ଅଣ୍ଡାର ଚୋପାକୁ ଫିଙ୍ଗି ଦେଉଛନ୍ତି କି କେବେବି ଏପରି କରନ୍ତୁ ନାହିଁ ଏହା ବହୁତ କାମର ଜିନିଷ… ଚେହେରାର ରଙ୍ଗ ବଦଳାଇ ଦେବେ ଗୋଟେ ସପ୍ତାହରେ, ଜାଣନ୍ତୁ କେମିତି

ଅଣ୍ଡା ଖାଇବା ର ଉପକାରିତା ବିଷୟ ରେ ତ ଆପଣ ଜାଣିଥିବେ I ଅଣ୍ଡା ରେ ଅନେକ ମାତ୍ରା ରେ ପ୍ରୋଟିନ ରହିଥାଏ I ଏହା ସେବନ ଦ୍ୱାରା ଶରୀର କୁ ସଠିକ ମାତ୍ରା ରେ ପୋଷକତତ୍ୱ ମଧ୍ୟ ମିଳିଥାଏ I ସ୍ଵାସ୍ତ୍ୟ ପାଁଇ ଏହା ବିଶେଷ ଲାଭକାରୀ ଅଟେ I ଆଜି ଆମେ ଅଣ୍ଡା ସେବନ ର ଫାଇଦା ବିଷୟ ରେ ନୁହେଁ ଅଣ୍ଡା ର ଉପକାରିତା ବିଷୟ ରେ କହିବା କୁ ଯାଉଛେ I ଅଣ୍ଡା ର ଚୋପା ର ମଧ୍ୟ ବିଶେଷ ଫାଇଦା ରହିଛି I ଯଦି ଆପଣ ଅଣ୍ଡା ର ଏହି ଖୋଳପା କୁ ବେକାର ଜିନିଷ ଭାବି ପକାଇ ଦେଉଛନ୍ତି ତେବେ ଆପଣ ଭୁଲ କରୁଛନ୍ତି I ଆପଣ ଏହା ର ଫାଇଦା ବିଷୟ ରେ ଜାଣିବା ପରେ ଏହା କୁ ପକାଇବେ ନାହିଁ I

ମହିଳାମାନେ ନିଜ ର ଚେହେରା କୁ ସୁନ୍ଦର କରିବା ପାଁଇ ଅନେକ କିଛି ଉପାୟ ଆପଣେଇଥାନ୍ତି I ଏବଂ ଅନେକ ବ୍ୟୁଟି କ୍ରିମ ର ବ୍ୟବହାର ମଧ୍ୟ କରିଥାନ୍ତି I କିନ୍ତୁ ଅଧିକାଂଶ ସମୟ ରେ ଏହା ର ସାଇଡ ଇଫେକ୍ଟ ଦେଖିବା କୁ ମିଳିଥାଏ I ତେବେ ଆଜି ଆମେ ଆପଣ ଙ୍କୁ ଅଣ୍ଡା ଖୋଳପା ର ଫାଇଦା ବିଷୟ ରେ କହିବା କୁ ଯାଉଛେ I ଏହା ର ବ୍ୟବହାର ରେ କୌଣସି ସାଇଡ ଇଫେକ୍ଟ ମଧ୍ୟ ହେଇ ନ ଥାଏ I

ସ୍କିଂନ ର ଡ୍ରାଇନେସ ପାଁଇ ଅଣ୍ଡା ଖୋଳପା କୁ ଭଲ କରି ଗୁଣ୍ଡ କରି ଦିଅନ୍ତୁ ସେଥିରେ ଏଲୋବିରା ଜେଲ ଭଲ କରି ମିଶାଇ ଦିଅନ୍ତୁ I 10-15 ମିନିଟ ଏହା କୁ ଚେହେରା ରେ ଲଗାଇ ରଖନ୍ତୁ ଓ ପରେ ଏହା କୁ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ I ଏହା ଦ୍ୱାରା ତ୍ୱଚାର ସୁନ୍ଦରତା ଫେରି ଆସିବ I

