ଆଜିର ରାଶିଫଳ; 30 ଜୁନ 2021 ବୁଧୁବାର : କେମିତି କଟିବ ଆଜିର ଦିନ

ମେଷ

ଆଜି କୌଣସି ପାରିବାରିକ ଉତ୍ସବ ହେବାର ସମ୍ଭାବନା ଅଛି ତେଣୁ ଯିବାପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ, ଏହା ଆନନ୍ଦ କରିବାର ସମୟ ଅଟେ । ଏହି ପାରିବାରିକ ଉତ୍ସବ ଆପଣଙ୍କ ପାଇଁ ଏବଂ ଆପଣଙ୍କ ପରିବାର ପାଇଁ ବହୁତ ଖୁସି ଆଣିଦେବ ।

ବୃଷ

ଆଜି କାଲି ଅଧ୍ୟୟନସମୟ ଦୀର୍ଘ ହୋଇଥିବାରୁ ପିଲାମାନେ ପାଠପଢାପ୍ରତି ଏକ ବିରକ୍ତି ଭାବ ଆସିପାରେ କିନ୍ତୁ ଏସବୁମଧ୍ୟରେ ସମତୁଲତାର ସହ ସାମାଜିକ ଏବଂ ବୈଧିକ ଜୀବନକୁ ବିକାଶ କରନ୍ତୁ ଓ ଅନ୍ୟାନ୍ୟ ସବୁ ଉତ୍ତମ ହେବ ।

ମିଥୁନ

ଆଜି ଆପଣ ନିଜର ସୀମାଠାରୁ ବାହାରକୁ ଆସି କୌଣସି ପ୍ରକାରର ବିପଦ ଉଠାଇବାକୁ ଚ଼ାହିଁବେ । ଆପଣ ନିଜ ଜୀବନରେ ବହୁତ କିଛି ଜିନିଷ ଆଗକୁ ବଢ଼ାଇବାକୁ ଚ଼ାହିଁବେ,ଯେପରିକି ଆପଣଙ୍କର ସମ୍ପର୍କ ଏବଂ ବ୍ୟବସାୟ ଇତ୍ୟାଦି ।

କର୍କଟ

ଆପଣ ମଧ୍ୟ ଫଳା ଫଳରେ ଆଶ୍ଚର୍ଯ୍ୟ ହୋଇପାରନ୍ତି ଏବଂ ନିଜ ଆଶାଠାରୁ ଅଧିକ ନମ୍ବର ପାଇ ପାରନ୍ତି କିମ୍ବା ନାମ ଲେଖା ପାଇଁ ଆଶା ନଥିବା ବିଷୟରେ ନାମ ଲେଖା ପାଇଁ ଅନୁମତି ମିଳିପାରେ , ଏଥିରେ ଆପଣ ଖୁସି ମନାନ୍ତୁ ।

ସିଂହ

ଆଜି ଆପଣଙ୍କ ଆତ୍ମତ୍ଜ୍ଞାନ ଆଧ୍ୟାତ୍ମିକ ଦିଗରେ ତାହାର ଚରମ ସୀମାରେ ରହିବ । ସେଥିପାଇଁ ସମୟ ବାହାର କରି କୌଣସି ଧାର୍ମିକ ସ୍ଥାନକୁ ଯାଆନ୍ତୁ । ଆଜିର ଦିନ ଲମ୍ବା ସମୟ । ଲକ୍ଷ୍ ଉପରେ ଧ୍ୟାନ କେନ୍ଦ୍ରିଭୁତ କରିବା ପାଇଁ ବହୁତ ଭଲ ସମୟ ।

କନ୍ୟା

ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି ।

ତୁଳା

ଆଜି ଆପଣଙ୍କ ମନ କୌଣସି ତୀର୍ଥ ଯାତ୍ରାରେ ଯିବାକୁ କହୁଛି । ଆଜି ଆପଣ ଦେବ କାର୍ଯ୍ୟରେ ମନ ନିବେଶ କରିବେ । ଆପଣ ନିଜ ଜୀବନରେ ଧର୍ମର ମହତ୍ତ୍ୱ ଚାହୁଁଛନ୍ତି । ଏହି ପଥରେ ଜୀବନ ଧାରା ନେଲେ ସୁଖ ଓ ଶାନ୍ତି ମିଳିବ ।

ବିଛା

ଆଜି ଆପଣ ସେହି ବ୍ୟକ୍ତି ଉପରେ ହତାଶ ଅନୁଭବ କରୁଛନ୍ତି ଯେଉଁ ମାନେ ଆପଣଙ୍କୁ ନିରାଶ କରିଛନ୍ତି । ଆପଣଙ୍କୁ ଏମିତି ଲାଗିବ, ଲୋକମାନେ ଦେଇଥିବା କଥା ଅନୁସାରେ କାମ କରୁନାହାନ୍ତି । ଆଜି ଆପଣ ମୁଣ୍ଡକୁ ଶାନ୍ତ ରଖିବାକୁ ହେବ ।

ଧନୁ

ଆଜି ଆପଣ କୌଣସି ପ୍ରକାର ମନୋରଞ୍ଜନ କରିବାକୁ ଚ଼ାହୁଁଛନ୍ତି, କିନ୍ତୁ କାର୍ଯ୍ୟଭାର ଆପଣଙ୍କର ରାସ୍ତାରେ ବାଧା ହୋଇଛି ଆପଣଙ୍କୁ ଏ ଦୁଇଟି ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଜରୁରୀ ।

ମକର

ଆଜି ଆପଣ ସେହି ଦ୍ରବ୍ୟକୁ ଗୁରୁତ୍ତ୍ୱ ଦିଅନ୍ତୁ ,ଯାହା ଆପଣଙ୍କ ପାଇଁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ । ଆପଣ ନିଜ ପରିବାରର କାମ ଏବଂ ମିତ୍ରମାନଙ୍କ ମଧ୍ୟରେ ଏକ ସନ୍ତୁଳନ ରକ୍ଷାକରନ୍ତୁ ।

କୁମ୍ଭ

ନିଜର ଘରର ଦରଜାକୁ ଠିକ୍ ଭାବେ ବନ୍ଦ ରଖନ୍ତୁ । ନଚ଼େତ୍ ଆପଣ କ୍ଷତି ସହି ପାରନ୍ତି । ଘରର ସୁରକ୍ଷା ବିଷୟରେ ଧ୍ୟାନ ଦିଅନ୍ତୁ । ନହେଲେ କ୍ଷତି ସହିବାକୁ ପଡ଼ିପାରେ । ନିଜର ମୂଲ୍ୟବାନ ବସ୍ତୁକୁ ଏଠି ସେଠି ପକାନ୍ତୁ ନାହିଁ ।

ମୀନ

ଆଜି ଯୁକ୍ତି କିମ୍ବା କଳି ହେବାର ସମ୍ଭାବନା ଅଛି । ଏଥିପାଇଁ ଆପଣ କୌଣସି ଯୁକ୍ତି କିମ୍ବା କଳିରେ ନପଡ଼ିବା ପାଇଁ ଚ଼େଷ୍ଟା କରନ୍ତୁ । ଯଦି ଆପଣଙ୍କୁ ଲାଗେ କି ପରିସ୍ଥିତି ବିଗୁଡ଼ୁଛି ତେବେ ଆପଣ ନିଜକୁ ତା` ଠାରୁ ଦୂରରେ ରଖନ୍ତୁ ।