ ରସୁଣ ଖାଉଛନ୍ତି ତେବେ ଶରୀର ର ରୋଗ ପ୍ରତିଷେଧକ ଶକ୍ତି ବଢିଥାଏ ଏବଂ ରୋଗ ର ମାତ୍ରା ଶରୀର ରୁ କମିଥାଏ I