ଆସିଲା ବଡ ଖୁସି ଖବର, ଏହି ଦିନରୁ ଖୋଲିବ School, ହେବ ଦଶମ ଦ୍ଵାଦଶ ପରୀକ୍ଷା, ସରକାର କଲେ ବଡ ଘୋଷଣା, ଜାଣନ୍ତୁ ପୁରା ଖବର

ନମସ୍କାର ବନ୍ଧୁଗଣ ବର୍ତ୍ତମାନର ବଡ ଖବର ପୁଣି ଖୋଲିବାକୁ ଯାଉଛି ସ୍କୁଲ୍ କଲେଜ୍ ଖୁବ୍ ଶୀଘ୍ର ହେବ ଦଶମ ଓ ଦ୍ଵାଦଶ ପରୀକ୍ଷା ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା। ତେବେ ଦର୍ଶକ ବନ୍ଧୁ ଏହାକୁ ନେଇ କଣ ରହିଛି ସମ୍ପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ମୁମ୍ବାଇରେ ସ୍କୁଲ୍ ଖୋଲିବା ପରେ ଓଡ଼ିଶାରେ ସ୍କୁଲ୍ ଖୋଲିବା ପାଇଁ ଦାବି ହେଲାଣି ରାଜ୍ୟରେ ଲଗାତାର ସଂକ୍ରମଣ ହ୍ରାସ ପାଉଥିବାରୁ ଅଭିଭାବକ ଓ ଶିକ୍ଷାବିତ୍ ସ୍କୁଲ୍ ଖୋଲିବା ପାଇଁ ଦାବି କରିଛନ୍ତି।

ରାଜ୍ୟରେ ଏବେ ପ୍ରାଥମିକ ବିଦ୍ୟାଳୟର ପିଲାଙ୍କୁ ଅନ୍ ଲାଇନ୍ ପାଠପଢା ହେଉଛି ହେଲେ ସେଥିରୁ ପିଲାମାନେ ଯେତେ ସୁଫଳ ପାଉଛନ୍ତି ତାଙ୍କୁ ନେଇ ଆଶଙ୍କା ପ୍ରକାଶ କରିଛନ୍ତି। ତେବେ ଅନ୍ ଲାଇନ୍ ପାଠପଢ଼ା ଦ୍ଵାରା ବ୍ୟାଘାତ ସୃଷ୍ଟି ହେଉଛି ଯାହାଦ୍ଵାରା କି କିଛି ପିଲାଙ୍କ ପାଖରେ ମୋବାଇଲ୍ ନଥିବା ବେଳେ କିଛି ଏରିଆରେ ନେଟୱର୍କ ଆସୁନି। ତେବେ ଗତ ୨ବର୍ଷ ହେବ ପିଲାମାନେ ସ୍କୁଲ୍ ନଯାଇ ଘରେ ରହିଛନ୍ତି ତେଣୁ ତୁରନ୍ତ ସ୍କୁଲ୍ ଖୋଲିବା ପାଇଁ ଦାବି ହେଲାଣି।

କୋରୋନାର ନୂଆ ଭ୍ୟାରିଏଣ୍ଟ ଓମୀକ୍ରନ୍ ସଂକ୍ରମଣ ବଢିବାରୁ ଗତ ଜାନୁଆରୀ ୫ ରୁ ଷଷ୍ଠରୁ ଦ୍ଵାଦଶ ଶ୍ରେଣୀ ସ୍କୁଲ୍ ପାଠପଢ଼ା ବନ୍ଦ୍ କରିଛନ୍ତି ସରକାର। ଜାନୁଆରୀ ୩ ତାରିଖରୁ ପ୍ରାଥମିକ ସ୍କୁଲ୍ ଖୋଲିବା ପାଇଁ ମଧ୍ୟ ନିଷ୍ପତି ନିଆ ଯାଇଥିଲା ହେଲେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେବାରୁ ଏହି ନିଷ୍ପତିକୁ ସ୍ତଗତ ରଖା ଯାଇଥିଲା ବର୍ତ୍ତମାନ ପିଲାମାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାରେ ଅଭିଭାବକ। ସେପଟେ ଖୁବ୍ ଶୀଘ୍ର ଦଶମ ଓ ଦ୍ଵାଦଶ ଶ୍ରେଣୀର ପରୀକ୍ଷାକୁ ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିକ୍ରିୟା।

