ଯେତେବେଳେ ନିଜ ଭକ୍ତଙ୍କୁ ବଞ୍ଚାଇବା ପାଇଁ ନିଜେ Mahadev ପହଞ୍ଚିଲେ ଡାକ୍ତରଖାନାରେ, ତାପରେ ଯାହା ହେଲା

ନମସ୍କାର ବନ୍ଧୁଗଣ ଭଗଵାନ ଶିବଙ୍କର ଏପରି ଏକ ଚମତ୍କାର କଥା ଯାହାକି ଶୁଣିଲେ ଆପଣମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। ଯଦି ଆପଣମାନେ ଭାବୁଥିବେ କି ଏହି କଳିଯୁଗରେ ଭଗଵାନ କାହାକୁ ବି ରକ୍ଷା କରନ୍ତି ନାହିଁ ତେବେ ଆପଣ ଭୁଲ୍ ଭାବୁଛନ୍ତି। ଏହି ସତ୍ୟ ଘଟଣାଟି ହେଉଛି ଖୋର୍ଦ୍ଧା ଜିଲ୍ଲାର ଘଟଣା। ଏହା ୨୦୧୮ ମସିହାର କଥା ଜଣେ ସଚ୍ଚା ଭକ୍ତ ସଞ୍ଜୟଙ୍କର ବିଷୟରେ।

ସଞ୍ଜୟ ଭଗଵାନଙ୍କୁ ବୋହୁତ ବିଶ୍ୱାସ କରନ୍ତି, ଭକ୍ତି ଓ ପୂଜା କରନ୍ତି ଓ ଭଗଵାନଙ୍କର ଗୁଣ ଗାନ କରନ୍ତି। ଏଥିପାଇଁ ତାଙ୍କର କର୍ମ କ୍ଷେତ୍ରରେ ବାରମ୍ବାର ବ୍ୟାଘାତ ଘଟୁଥାଏ କାରଣ ସେ କର୍ମ କ୍ଷେତ୍ରରେ ସଂପୂର୍ଣ୍ଣ ସମୟ ଦେଇ ପାରୁନଥିଲେ। ଏଥିପାଇଁ ତାଙ୍କର ପିତା ସର୍ବଦା କ୍ରୋଧିତ ହୁଅନ୍ତି, ଗାଳି କରନ୍ତି ଏବଂ କୁହନ୍ତି ଏ ପୂଜାପାଠ, ଏଭକ୍ତି ବେକାର କଥା, ଏହା ଅବାସ୍ଥବ କଥା ଏଣୁ ଏହି ମାର୍ଗ ଛାଡି କର୍ମକ୍ଷେତ୍ରରେ ମନଧ୍ୟାନ ଦେ ଜୀବନରେ ଉନ୍ନତି କରିବୁ। ନଚେତ୍ ଦିନ ଆସିବ ତୁ ଭିକ ମାଗିବାକୁ ମଧ୍ୟ ଯୋଗ୍ୟ ରହିବୁ ନାହିଁ।

ମୁଁ ସେ ଭଗଵାନଙ୍କୁ ମାନେ ନାହିଁ। ତାଙ୍କୁ ଯେତେ ପୂଜା କରିଲେ ବି ସେ ଦୁଃଖ ଛଡା ଆଉ କିଛି କାହାରିକୁ ଦିଅନ୍ତି ନାହିଁ। ପିତାଙ୍କର ଏପରି କଟୁ କଥା ଶୁଣି ସଞ୍ଜୟଙ୍କୁ ବୋହୁତ ଆଘାତ ଆସିଥିଲା ଏବଂ ବୋହୁତ ଦୁଃଖର ସହକାରେ ସେ ଭଗଵାନଙ୍କୁ ପ୍ରାର୍ଥନା କଲେ ହେ ପ୍ରଭୁ ମୋର ପିତାଙ୍କୁ କ୍ଷମା କରନ୍ତୁ। ସେ ଆପଣଙ୍କର ମହିମା ଜାଣନ୍ତି ନାହିଁ ଏଥିପାଇଁ ସେ ଏପରି କହୁଛନ୍ତି, ତେଣୁ ତାଙ୍କୁ କ୍ଷମା କରିଦିଅନ୍ତୁ।