ଅଣ୍ଡା ର ଖୋଳପା କୁ ଭଲ କରି ପାଉଡର କରିବା ପରେ ସେଥିରେ 2 ଚାମଚ ମହୁ ମିଶାଇ ରଖନ୍ତୁ ଏବଂ ସପ୍ତାହ କୁ 2-3 ଥର ଏହି ମିଶ୍ରଣ କୁ ମୁହଁ ରେ ଲଗାନ୍ତୁ I ଆପଣ ଙ୍କ ଚେହେରା ର ସୁନ୍ଦରତା ପୁଣି ଫେରି ଆସିବ ଓ ଚେହେରା ଗ୍ଲୋ କରିବ I

ଯଦି ଆପଣ ଚେହେରା ର ଦାଗ ଆଦି ରେ ଚିନ୍ତିତ ଅଛନ୍ତି ତେବେ ଅଣ୍ଡା ଖୋଳପା କୁ ପାଉଡର କରି ସେଓ ଜୁସ ମିଶାଇ ଚେହେରା ରେ ଲଗାନ୍ତୁ I ଏବଂ ଏହା କୁ କିଛି ସମୟ ପରେ ଧୋଇ ଦିଅନ୍ତୁ I ଦେଖିବେ ଆପଣ ଙ୍କ ର ଚେହେରା କିଛି ଦିନ ରେ ସୁନ୍ଦରତା ଦେଖାଯିବ I

ଯଦି ଆପଣ ଙ୍କ ର ସ୍କିନ ଇନଫେକ୍ସନ ହେଇଯାଇଛି ଓ ଏହା କୁ ଆପଣ ଦୂର କରିବା କୁ ଚାହୁଁଛନ୍ତି ତେବେ ଅଣ୍ଡା ଖୋଳପା କୁ ପାଉଡର କରି ଲେମ୍ବୁ ରସ ମିଶାଇ ଓ ସେଓ ଜୁସ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ ଓ ଏହା କୁ ଚେହେରା ରେ 10 ମିନିଟ ଲଗାଇ ରଖନ୍ତୁ I ଏହା ପରେ ଥଣ୍ଡା ପାଣି ରେ ଧୋଇ ଦିଅନ୍ତୁ I ସପ୍ତାହ କୁ 2-3 ଥର ଏପରି କରନ୍ତୁ , ଦେଖିବେ ସ୍କିନ ଇନଫେକ୍ସନ ସମସ୍ୟା ଦୂର ହେଇଯିବ I

ଅଣ୍ଡା ଖୋଳପା ର ବ୍ୟବହାର କରି ଆପଣ ନିଜ ଅଗଣା ରୁ ପୋକ ଜୋକ ମଧ୍ୟ ଦୂର କରିପାରିବେ I ଏହି ଅଣ୍ଡା ଖୋଳପା ଯେଉଁଠାରେ ପଡିଥାଏ ସେଠାରେ କୌଣସି ପୋକ ଆଦି ସମସ୍ୟା ରହି ନ ଥାଏ I

କପଡା ର ଚମକ ପାଁଇ ମଧ୍ୟ ଆପଣ ଅଣ୍ଡା ର ଚୋପା କୁ ବ୍ୟବହାର କରିପାରିବେ I ଏହା ପାଁଇ ଏକ ଛୋଟ ବାଲ୍ଟି ରେ ଦୁଇ ଚାମଚ ଅଣ୍ଡା ଖୋଳପା ର ପାଉଡର ନେଇଯାନ୍ତୁ I ଏବଂ ସେଥିରେ ପାଣି ପୁରାଇ ରଖି ଦିଅନ୍ତୁ ଆଗାମୀ ଦିନ ସକାଳୁ ଏହି ପାଣି ରେ ହିଁ କପଡା ଧୋଇ ଦିଅନ୍ତୁ I