ଆଜିର ରାଶିଫଳ; 16 ଜୁନ 2021 ବୁଧୁବାର : କେମିତି କଟିବ ଆଜିର ଦିନ

ମେଷ

ଆଜି ଆପଣ ନିତିଦିନ କାର୍ଯ୍ୟକ୍ରମରେ କିଛି ନୂତନତା ଆଣିବାକୁ ଚ଼େଷ୍ଟା କରିବେ । ଆପଣ ସେହି କାର୍ଯ୍ୟ କରନ୍ତୁ ଯାହା ଆପଣଙ୍କର ବହୁତ ଦିନରୁ କରିବାର ଇଚ୍ଛାଥିଲା ।

ବୃଷ

ଆଜି ଆପଣଙ୍କୁ ଖୁବ୍ ମାନ, ଯଶ ମିଳିବ । ଆଜି ଆପଣ ଯେଉଁ ସ୍ଥିତିରେ ଅଛନ୍ତି , ଏସବୁ କେବଳ ଆପଣଙ୍କ ସ୍ପଷ୍ଟତା ଏବଂ ଭଲ ସଂମ୍ପ୍ରେଷଣ କଳା ଯୋଗୁଁ ସମ୍ଭବ ।

ମିଥୁନ

ଘରେ ଲାଗିରହିଥିବା ଉଦାସ ଭାବ ହିଁ ଆପଣଙ୍କ ଚ଼ିନ୍ତାର କାରଣ । ଆପଣଙ୍କର ପରିସ୍ଥିତିକୁ ବୁଝିବା ଉଚ଼ିତ୍ ଏବଂ ଜାଣିବା ପାଇଁ ଚ଼େଷ୍ଟା କରନ୍ତୁ ଯେ ଭୁଲ କାହାର ଏବଂ କେଉଁଠି ହୋଇଛି । ନିଜ ତରଫରୁ ନିଜର କ୍ରୋଧ ସମ୍ବରଣ କରିବାକୁ ଚ଼େଷ୍ଟାକରନ୍ତୁ ।

କର୍କଟ

ଉଚ୍ଚ ଅଧିକାରୀ ଆପଣଙ୍କ ରାସ୍ତାରେ କଣ୍ଟା ବିଛାଇ ପାରନ୍ତି । କିନ୍ତୁ ଆପଣ ନିଜର ରାସ୍ତାରେ ଦୃଢ଼ ରୁହନ୍ତୁ ଏବଂ ଆଗକୁ ବଢ଼ିଚ଼ାଲନ୍ତୁ । ଏହି ସମୟଟି ଖୁବଶୀଘ୍ର ବିତିଯିବ ଏବଂ ଆପଣ ଠିକ୍ ସମୟରେ ନିଜର କାର୍ଯ୍ୟ ଗୁଡ଼ିକୁ ପୂରା କରିପାରିବେ ।

ସିଂହ

ଆଜି ଆପଣ ନିଜ ନିଷ୍ପତ୍ତିରେ ଅଟଳ ରୁହନ୍ତୁ ଏବଂ ଆଉ କାହା କଥାରେ ପ୍ରଭାବିତ ହୁଅନ୍ତୁ ନାହିଁ । ଭଲ ହେବ ନିଜ ବିଚ଼ାରକୁ ନିଜେ ଶୁଣନ୍ତୁ । କୌଣସି ବ୍ୟକ୍ତିର ବିଚ଼ାର ଧାରାକୁ ନିଜ ଉପରେ ପ୍ରଭାବିତ ହେବାକୁ ଦିଅନ୍ତୁ ନାହିଁ ।

କନ୍ୟା

ଆପଣଙ୍କର ପ୍ରତି ପଥରେ କୌଣସି ପ୍ରତିବଂଧକ ସୃଷ୍ଟିହୋଇପାରେ । ଆପଣ ଏଥିପାଇଁ କିଛି ପରିମାଣରେ ନିରାଶ ହୋଇ ପାରନ୍ତି । କିନ୍ତୁ ଆପଣ ଏ ପ୍ରତିବଂଧକ ଏଡାଇବା ପାଇଁ କଠିନ ପରିଶ୍ରମ କରି ଆସନ୍ତୁ ।

