ଅନୁଭବଙ୍କ ଘର ଛାଡିବା ପରେ ଏବେ ନିଜ ଘରେ କେମିତି ଚଳୁଛନ୍ତି Barsha, ପ୍ରଥମ ଥର ଏମିତି ଭିଡ଼ିଓ ଆସିଲା ସାମ୍ନାକୁ, ଦେଖିକି ଆଶ୍ଚର୍ଯ୍ୟ ହେଇଯିବେ

ନମସ୍କାର ବନ୍ଧୁଗଣ ଅନୁଭବ ମହାନ୍ତିଙ୍କ ଘର ଛାଡିଛନ୍ତି ବର୍ଷା ପ୍ରିୟଦର୍ଶିନୀ ଆଉ ଏବେ ନିଜ ବାପଘରେ କେମିତି ଚଳୁଛନ୍ତି ଆସନ୍ତୁ ଜାଣିବା। ଦର୍ଶକ ବନ୍ଧୁ ଆପଣମାନେ ଓଲିଉଡ଼ କୁଇନ୍ ବର୍ଷା ପ୍ରିୟଦର୍ଶିନୀଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ୨୦୦୩ ମସିହାରୁ ସେ ଓଲିଉଡ ଇଣ୍ଡଷ୍ଟ୍ରିରେ କାମ କରିବା ଆରମ୍ଭ କରିଛନ୍ତି ଆଉ ଏହାପରେ ସେ ବୋହୁତ ସାରା ଓଡ଼ିଆ ସିନେମାରେ ଅଭିନୟ କରି ସାରା ଓଡ଼ିଶାର ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିବା ପାଇଁ ସଫଳ ହୋଇଛନ୍ତି |

ଆଉ ୨୦୧୦ ମସିହାରୁ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପରସ୍ପରକୁ ଭଲ ପାଇଥିଲେ ତାହେଲେ ପରିବାର ଲୋକେ ରାଜିନଥିବା ସତ୍ତ୍ବେ ୨୦୧୪ ମସିହାରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀ ପରସ୍ପରକୁ ବିବାହ କରିଥିଲେ କିନ୍ତୁ ବାହାଘରର ଅଳ୍ପ କିଛିଦିନ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା ଆଉ ଶେଷରେ ୨୦୨୦ ମସିହାରେ ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କୁ ଛାଡ଼ପତ୍ର ଦେବା ପାଇଁ ଆବେଦନ କରିଥିଲେ ଯାହାକି ବର୍ତ୍ତମାନ ବିଚାରଧୀନ ଅବସ୍ଥାରେ ରହିଛି |

ହେଲେ ବର୍ଷା ପ୍ରିୟଦର୍ଶିନୀ ଗତ ଦିନମାନଙ୍କରେ ଅନୁଭବ ମହାନ୍ତିଙ୍କ ଘର ଛାଡ଼ୁନଥିଲେ ଅନୁଭବ ମହାନ୍ତିଙ୍କ ଘରେ ହିଁ ରହୁଥିଲେ ଆଉ ନିଜ ଘର ଛାଡ଼ି ନିଜ ପରିବାର ଲୋକଙ୍କ ସହିତ କଟକର ଅନ୍ୟଏକ ସ୍ଥାନରେ ଭଡ଼ାଘରେ ରହୁଥିଲେ ହେଲେ ବର୍ତ୍ତମାନ କୋର୍ଟର ନିର୍ଦ୍ଦେଶ ଅନୁଯାୟୀ ବର୍ଷା ପ୍ରିୟଦର୍ଶିନୀ ଅନୁଭବଙ୍କ ଘର ଛାଡ଼ି ସାରିଛନ୍ତି ଆଉ ଅନୁଭବ ମହାନ୍ତିଙ୍କ ଘର ଛାଡ଼ି ସେ ନିଜ ବାପଘରେ ରହୁଥିବାର ନଜର ଆସିଛନ୍ତି |

ଯେଉଁଠି ତାଙ୍କ ମାଆ ଓ ଭଉଣୀମାନେ ରହୁଥିବାର ଦେଖା ଦେଇଛନ୍ତି। ତାହେଲେ ଗତ ଦିନମାନଙ୍କରେ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ମାଆଙ୍କ ସହିତ ବୋହୁତ ସାରା ସମୟ ବିତାଉ ଥିବାର ଫଟୋ ଓ ଭିଡିଓ ଗୁଡ଼ିକ ନିଜ ସୋସିଆଲ ମିଡିଆ ଆକାଉଣ୍ଟ୍ ରେ ନିଜ ଫ୍ୟାନମାନଙ୍କ ସହ ସେୟାର କରିଛନ୍ତି ଆଉ ଅନ୍ୟପଟେ ଅନୁଭବ ମହାନ୍ତି ନିଜ ପରିବାର ଲୋକଙ୍କ ସହିତ ନିଜ ଘରକୁ ଏଣ୍ଟ୍ରି କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ସାରିଛନ୍ତି |

ସେ ପୋଲିସ୍ ଙ୍କ ଉପସ୍ଥିତିରେ ନିଜ ଘରେ ଏଣ୍ଟ୍ରି କରିବେ ବୋଲି କହିଛନ୍ତି ତାହେଲେ ଆଉ ଅଳ୍ପ କିଛିଦିନ ମଧ୍ୟରେ ଅନୁଭବ ମହାନ୍ତି ଏବଂ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବିଚ୍ଛେଦ ହେବ ବୋଲି ଜଣା ପଡିଛି ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଅନୁଭବ ଏବଂ ବର୍ଷାଙ୍କ ଯୋଡି କେମିତି ଲାଗେ ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।