କିଛି ଦିନ ପରେ ତାଙ୍କ ପିତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଧୀରେ ଧୀରେ ବିଗିଡିବାକୁ ଲାଗିଲା। ବୋହୁ ଡାକ୍ତର ବୋହୁ ପରୀକ୍ଷା ନିରୀକ୍ଷା ପରେ ଜଣା ପଡିଲା ତାଙ୍କର ହୃଦୟ ରୋଗ। ଏମିତି ଏକ ମୁହୂର୍ତ୍ତ ଆସିଲା କି ତାଙ୍କ ପିତାଙ୍କର ହୃଦଘାତ ଦେଖାଦେଲା। ଶ୍ୱାସରୁଦ୍ଧ୍ର କାରଣରୁ ସେ ଆଉ ନିଶ୍ବାସ ପ୍ରଶ୍ୱାସ ନେଇ ପାରିଲେ ନାହିଁ। ଘର ପରିବାରର ସମସ୍ତେ ଭାବି ନେଇଥିଲେ କି ସେ ଆଉ ଏହି ଦୁନିଆରେ ନାହାଁନ୍ତି। ତାଙ୍କର ମୃତ୍ୟୁ ହୋଇଯାଇଛି। ଘର ପରିବାରର ସମସ୍ତେ ତାଙ୍କର ଆଶା ଛାଡି ଦେଇଥିଲେ।

କାରଣ ତାଙ୍କ ଆଖପାଖ ପଡ଼ିଶାରେ କିଛି ଶ୍ରଭ୍ରାନ୍ତ ପରିବାରରେ ଏହିପରି ଘଟଣା ଘଟିଥିଲା ଏବଂ ସେମାନେ ଅତ୍ୟନ୍ତ ଧନଶାଳୀ ଥିଲେ ମଧ୍ୟ ଏହି ରୋଗରୁ କେହିବି ଜୀବିତ ଫେରି ନଥିଲେ। ଏଣୁ ସଞ୍ଜୟ ବୋହୁତ ଭାଙ୍ଗି ପଡ଼ିଥିଲେ କାରଣ ସେ ତାଙ୍କ ପିତାଙ୍କୁ ବୋହୁତ ଭଲ ପାଉଥିଲେ କିନ୍ତୁ ତାଙ୍କ ପାଖରେ ଏତେ ବଡ ରୋଗର ଚିକିତ୍ସା ପାଇଁ ସମ୍ବଳ ନଥାଏ। ଏହି ପରିସ୍ଥିତିରେ ସେ ଶିବ ଭଗଵାନଙ୍କୁ ପ୍ରାର୍ଥନା କଲେ। ବିନତି କଲେ ହେ ଭଗଵାନ ଆପଣ ହିଁ ମୋ ପିତାଙ୍କୁ ରକ୍ଷା କରିପାରିବେ। ମୋର ଆଉ ସାହା ଭରଷା ଏହି ଦୁଅନିଆରେ ଆଉ କେହି ନୁହଁନ୍ତି ଆପଣ ହିଁ ସାହା ଭରଷା। ଏପରି ପ୍ରାର୍ଥନା କରିବା ସଙ୍ଗେ ସଙ୍ଗେ ଶିବ ଭଗଵାନଙ୍କର ମହାମୃତ୍ୟୁଞ୍ଜୟ ମନ୍ତ୍ର ମଧ୍ୟ ଜପ କରିବାକୁ ଲାଗିଲେ। ସେ ସଂପୂର୍ଣ୍ଣ ଧ୍ୟାନ ମଗ୍ନ ହୋଇଗଲେ, କିଛି କ୍ଷଣ ବିତିଗଲା ପରେ ତାଙ୍କ କାନରେ ତାଙ୍କ ପିତାଙ୍କର ସ୍ୱର ଶୁଣିବାକୁ ପାଇଲେ ପୁଅ ଉଠୁ ଏଥର ଘରକୁ ଯିବା।