ତୁଳା

ଆଜି ଆପଣଙ୍କ ନିଜ ବନ୍ଧୁମାନଙ୍କ ମଧ୍ୟରେ ଥିବା ସମ୍ପର୍କ ଖୁସି ଆଣିଦେବ ।କୌଣସି ଭୁଲ ବୁଝାମଣା ଠିକ କରିବା ପାଇଁ ଚେଷ୍ଟା କରନ୍ତୁ । ଆଜି ସଫଳତା ହାସଲ କରିବେ । ଏହି ସମୟ ପୁରୁଣା ସ୍ମୃତିକୁ ମନେପକେଇବାର ସମୟ ଅଟେ ।

ବିଛା

ଆଜି ଦିନରେ ଆପଣ ବିଦେଶରୁ କୌଣସି ଖୁସିଖବର ପାଇ ପାରନ୍ତି । ଏହି ଖବର ବିଦେଶରେ ରହୁଥିବା କୌଣସି ବନ୍ଧୁପରିଜନ ଆପଣଙ୍କୁ ଦେବେ । ଆପଣ ତାଙ୍କର ଫୋନ କିମ୍ବା ଇମେଲର ଅପେକ୍ଷା କରନ୍ତୁ । କାରଣ ଏହି ସୁସମ୍ବାଦ ଆପଣଙ୍କ ପାଇଁ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ।

ଧନୁ

ଆଜି ଆପଣଙ୍କ ଜୀବନରେ ଏକ ନୂଆ ମୋଡ଼ ଆସିପାରେ ଆଜି ଆପଣ କୌଣସି ଆତ୍ମିୟ କିମ୍ବା ଅଜଣା ବ୍ୟକ୍ତିଙ୍କ ପାଖରୁ କିଛି ଶିକ୍ଷା ଲାଭ କରି ପାରନ୍ତି ଯାହା ଆପଣଙ୍କ ପାଇଁ ଜରୁରୀ ଥିଲା । ତାଙ୍କ ଉପଦେଶ ଉପରେ ଧ୍ୟାନ ଦିଅନ୍ତୁ ।

ମକର

ଆଜି ଦିନରେ ମିଶ୍ରିତ ମାନସିକତା ଅନୁଭବ କରିବେ । ରୁଚି ସଂପନ୍ନ କାର୍ଯ୍ୟ କରି ମନକୁ ପ୍ରଫୁଲ୍ଲ ରଖନ୍ତୁ । ନାଚ , ଗୀତ ଅଧ୍ୟୟନ ଓ ବଂଧୁ ମାନଙ୍କସହ ବାର୍ତ୍ତାଳାପ ରହି କାର୍ଯ୍ୟରେ ସମୟ କଟାଇପାରନ୍ତି ।

କୁମ୍ଭ

ଯେକୌଣସି କାରଣ ହେଉନା କାହିଁକି ଆପଣଙ୍କର ଦୁଶ୍ଚିନ୍ତା ରହିବ । ଧୈର୍ଯ଼୍ୟଧରି ସମୟ ବିତାନ୍ତୁ । ସେ ସମ୍ବନ୍ଧରେ ଅଧିକ ଚିନ୍ତା କରନ୍ତୁ ନାହିଁ । ସମସ୍ୟା ଆସିବ ଓ ଉନ୍ନତି ପାଇଁ ସମସ୍ୟାରୁ ନିଶ୍ଚିତ କିଛି ଶିଖିବେ ।

ମୀନ

ଆପଣଙ୍କର ଏବଂ ଆପଣଙ୍କ ପରିବାର ମଧ୍ୟରେ ସମସ୍ୟା ଗୁରୁତ୍ୱ ପୂର୍ଣ୍ଣ ଭାବରେ ଚାଲୁଅଛି । ଯଦି ଆପଣଙ୍କର ମଧ୍ୟରେ ଝଗଡା ଚାଲିଥାଏ ଏବଂ କଥାବାର୍ତ୍ତା ମାଧ୍ୟମରେ ସମାଧାନ ନ ହୁଏ ତେବେ ଆପଣ ନିଜ ପରିବାର ଲୋକଙ୍କୁ ଅଧିକ ସମୟ ଦେବା ଉଚିତ ହେବ ।