ଆଜିର ରାଶିଫଳ; 23 ମଇ 2021 ରବିବାର : କେମିତି କଟିବ ଆଜିର ଦିନ

ମେଷ

ଆପଣଙ୍କୁ ଆପଣଙ୍କ ଦଳର ସମର୍ଥନ ମିଳିପାରିବ ,ଯଦି ଆପଣ ନିଜର ବିଚାରକୁ ସେମାନଙ୍କ ଆଗରେ ବ୍ୟକ୍ତ କରିବେ । ଆପଣ ନିଜେହିଁ ସବୁକାମ କରି ପାରିବେ କିନ୍ତୁ ନିଜ କାର୍ଯ୍ୟକୁ ଦଳ ମଧ୍ୟରେ ସମାନ ପରିମାଣରେ ଭାଗକରି ଦିଅନ୍ତୁ ।

ବୃଷ

ହଠାତ୍ ଆସିଥିବା ସମସ୍ୟା ଆପଣଙ୍କୁ କୌଣସି ବ୍ୟସ୍ତତାରେ ପକାଇଦେବ । ଏହି ସମସ୍ୟା ଆପଣଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରିବ । ଏହି ସମସ୍ୟାକୁ ଆପଣ ସାହସର ସହିତ ମୁକାବିଲା କରନ୍ତୁ ଏବଂ ଆପଣଙ୍କୁ ବିଜୟ ସୁନିଶ୍ଚିତ ମିଳିବ ।

ମିଥୁନ

ଆପଣଙ୍କୁ ହଠାତ୍ ଏକ ହଜିଯାଇଥିବା ବସ୍ତୁ ମିଳିଯିବ । ଏହା କୌଣସି ଉପହାର, କୌଣସି ମୂଲ୍ୟବାନ ବସ୍ତୁ କିମ୍ବା କୌଣସି ମହତ୍ତ୍ୱପୂର୍ଣ୍ଣ ଦଲିଲ୍ ହୋଇପାରେ ।

କର୍କଟ

ଭଲ ବନ୍ଧୁ ଆପଣଙ୍କୁ ଠିକ ଉତ୍ତର ଦେବ । ନିଜର ଜୀବନ ସୈଳି ପରିବର୍ତ୍ତନ ପାଇଁ ବନ୍ଧୁ ମାନଙ୍କର ସହିତ ଆଲୋଚନା କରନ୍ତୁ ଏବଂ ସେମାନଙ୍କ ଠାରୁ ସକାରତ୍ମକ ଉତ୍ତର ନିଅନ୍ତୁ ।

ସିଂହ

ଆପଣ ଆଜି କୌଣସି କାରଣରୁ ନିରାଶ ହେବେ । ଆପଣ ନିଜ ଲକ୍ଷରେ ପହଁଚି କଷ୍ଟକର ହେବ । ଆପଣଙ୍କର କାର୍ଯ୍ୟ ଦକ୍ଷତା ହ୍ରାସ ପାଇପାରେ । ବିଶେଷ ବିବ୍ରତ ହୁଅନ୍ତୁ ନାହିଁ । ଆଜି ଦିନ ବିତେଇଲା ପରେ ଅନ୍ୟାନ୍ୟ କ୍ଷେତ୍ରରେ ଓ ଉନ୍ନତି ପରିଲକ୍ଷିତ ହେବ ।

କନ୍ୟା

ଆଜି ଆପଣ ଆତ୍ମବିଶ୍ଳେଷଣରେ ସମୟ ବିତାଇବେ । ଆପଣ କେତେ କଠିନ ପରିଶ୍ରମ କରି ଆଜି ପ୍ରତିଷ୍ଠିତ ହୋଇପାରିଛନ୍ତି , ସେ ବିଷୟରେ ଚ଼ିନ୍ତା କରିବେ ଏବଂ ଭବିଷ୍ୟତରେ କଣ କରିବେ ମଧ୍ୟ ଯୋଜନା କରିବେ । ଆପଣ ଭବିଷ୍ୟତରେ ଉପଯୁକ୍ତ ପାଇବା ପାଇଁ ଏହା ସାହାଯ୍ୟ କରିବ ।

