ମେଷ
ଆଜି ଆପଣଙ୍କର ନୂଆ ପରିଚୟ ଦ୍ୱାରା ନୂଆ ବନ୍ଧୁ କରିବେ ।ଭଲ ହେବ ଯଦି ଆପଣ ଏହି ଦିଗରେ ପ୍ରଥମେ ପାଦ ବଢାଇବେ ଏବଂ କଥା ଆରମ୍ଭ କରିବେ ।
ବୃଷ
ଶିକ୍ଷାକ୍ଷେତ୍ରରେ ଆଜି ଆପଣଙ୍କୁ ସଫଳତା ମିଳିବ । ଯଦି ଆପଣ ଜଣେ ଛାତ୍ର ତାହେଲେ ଆଜି ପଢ଼ା କ୍ଷେତ୍ରରେ ଆପଣ ଆଗରେ ରହିବେ । ଆପଣଙ୍କୁ କୌଣସି ନୂଆ ଜାଗାରେ କିମ୍ବା ନୂଆ ପ୍ରଣାଳୀରେ ପଢ଼ିବା ପାଇଁ ସୁଯୋଗ ମିଳିପାରେ ।
ମିଥୁନ
ଆଜି ନିଜର ଧ୍ୟାନ ଏଠି ସେଠି ନ ଲଗେଇ ନିଜ କାର୍ଯ୍ୟରେ ମନୋନିବେଶ କରନ୍ତୁ । ଆପଣ ହୁଏତ ଏହି ସମୟ ଏକ ସମାରୋହ ଚାହାଁନ୍ତି । କିନ୍ତୁ ନିଜ ପରିବାର ସହ ସମୟ ବିତାନ୍ତୁ ଏବଂ ସେମାନଙ୍କ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ ।
କର୍କଟ
ଆଜି ଆପଣ ହଠାତ୍ କୌଣସି ପୁରୁଣା ବନ୍ଧୁଙ୍କ ସହିତ ଭେଟ ହେବ ଯାହାଦ୍ୱାରା ଆପଣ ବହୁତ ଖୁସି ହେବେ । ଆଜି ଆପଣ ପୁରୁଣା ବନ୍ଧୁଙ୍କ ସହିତ ପୁରୁଣା ସ୍ମୃତି ସବୁମନେ ପକାଇପାରନ୍ତି ।
ସିଂହ
ଆଜି ଆପଣ ନିଜର ଜୀବନକୁ ବଦଳାଇବାକୁ ଚ଼ାହିଁବେ । ଏହି ସମୟଟି ସଠିକ୍ ନିର୍ଣ୍ଣୟ ନେବାର ସମୟ ଅଟେ । ସମସ୍ୟା ଗୁଡ଼ିକୁ ପରିହାର କରିଲେ ତାହାର ଉପାୟ ବାହାରିବ ନାହିଁ ।
କନ୍ୟା
ପରିବାର ସଦସ୍ୟଙ୍କ ସହ ଭ୍ରମଣ କରିବା ପାଇଁ ଆଜି ଦିନଟି ଉପଯୁକ୍ତ । ଏହି ଭ୍ରମଣ ଆପଣଙ୍କ ମଧ୍ୟରେ ସମ୍ପର୍କ ମାଧୁର୍ଯ୍ୟଭରା କରିବ । ମନ ମଧ୍ୟରେ ବହୁଦିନ ଧରି ରହି ଆସୁଥିବା ଦୁଶ୍ଚିନ୍ତାକୁ ଦୁରକରିବାରେ ଏହି ଭ୍ରମଣ ସହାୟକ ହେବ ।
ତୁଳା
ଆଜିର ଦିନ ଆପଣଙ୍କ ପାଇଁ ଖୁସି ଏବଂ ଶାନ୍ତି ଆଣିଦେବ ।ନିଜ ପ୍ରିୟଜନଙ୍କୁ ଦେଖା କରିବାକୁ ଆପଣଙ୍କର ମନ ହେବ । ଏହି ସମୟର ପୁରା ଲାଭ ଉଠାନ୍ତୁ, ବୁଲିବାକୁ ଯାଆନ୍ତୁ ଏବଂ ନିଜର ସବୁ ଚ଼ିନ୍ତାକୁ ଭୁଲିଯାଆନ୍ତୁ ।
ବିଛା
ଆଜି ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।
ଧନୁ
ବୋଧହୁଏ ଆଜି ଆପଣଙ୍କୁ ଲାଗିପାରେ କି ଆପଣଙ୍କୁ ସମସ୍ତେ ଭୂଲ୍ ବୁଝୁଛନ୍ତି । ମନେ ରଖନ୍ତୁ ଯେ ସବୁବେଳେ ଆମେ ସମସ୍ତଙ୍କୁ ଖୁସୀରେ ରଖି ପାରିବା ନାହିଁ ।
ମକର
ଆଜି ଯୁକ୍ତି କିମ୍ବା କଳି ହେବାର ସମ୍ଭାବନା ଅଛି । ଏଥିପାଇଁ ଆପଣ କୌଣସି ଯୁକ୍ତି କିମ୍ବା କଳିରେ ନପଡ଼ିବା ପାଇଁ ଚ଼େଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଲାଗେ କି ପରିସ୍ଥିତି ବିଗୁଡ଼ୁଛି ତେବେ ଆପଣ ନିଜକୁ ତା` ଠାରୁ ଦୂରରେ ରଖନ୍ତୁ ।
କୁମ୍ଭ
ଆଜି ଆପଣଙ୍କର ଭାଗ୍ୟହିଁ ଆପଣଙ୍କୁ ସଫଳତା ଦେବ । ଆଜି ସବୁ କିଛି ଆପଣଙ୍କର ଇଚ୍ଛା ଅନୁସାରେ ହିଁ ହେବ । ଆପଣଙ୍କୁ ଲାଗିବ ସବୁକିଛି ଆପଣଙ୍କ ପରିଶ୍ରମରେ ନହୋଇ ଆପଣଙ୍କ ଭାଗ୍ୟ ଯୋଗୁଁ ହେଉଛି । ଏହି ସୁଯୋଗର ସମ୍ପୁର୍ଣ୍ଣ ରୂପେ ଲାଭ ଉଠାନ୍ତୁ ।
ମୀନ
ଆପଣଙ୍କ ଭ୍ରମଣଯୋଗ ଆସି ଯାଇଛି । ସେଥିପାଇଁ ପ୍ରସ୍ତୁତ ରୁହନ୍ତୁ । ବିଶେଷ .ଯାତ୍ରା କରିବା ସମ୍ବାବନା ମଧ୍ୟ ରହିଛି । ଏହା ପରିବାର କିମ୍ବା କାର୍ଯ୍ୟ ସମ୍ପର୍କିତ ଭ୍ରମଣ ହେଉ ପଛେ ଉପଭୋଗ ନିଶ୍ଚୟ ହେବ ।