ଅଜୟ ଦେବଗନଙ୍କ ଫିଲ୍ମ Golmaalରେ କାମ କରି ଲୋକପ୍ରିୟତା ହାସଲ କରିଥିବା କଳାକାର ମାନଙ୍କର ରିଏଲ ଲାଇଫ ପାର୍ଟନର, ଦେଖିଲେ ବିଶ୍ୱାସ କରିପାରିବେ ନାହିଁ

ଅଜୟ ଦେବଗନଙ୍କ ଅଭିନୀତ ଗୋଲମାଲ ଚଳଚ୍ଚିତ୍ର ସେଠାରେ ଅଭିନୟ କରିଥିବା ଅଭିନେତାଙ୍କ ଚମତ୍କାର ଅଭିନୟ ଯୋଗୁଁ ସୁପରହିଟ ହୋଇଥିଲା | ଆଜି ଆମେ ଏହି ପୋଷ୍ଟରେ ସେହି ଅଭିନେତା ମାନଙ୍କ ରିଅଲ ଲାଇଫ ପାଟନରଙ୍କ ବିଷୟରେ ଆଲୋଚନା କରିବାକୁ ଯାଉଛୁ | ତେବେ ଆସନ୍ତୁ ଜାଣିବା |

ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଜୟ ଦେବଗନଙ୍କ ପତ୍ନୀଙ୍କ ବିଷୟରେ ପ୍ରାୟ ସମସ୍ତେ ଜାଣିଥିବେ | ସେ ହଉଛନ୍ତି କାଜଲ | ତେବେ ଆସନ୍ତୁ ଏଥିରେ ଅଭିନୟ କରିଥିବା ଅନ୍ୟାନ୍ୟ କଳାକାର ମାନଙ୍କ ରିଅଲ ଲାଇଫ ପାଟନରଙ୍କ ବିଷୟରେ ଜାଣିବା |

ଏହି ଫିଲ୍ମରେ ଲକ୍ଷ୍ମଣ ଭୂମିକାରେ ଅଭିନେତା ସରମାନ ଯୋଶୀ ଅଭିନୟ କରିଥିଲେ | ଯିଏ କି ଜଣେ ଅନାଥ ଥିଲେ ଏବଂ ନିଜ ଶତ୍ରୁ ମାନଙ୍କ ଠାରୁ ବଂଚିବା ପାଇଁ ଏକ ଅନ୍ଧ ଦମ୍ପତିଙ୍କ ଘରେ ଆଶ୍ରୟ ନେଇଥିଲେ | ତାଙ୍କର ପତ୍ନୀଙ୍କ ନାମ ପ୍ରେରଣା ଚୋପ୍ରା ଅଟେ | ଯିଏକି ବୋଲିଉଡ଼ର ପ୍ରସିଦ୍ଧ ଅଭିନେତା ତଥା ଖଳନାୟକ ପ୍ରେମ ଚୋପ୍ରାଙ୍କ ଝିଅ ଅଟନ୍ତି | ସେମାନେ 2000 ମସିହାରେ ବିବାହ କରିଥିଲେ |

ଏହି ଫିଲ୍ମରେ ନିରାଳୀ ଭୂମିକାରେ ଅଭିନୟ କରିଥିଲେ ରିମି ସେନ | ଯାହାଙ୍କ ପାଇଁ ଗୋପାଲ, ଲକ୍ଷ୍ମଣ, ମାଧବ ଏବଂ ଲକି ଚାରିଜଣ ଯାକ ପାଗଳ ଥିଲେ | ରିମି ବର୍ତ୍ତମାନ ସୁଦ୍ଧା ବିବାହ କରିନାହାନ୍ତି | ସେ ଏବେ ନିଜ କ୍ୟାରିୟର ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଉଛନ୍ତି |

ଏହାପରେ ଏହି ତାଲିକାରେ ବଶୂଲି ଭାଇ ର ଭୂମିକା ତୁଲେଇଥିବା ଅଭିନେତା ମୁକେଶ ତିୱାରୀଙ୍କ ନାମ ଆସିଥାଏ | ଯାହାଙ୍କୁ ଗୋପାଲର ସାଙ୍ଗ ମାନେ ସବୁବେଳେ ବୋକା ବନେଇଥାନ୍ତି | ତାଙ୍କର ପତ୍ନୀଙ୍କ ନାମ ହେଲା ୱାଜୀର ନଜିର ତିୱାରୀ ଅଟେ |

ଏହାପରେ ଏହି ଫିଲ୍ମରେ ମାଧବ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅର୍ଶଦ ୱାରସୀଙ୍କ ନାମ ଏହି ତାଲିକାରେ ଆସିଥାଏ | ତାଙ୍କ ପତ୍ନୀଙ୍କ ନାମ ହେଉଛି ମାରିଆ ଗୁରେଟି | ଯାହାଙ୍କୁ ସେ 1999ରେ ବିବାହ କରିଛନ୍ତି |

ଏହାପରେ ଏହି ତାଲିକାରେ, ଏହି ଚଳଚ୍ଚିତ୍ରରେ ଲକି ଭୂମିକାରେ ଅଭିନୟ କରିଥିବା ଅଭିନେତା ତୁଷାର କାପୁରଙ୍କ ନାମ ଆସେ | ଯିଏ କି ଚଳଚିତ୍ରରେ ଜଣେ କନ୍ଦା ଯୁବକର ଭୂମିକାରେ ଅଭିନୟ କରିଥିଲେ | କିନ୍ତୁ ସେ ନିଜର ଜବରଦସ୍ତ ଏକ୍ସପ୍ରେସନ ମାଧ୍ୟମରେ ସମସ୍ତଙ୍କୁ ନିଜର ଭାବନା ବୁଝାଇବାକୁ ଚେଷ୍ଟା କରିଥିଲେ ଏବଂ ସଫଳ ମଧ୍ୟ ହୋଇଥିଲେ | ସେ ଏପର୍ଯ୍ୟନ୍ତ ବିବାହ କରିନାହାନ୍ତି | ଏମିତି ଏକ ସମୟଥିଲା ସେ ରାଧିକା ଅପ୍ଟେଙ୍କ ସହ ରିଲେସନର ଥିଲେ | କିନ୍ତୁ କୌଣସି କାରଣ ବଶତଃ ତାଙ୍କର ବ୍ରେକଅପ ହୋଇଯାଇଥିଲା | ଏହାପରେ ତାଙ୍କର ବିବାହ କରିବାକୁ ଆଉ ଇଚ୍ଛା ହୋଇନଥିଲା |