ଆପଣ ଖାଉଛନ୍ତି କି ଅଦା(Ginger)- ତେବେ ଜାଣି ରଖନ୍ତୁ ଏହି ଭୟାନକ ସତ ବିଷୟରେ…

ନମସ୍କାର ବନ୍ଧୁଗଣ ଖାଦ୍ୟ ବନାଇବା ପାଇଁ ଅଦାର ଚାହିଦା ବୋହୁତ ଅଧିକ ରହିଥାଏ। ଅଦାର ବ୍ୟବହାର ଖାଇବାର ସ୍ଵାଦକୁ ଦୁଇଗୁଣା ଅଧିକ କରିଦେଇ ଥାଏ। କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଅଦା ଆମ ଶରୀର ପାଇଁ କେତେ ଉପକାରୀ ଅଟେ।ସେଥିପାଇଁ ଆଜି ଆମେ ଅଦାର ଫାଇଦା ବିଷୟରେ ଜାଣିବା। ଅଦାକୁ ମୂଷା ମାଟିରେ ୮ ଦିନ ପୋତି ରଖିଲା ପରେ ବାହାର କରି ଅଦାର ରସକୁ ମାଲିସ୍ କରିଲେ ବୋହୁତ ଦିନରୁ ରହିଯାଇଥିବା ଜଖମ, ଦରଜ ଏବଂ ସ୍ତ୍ରୀମାନଙ୍କର ପ୍ରସବକାଳୀନ ଶୂଳ ଜଙ୍ଘ,ଗୋଡ, ଅଣ୍ଟା ପ୍ରଭୃତିରେ ଅଟକି ଯାଇଥିଲେ ଭଲ ହୋଇଥାଏ।

ଅଦା ରସୁଣ ଦୁଇ ଦ୍ରବ୍ୟକୁ ଏକତ୍ର ଛେଚି ଚିପୁଡି ତାହାର ରସ ବାହାରକରି ନାକରେ ପକାଇଲେ ଅପସ୍ମାର ରୋଗ ବି ନଷ୍ଟ ହୁଏ। ଅଦା ରସରେ କୁଳି କରିଲେ କିମ୍ବା ଦାନ୍ତ ମଳିଲେ, ଜିଭରେ ଘର୍ଷଣ କଲେ ମୁଖ ଦୁର୍ଗନ୍ଧ ଦୂର ହୋଇଥାଏ। ଭୋଜନ ପୂର୍ବରୁ ଅଦା ଲୁଣ ଏକତ୍ର କରି ଖାଇଲେ ଖାଦ୍ୟ ଦ୍ରବ୍ୟ ଜିନ ହୁଏ ଏବଂ ଆରୋଗ୍ୟ ହୋଇଥାନ୍ତି। ଅଦା ରସ ସହିତ ମହୁ ମିଶାଇ ସେବନ କରିଲେ ପିଲାମାନଙ୍କର କାସ,ଥଣ୍ଡା,ଜର,ମୁଣ୍ଡ ବିନ୍ଧା ଓ ଆରୁଚିୟ ଦୂର ହୋଇଥାଏ। ଦାନ୍ତ ମୂଳରେ ଅଦା ବାଟି ଲଗାଇଲେ ଦାନ୍ତ ପୋକ କାଟିବା ଭଲ ହୋଇଯାଏ। ଅଦା ରସରେ ଗୁଡ ମିଶାଇ ସେବନ କରିଲେ ଅନାହ ଓ ଶୂଳ ଆଦି ରୋଗ ଭଲ ହୋଇଯାଏ।

ଅଦା ରସରେ ଡାଲଚିନି ମିଶାଇ ମୁଣ୍ଡରେ ଲଗାଇଲେ ମୁଣ୍ଡ ବ୍ୟଥା ଦୂର ହୋଇଥାଏ। ଲୁଣ ସାଙ୍ଗରେ ଅଦାକୁ ଚୋବେଇ କରି ଖାଇଲେ ବାଇସୂଳ ଆଦି ପେଟରେ ବିନାଶ ପାଏ। ଅଦା ରସରେ କେବଳ ବିପଳିଚୂନ ମିଶାଇ ଏକ ମାସ ପର୍ଯ୍ୟନ୍ତ ସେବନ କରିଲେ କୃମି, ବାଇସୂଳ, ଅଗ୍ନିମାନ୍ଦ୍ୟ ଏବଂ ଅର୍ଶ ବୃଦ୍ଧି ରୋଗର ନିବାରିତ ହୋଇଥାଏ। ଅଦା, ଶ୍ୱେତଦୁବ ଏବଂ ଅରୁଆ ଚାଉଳ ଏହି ସବୁ ଦ୍ରବ୍ୟକୁ ବାଟି ଲେପଦେଲେ ଜଖମ ହୋଇଥିବା,ପବନ ଅଟକି ଥିବା ଏବଂ ରକା ପଶିଥିବା ସ୍ଥାନ ଭଲ ହୋଇଥାଏ।

ଅଦା,ତେନ୍ତୁଳି,ଲୁଣ ଓ ଜିରା ଏକତ୍ର ଚଟଣି ବାଟି ସେବନ କରିଲେ ଅରୁଚି ଖାଦ୍ୟରେ ରୁଚି ଜନ୍ମେ। ଅଦାରସ ସହିତ ସାମାନ୍ୟ ଯବକ୍ଷାର ମିଶାଇ ସେବନ କରିଲେ ଲିହା,ଯକୃତ ବୃଦ୍ଧି, ମୂତ୍ରରୋଦ୍ଧ, ପେଟଫମ୍ପା,ବାଇସୂଳ ଏବଂ ଆମ୍ବିଳା ହାକୁଡ଼ି ପ୍ରଭୃତି ନିବାରିତ ହୋଇଥାଏ। ଅଦାରସ ସହିତ ମୋହୁ ଏବଂ ଲବଙ୍ଗ ମିଶାଇ ସେବନ କରିଲେ ମୁଣ୍ଡ ବ୍ୟଥା, ଦେହ ଦରଜ ହେବା ଏବଂ ଜରର ଆରମ୍ଭ ହେଲାପରେ ଏହିସବୁ ଜଣା ପଡ଼ିବା ଭଲ ହୋଇଯାଇଥାଏ। ଅଦାକୁ ଜାଲରେ ସିଝାଇ ତାକୁ ଛାଣି ସେଥିରେ ଅଳ୍ପଲୁଣ ଓ ସଂଖି ମିଶାଇ ପ୍ରତିଦିନ ତିନିଥର ସେବନ କରିଲେ ଅଣ୍ଟା ଧରିବା ଭଲ