କୋଭିଡ ପାଇଁ ରାଜ୍ୟର ସମସ୍ତ ସ୍କୁଲ କଲେଜ ବନ୍ଦ୍ ରହିଛି ତେବେ ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି ଏହାକୁ ନେଇ ଆଜି ଗଣଶିକ୍ଷା ମନ୍ତ୍ରୀ ସୌମ୍ୟରଞ୍ଜନ ଦାସ ପ୍ରତିକ୍ରିୟା ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ କୋଭିଡ ସଂକ୍ରମଣ ଉପର ତଳ ହେଉଛି ପିଲାମାନଙ୍କ ଶିକ୍ଷାଦାନକୁ ଗୁରୁତ୍ଵ ଦେଇ ପରୀକ୍ଷା କରିବାକୁ ସରକାର ଚାହୁଁଛନ୍ତି ମାତ୍ର କୋଭିଡ ପାଇଁ ହୁଏତ କିଛି ବିକଳ୍ପ ପନ୍ଥା ଗ୍ରହଣ କରାଯାଇପାରେ ଛାତ୍ରଛାତ୍ରୀ ମାନେ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ପାଇଁ ଆବଶ୍ୟକ ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନା ଯୋଗ୍ୟ ଯେ ଦୀର୍ଘ ୨ ବର୍ଷ ହେଲା କୋଭିଡ କାରଣରୁ ସ୍କୁଲ୍ ମଧ୍ୟ ବନ୍ଦ୍ ରହିଛି ମଝିରେ କୋଭିଡ ସଂକ୍ରମଣ କମିବା ପରେ ସ୍କୁଲ୍ ଖୋଲିବା ନିଷ୍ପତି ନିଆ ଯାଇଥିଲା ମାତ୍ର କିଛିଦିନ ପରେ ପୁଣି କୋଭିଡ ଉପର ମୁହାଁ ସବୁକିଛି ବିଗିଡି ଦେଇଥିଲା। ଆସନ୍ତା ୨୭ ତାରିଖରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାମାନଙ୍କର ୟୁଟ୍ୟୁବ୍ ରେ ଅନ୍ ଲାଇନ୍ ପାଠପଢ଼ା ଆରମ୍ଭ ଦେବାକୁ ଯାଉଛି। ତେବେ ଗତ ବର୍ଷ ମଧ୍ୟ ଏହି ସମୟରେ କୋଭିଡର ଦ୍ଵିତୀୟ ଲହର ଆଗମନ ପୂର୍ବ ଅନୁରୂପ ପରିସ୍ଥିତି ସୃଷ୍ଟି ହୋଇଥିଲା ଆଉ ଏବେ ଚାଲିଛି ତୃତୀୟ ଲହର ତେବେ ଏହାକୁ ନେଇ ଆଗକୁ ସରକାର ବିଚାର ବିମର୍ଷ କରୁଛନ୍ତି|

ତେବେ ଆଗକୁ ବଡ ନିଷ୍ପତି ନିଆଯିବ ଆପଣଙ୍କ ପରୀକ୍ଷା କେଉଁଭଳି ଭାବେ ହେବ ଅନ୍ ଲାଇନ୍ ହେବ କିମ୍ବା ଅଫ୍ ଲାଇନ୍ ହେବ କିନ୍ତୁ ୨୭ ତାରିଖରୁ ୟୁଟ୍ୟୁବ୍ ରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ୍ ଚାଲିବ। ସେହିଭଳି ୩୦ ଜାନୁଆରୀ ପର୍ଯ୍ୟନ୍ତ ସ୍କୁଲ୍ କଲେଜ୍ ଛୁଟି ରଖା ଯାଇଛି ତେବେ ୩୦ ତାରିଖ ପରେ ଫାଇନାଲ ନିଷ୍ପତି ନିଆଯିବ କେବେ ସ୍କୁଲ୍ ଖୋଲିବ କିନ୍ତୁ ବର୍ତ୍ତମାନ ସମୟରେ ପିଲା ପ୍ରସ୍ତୁତ ରୁହନ୍ତୁ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ଯାହାକି ଆଗକୁ ଦଶମ ଏବଂ ଦ୍ଵାଦଶ ଶ୍ରେଣୀର ପରୀକ୍ଷା ହେବାକୁ ଯାଉଛି।