ସଞ୍ଜୟ ଆଶ୍ଚର୍ଯ୍ୟ ଚକିତ ହୋଇ ଆଖି ଖୋଲି ଦେଖନ୍ତି ତ ସତରେ ତାଙ୍କ ପିତା ତାଙ୍କ ସାମ୍ନାରେ ଥିଲେ। ସଞ୍ଜୟ ବୋହୁତ ଖୁସୀ ହୋଇଗଲେ ଏବଂ ଭଗଵାନଙ୍କୁ କୋଟି କୋଟି ଧନ୍ୟବାଦ୍ ଜଣାଇଲେ। ତାଙ୍କ ପିତା କହିଲେ ପୁଅ ମୋର ବୋହୁତ ବଡ଼ ଭୁଲ୍ ହୋଇଯାଇଛି ଭଗଵାନଙ୍କୁ ଏପରି କରିବା କଥା ନୁହେଁ। କାହାରି ବିଶ୍ୱାସ ଓ ଭକ୍ତିରେ ବାଧା ଦେବା ଉଚିତ୍ ନୁହେଁ ତେଣୁ ମୁଁ ଭଗଵାନଙ୍କ ପାଖରେ କ୍ଷମା ପ୍ରାର୍ଥନା କରୁଛି। ସେ ଏହି ରୋଗ ମାଧ୍ୟମରେ ମୋ ମନକୁ ନିର୍ମଳ କରି ଦେଇଛନ୍ତି, ପବିତ୍ର କରି ଦେଇଛନ୍ତି ଏବଂ ପାପ ମୁକ୍ତ ମଧ୍ୟ କରି ଦେଇଛନ୍ତି। ସଞ୍ଜୟ ତାଙ୍କ ପିତାଙ୍କୁ ସେଥିରେ ଧରି ଘରକୁ ଫେରିଲେ। ପରିବାରର ସମସ୍ତେ ତାଙ୍କୁ ଦେଖି ସମସ୍ତେ ବୋହୁତ ଖୁସୀ ହୋଇ ଯାଇଥିଲେ।

ସଞ୍ଜୟ ସେଦିନ ରାତ୍ରୀରେ ଶାନ୍ତିରେ ସୋଇଥିଲେ ଏବଂ ସ୍ବପ୍ନରେ ଶିବ ଭଗଵାନଙ୍କୁ ଦେଖିଥିଲେ। ଶିବ ଭଗଵାନ ଏହା କହିଲେ କି ତୁମ ପିତାଙ୍କର ଡକ୍ଟର ହୋଇ ସେଠି ମୁଁ ନିଜେ ହିଁ ଥିଲି ତୁମରି ଭକ୍ତି ଓ ବିଶ୍ୱାସ ଓ ଅସ୍ଥାର କାରଣରୁ ତୁମ ପିତାଙ୍କୁ ମୁଁ ପୁନର୍ଜୀବିତ କରିଦେଲି ଏବଂ ତାଙ୍କ ପ୍ରତି ଆଉ କୌଣସି ବିପଦ ନାହିଁ। ସେ ଏବେ ସୁରକ୍ଷିତ ଅଟନ୍ତି। ତାଙ୍କର ଆୟୁଷ ଦୁଇଗୁଣ ହୋଇ ଯାଇଛି। ଏହା କହି ଶିବ ଭଗଵାନ ଅନ୍ତର୍ଦ୍ଧାନ ହୋଇଗଲେ ଏବଂ ସଞ୍ଜୟଙ୍କର ମଧ୍ୟ ନିଦ ଭାଙ୍ଗିଯାଇଥିଲା। ସେ ନିଦରୁ ଉଠି ଭଗଵାନଙ୍କୁ କୋଟି କୋଟି ପ୍ରଣାମ ଜଣାଇଥିଲେ ଏବଂ ଭଗଵାନଙ୍କର ଏହି ଚମତ୍କାରି ଗୁଣ ଗାଥା ସେ ପ୍ରଚାର ପ୍ରସାର କରିଥିଲେ। ଯାହାକି ସାରା ଖୋର୍ଦ୍ଧା ଜିଲ୍ଲାରେ ବ୍ୟାପି ଯାଇଥିଲା। ଦର୍ଶକବନ୍ଧୁ ଭଗଵାନଙ୍କ ଭକ୍ତି, ବିଶ୍ୱାସ ଓ ଆସ୍ଥା କେବେବି ବିଫଳ ଯାଇ ନଥାଏ।