ବଲିଉଡ ଇଣ୍ଡଷ୍ଟ୍ରି ଏକ ଏପରି ଇଣ୍ଡଷ୍ଟ୍ରି ଅଟେ ଯେଉଁଠାରେ ଅନେକ ଲୋକ ଙ୍କ ର ଭାଗ୍ୟ ବଦଳିଯାଇଥାଏ I ଏହି ଇଣ୍ଡଷ୍ଟ୍ରି ରେ ଅନେକ କଳାକାର ଅଛନ୍ତି ଏବଂ ନିଜ ର ଅଭିନୟ ର ଦକ୍ଷତା ରେ ଦର୍ଶକ ଙ୍କ ର ମନୋରଞ୍ଜନ କରିଥାନ୍ତି I ଆମେ ଆପଣ ଙ୍କୁ ଏପରି ଅନେକ କଳାକାର ଙ୍କ ବିଷୟ ରେ ମଧ୍ୟ ପୂର୍ବ ରୁ କହିଚୁ ଯେଉଁମାନେ ବଲିଉଡ କୁ ଆସିବା ପରେ ତାଙ୍କ କ୍ୟାରିୟର ରେ ଅନେକ ପରିବର୍ତନ ହେଇଥିଲା I ଆଜି ଆମେ ଏପରି ଜଣେ କଳାକାର ଙ୍କ ବିଷୟ ରେ ହିଁ କହିବାକୁ ଯାଉଛୁ ଯାହା ଙ୍କ ର ଅନେକ ଆର୍ଥିକ ସମସ୍ୟା ଥିଲା ଓ ସେ ଏକ ସମୟ ରେ ରେଳ ଷ୍ଟେସନ ରେ ସୋଇ ଜୀବନ ବିତାଉଥିଲେ କିନ୍ତୁ ବଲିଉଡ କୁ ଆସିବା ପରେ ତାଙ୍କ ଜୀବନ ରେ ଏକ ନୂତନ ପରିବର୍ତନ ହେଇଚି I
ତେବେ ଆଜି ଯାହା ଙ୍କ ବିଷୟ ରେ ଆଲୋଚନା କରୁଛେ ସେ ଏକ ଧାରା ରେ ଜଣେ ଭଲ ହାସ୍ୟ କଳାକାର ହେବା ସହ ଜଣେ ଭଲ ଖଳନାୟକ ମଧ୍ୟ ଅଟନ୍ତି I ସେ ଆଉ କେହି ନୁହନ୍ତି ସେ ହେଉଛନ୍ତି ଆମ ଅତି ପ୍ରିୟ ଅନୁପମ ଖେର I ବଲିଉଡ ରେ ଅନୁପମ ଖେର ଙ୍କୁ କିଏ ବା ନ ଜାଣିଚି I ଅନୁପମ ଖେର ବଲିଉଡ ରେ 1955 ରେ ଯୋଗ ଦେଇଥିଲେ I ସେ ଜଣେ ସାଧାରଣ ପରିବାର ର ଲୋକ ଅଟନ୍ତି I ତାଙ୍କ ପିତା ଜଣେ କ୍ଲାର୍କ ଥିଲେ ଓ ତାଙ୍କ ମା ହାଉସ ୱାଇଫ ଥିଲେ I
ଅନୁପମ ଖେର ନିଜ ର ପାଠ ପଢା ର ଆରମ୍ଭ ଡିଏବି ସ୍କୁଲ ରୁ ଆରମ୍ଭ କରିଥିଲେ , ସେ ଏକ ଧାରା ରେ ଜଣେ କାଶ୍ମିରୀ ପଣ୍ଡିତ ମଧ୍ୟ ଅଟନ୍ତି I ସେ ଜଣେ ଭଲ ଆକ୍ଟର ନୁହନ୍ତି ସେ ଜଣେ ଭଲ ଡ଼ାଇରେକ୍ଟର ମଧ୍ୟ ଅଟନ୍ତି I ଫିଲ୍ମ “ଓଁ ଜୟ ଜଗଦୀଶ ” ର ଡାଇରେକସନ ଅନୁପମ ଖେର ହିଁ କରିଥିଲେ I ସେ କେବଳ ହିନ୍ଦୀ ଫିଲ୍ମ ନୁହେ ଆମେରିକାନ , ବ୍ରିଟିଶ ଓ ଚାଇନିଜ ଫିଲ୍ମ ରେ ମଧ୍ୟ କାମ କରିସାରିଛନ୍ତି I
ଅନୁପମ ଖେର ଫିଲ୍ମ ରେ ଜଣେ ହାସ୍ୟକଳାକାର , ଏକ ସିରିୟସ ରୋଲ ଓ ଖଳନାୟକ ଭୂମିକା ରେ ବେଶ ଭଲ ଭାବ ରେ ଅଭିନୟ କରିଥାନ୍ତି I ଅନୁପମ ଖେର ତାଙ୍କ ର ସୁନ୍ଦର ଅଭିନୟ ର ପାରଦର୍ଶିତା କୁ ନେଇ ସେ 5 ଗୋଟି ଫିଲ୍ମ ଫେୟାର ଆୱାର୍ଡ ମଧ୍ୟ ପାଇଛନ୍ତି I ଅନୁପମ ଖେର ଙ୍କୁ ଭାରତ ସରକାର 2004 ରେ ପଦ୍ମ ଶ୍ରୀ ଓ 2006 ରେ ପଦ୍ମ ଭୂଷଣ ସଂମାନ ରେ ସଂମାନିତ କରିଥିଲେ I
ଅନୁପମ ଖେର ଙ୍କ ର ପ୍ରଥମ ବିବାହ ମଧୁମାଳତୀ ଙ୍କ ସହ ହେଇଥିଲା କିନ୍ତୁ ଏହି ବିବାହ ଦୀର୍ଘ ସ୍ଥାଇ ରହି ନ ଥିଲା ଓ ସେ ପୁଣି କିରଣ ଖେର ଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ I ବର୍ତମାନ ଦୁହେଁ ନିଜ ବୈବାହିକ ଜୀବନ ରେ ଖୁସି ରେ ଅଛନ୍ତି I ଅନୁପମ ଖେର ବିଗତ ଦିନ ରେ ମନମୋହନ ସିଂ ଙ୍କ ଉପରେ ଆଧାରିତ ଫିଲ୍ମ “ଦ ଆକ୍ସିଡେଣ୍ଟାଲ ପ୍ରାଇମିନିଷ୍ଟାର “ରେ କାମ କରିଛନ୍ତି I ଅନୁପମ ଖେର ଙ୍କ ର ଅଭିନୟ କୁ ସବୁ ଦର୍ଶକେ ବେଶ ଅଧିକ ପସନ୍ଦ କରିଥାନ୍ତି I