ତୁଳା

ଆଜି ଆପଣ ନିଜ ରାଗଉପରେ ନିୟନ୍ତ୍ରଣ ରଖିବେ । ଏମିତି କରିଲେ ଆପଣ ସେ ଶାନ୍ତିକୁ ବଜାୟ ରଖିବେ ଯାହାର ଆନନ୍ଦ ଏବେ ପର୍ଯ୍ୟନ୍ତ ନେଉଥିଲେ । ଆପଣଙ୍କୁ ଯେଉଁ କଥା ଆଜି ବଡ଼ ଲାଗୁଛି ସେହିକଥା କାଲି ଛୋଟ ଲାଗିବ ।

ବିଛା

ଘରେ ଲାଗିରହିଥିବା ଅଶାନ୍ତି ଯୋଗୁଁ ଆପଣ ଚ଼ିନ୍ତିତ ହୋଇପାରନ୍ତି । ଯଦିଓ ଘରର ଅଶାନ୍ତିର କାରଣ ଆପଣ ନୁହଁନ୍ତି ତଥାପି ମାନସିକ ଶାନ୍ତି ପାଇଁ ନିଜର ଭାବନାକୁ ନିୟନ୍ତ୍ରଣରେ ରଖନ୍ତୁ ।

ଧନୁ

ନିଜ ସମ୍ପର୍କରେ ସୁଧାର ଆଣିବା ପାଇଁ ଯୋଜନା କରନ୍ତୁ ଏବଂ ସେମାନଙ୍କୁ ଖୁସି କରିଦିଅନ୍ତୁ ।ଆଜି ଶୀଘ୍ର ଘରେ ପହଞ୍ଚିବା ପାଇଁ ଚ଼େଷ୍ଟା କରନ୍ତୁ ଏବଂ ପରିବାର ବର୍ଗକୁ ବାହାରକୁ ବୁଲେଇ ନେଇ ଯାଆନ୍ତୁ । ଆପଣ ଦେଖିବେ ଆପଣଙ୍କୁ କେତେ ଖୁସି ମିଳିବ ।

ମକର

ଯଦି ଆପଣଙ୍କୁ ଏମିତି ଲାଗେ ଯେ ପରିବାରରେ ଯେ କୌଣସି ସମସ୍ୟା ଲାଗୁଛି ତାହାଲେ ଆପଣ ତାହାକୁ ନଷ୍ଟ କରିବା ପାଇଁ ଚ଼େଷ୍ଟା କରିବା ଉଚ଼ିତ୍ । ସମ୍ପର୍କ ମଧ୍ୟରେ ଫାଟ ସୃଷ୍ଟି ହେବାକୁ ଦିଅନ୍ତୁ ନାହିଁ ।

କୁମ୍ଭ

ଘରବାଲା ହେଉବା ସାଙ୍ଗମାନଙ୍କର ଖରାପ ବ୍ୟବହାର ଠାରୁ ଆପଣଙ୍କୁ ଟିକେ ସତର୍କ ରହିବା ଉଚ଼ିତ୍ । ଏହା ହୁଏତ ଛୋଟ ଛୋଟ କଥା ହୋଇପାରେ କିନ୍ତୁ ଆସନ୍ତା ସମୟରେ ଏହା ଆପଣଙ୍କ ସମ୍ପର୍କରେ ବାଧା ସୃଷ୍ଟି କରିପାରେ ।

ମୀନ

ଆପଣଙ୍କୁ ନିଜ ପରିବାରର କୌଣସି ସଦସ୍ୟ କିମ୍ବା ବନ୍ଧୁ ନିରାଶ କରିପାରେ ଏବଂ ଆପଣଙ୍କ ଆଗରେ କୌଣସି ସମସ୍ୟା ମଧ୍ୟ ସୃଷ୍ଟି ହୋଇପାରେ । ଆପଣଙ୍କର ରାଗି କରି କଥା ହେବା ବଦଳରେ ଭଲହେବ ଯଦି ଆପଣ ତାଙ୍କୁ ସ୍ନେହରେ ବୁଝାଇବେ ।