ନମସ୍କାର ବନ୍ଧୁଗଣ ଆମ ଗୌରା ଆଉ ମାଉଁସ ଖାଇବନି କି ଆଉ ଗୋରସ ପିଇବ ନାହିଁ କାରଣ ଆମ ଗୌରା ଆମ ପିଣ୍ଟୁ ଭାଇ ଅଫେରା ରାଇଜର ରାଜକୁମାର ପାଲଟି ଯାଇଛନ୍ତି ଲୋକପ୍ରିୟ ଅଭିନେତା କେତେବେଳେ ହସାନ୍ତି ତ ଆଉ କେତେବେଳେ କନ୍ଦାନ୍ତି ଆମ ପିଣ୍ଟୁ ନନ୍ଦ ଗତକାଲି ରାତିରେ ହାଇଦ୍ରାବାଦର ଯଶୋଦା ହସ୍ପିଟାଲ୍ ରେ ତାଙ୍କର ପରଲୋକ ହୋଇଛି ମୃ-ତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ବୟସ ହୋଇଥିଲା |
ରାତି ପ୍ରାୟ ୧୧:୨୫ ସମୟରେ ତାଙ୍କର ମୃ-ତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ଲିଭର ସିରୋସିସ୍ ରୋଗରେ ଆକ୍ରାନ୍ତ ଥିବାବେଳେ ତାଙ୍କର ଲିଭର ନଷ୍ଟ ହୋଇ ଯାଇଥିଲା ଆଉ ଆଉ ଲିଭର ପ୍ରତ୍ୟାରୋପଣ ଆଶାରେ ଭୁବନେଶ୍ୱରରୁ ଦିଲ୍ଲୀ ଦିଲ୍ଲୀରୁ ହାଇଦ୍ରାବାଦ ନିଆଯାଇଥିଲା କିନ୍ତୁ ଏଥିପାଇଁ ୫୦ ଲକ୍ଷ ଟଙ୍କାର ଆବଶ୍ୟକତା ଥିଲା ଚିକିତ୍ସା ବିଳମ୍ବ ହୋଇଥିଲା |
ଭୁବନେଶ୍ୱରରେ ଚିକିତ୍ସିତ ହେଉଥିବା ପିଣ୍ଟୁ ନନ୍ଦଙ୍କୁ ଫେବୃୟାରୀ ୭ ତାରିଖରେ ପ୍ରଥମେ ଦିଲ୍ଲୀର ଇନଷ୍ଟଚ୍ୟୁଟ ଅଫ୍ ଲିଭରାନ୍ଟ ଭ୍ୟାଲେରି ସାଇନ୍ସକୁ ନିଆଯାଇଥିଲା କିନ୍ତୁ ସେଠାରେ ଲିଭରଦାତ୍ତା ନ ମିଳିବାରୁ ସେଠାରୁ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲ୍ ରୁ ସ୍ଥାନାନ୍ତର କରାଯାଇଥିଲା ଓଲିଉଡର ଅନେକ କଳାକାର ତାଙ୍କୁ ସହାୟତା ଦେବା ପାଇଁ ଆଗେଇ ଆସିଥିଲେ ସତ|
କିନ୍ତୁ ଯେତିକି ସହାୟତା ରାଶି ମିଳିଥିଲା କୁଆଡେ ତାଙ୍କ ରୋଗକୁ ଭଲ କରିବା ପାଇଁ ପର୍ଯ୍ୟାପ୍ତ ନଥିଲା ଯେଉଁଥିପାଇଁ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ବିଳମ୍ବ ହେଇଥିଲା ପିଣ୍ଟୁ ନନ୍ଦଙ୍କର ପତ୍ନୀ ଏବଂ ଦୁଇପୁଅ ମଧ୍ୟ ଅଛନ୍ତି କିନ୍ତୁ ପିଣ୍ଟୁ ନନ୍ଦଙ୍କ ପତ୍ନୀ ତାଙ୍କ ପାଖରେ ରହୁନଥିଲେ ପାରିବାରିକ ଝଡରେ ତାଙ୍କ ପରିବାରଟି ଭାଙ୍ଗି ଯାଇଥିଲା ଆଉ ଆଜି ପିଣ୍ଟୁ ନନ୍ଦ ନିଜେ ଅଫେରା ରାଇଜର ରାଜକୁମାର ପାଲଟି ଗଲେ।