ଆପଣଙ୍କର ( ବିବାହ ରେଖା ) କଣ କହୁଛି ଜାଣନ୍ତୁ, Arrenge ବିବାହ ହେବ ନା Love

ନମସ୍କାର ବନ୍ଧୁଗଣ ଆଜି ଆସନ୍ତୁ ଜାଣିବା ବିଭିନ୍ନ ପ୍ରକାରର ବିବାହ ଯୋଗ ବିଷୟରେ। ଯଦି ଶୁକ୍ରପର୍ବତ ଏବଂ ଗୁରୁପର୍ବତ ବଢ଼ୁଥାଏ ତେବେ ବିବାହ ଯୋଗ ହୋଇଥାଏ। କିନ୍ତୁ ବିଦ୍ୱାନମାନେ ଏହାକୁ ଛାଡ଼ି ଅନ୍ୟ ତତ୍ତ୍ଵ ମଧ୍ୟ ଦେଇଛନ୍ତି ଯାହାକୁ ନେଇ ବିବାହ ବିଷୟରେ ଜାଣିବାକୁ ମିଳିଥାଏ। ତେବେ ଚାଲନ୍ତୁ ସଂପୂର୍ଣ୍ଣ ବିବରଣୀ ଜାଣିବା।

ସୁଖିନ ବିବାହ ଯୋଗ

ଯଦି ପାପିନିର ଭାଗ୍ୟରେଖା ଉତ୍ତମ ପର୍ବତଠାରୁ ବାହାରି ହୁଦୟ ରେଖରେ ଶେଷ ହୋଇଥିବ କିମ୍ବା ଗୁରୁପର୍ବତ ଉପରେ ଛକି ପଡ଼ିଥିବ ତେବେ ଏହା ସୁଖିନ ବିବାହର ଯୋଗ ହୋଇଥାଏ। ଯଦି ଶୁକ୍ରପର୍ବତ ଅଧିକ ବଢ଼ିନଥାଏ କିମ୍ବା ନାଲି ରଙ୍ଗର ତାରା ଚିଂହ୍ନ ରହିଥିବା ତେବେ ଏହା ସୁଖିନ ବିବାହର ଯୋଗ ହୋଇଥାଏ।


ଏହି ଲୋକଙ୍କ ବିବାହ ହଠାତ୍ ହୋଇଯାଇଥାଏ ଏବଂ ଏହି ଲୋକଙ୍କର ପ୍ରାୟତଃ ସମୟରେ ଲଭ୍ ମ୍ୟାରେଜ୍ ହୋଇଥାଏ। ଏମାନେ ଅଧିକ କିଛି ଭାବିନଥାନ୍ତି କିନ୍ତୁ ହଠାତ୍ ଏମାନଙ୍କର ବିବାହ ହୋଇଯାଇଥାଏ। ବିବାହ ପରେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଭଲ ସମ୍ପର୍କ ରହିଥାଏ। ଏମାନଙ୍କର ଦୁଇ କିମ୍ବା ଅଧିକ ପିଲାଛୁଆ ହେବାର ଆଶଙ୍କା ରହିଥାଏ।

ଆନମେଳ ବିବାହ ଯୋଗ

ଯଦି ସୂର୍ଯ୍ୟରେଖା ଏବଂ ବିବାହରେଖା ନିଜ ମଧ୍ୟରେ ମିଶି ଥାଆନ୍ତି ଯଦି ସୂର୍ଯ୍ୟ ପର୍ବତ ଅଧିକ ଛୋଟ ହୋଇଥାଏ ତେବେ ଏହା ଆନମେଳା ବିବାହ ଯୋଗ ହୋଇଥାଏ। ଏପରି ଲୋକଙ୍କ ବିବାହ ଘରେ ସମସ୍ତଙ୍କ ଉପସ୍ଥିତିରେ , ସମସ୍ତଙ୍କ ଇଚ୍ଛାରେ ହୋଇଥାଏ।

ଏମାନଙ୍କ ବିବାହ ପ୍ରାୟତଃ ସମୟରେ ହିଁ ହୋଇଯାଇଥାଏ ଯାହାକୁ ଆମେ ଆରେଞ୍ଜ ମ୍ୟାରେଜ ବୋଲି କହିଥାଉ। ଏପରି ଲୋକଙ୍କର ଗୋଟିଏ କିମ୍ବା ଦୁଇଟି ସନ୍ତାନ ପ୍ରାପ୍ତି ହୋଇଥାଏ।

ବୈପାରିକ ବିବାହ ଯୋଗ

ଯଦି ମଣିପର୍ବତରୁ କୌଣସି ରେଖା ବୁଦ୍ଧପର୍ବତ ପାଖରୁ ଯାଉଥାଏ କିମ୍ବା ଯଦି ସୂର୍ଯ୍ୟରେଖା ଶୁକ୍ରପର୍ବତ ସହ ମିଳିଥାଏ ତେବେ ଏପରି ଲୋକଙ୍କ ବିବାହ ବୋହୁତ ଅଧିକ ବୟସରେ ହୋଇଥାଏ।

ଏବଂ ବେଳେ ବେଳେ ଏପରି ଲୋକ ବିବାହ କରିପାରନ୍ତି ନାହିଁ। ଏପରି ଝିଅ ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ବିବାହ କରିଥାନ୍ତି ଏବଂ ତାଙ୍କ ସ୍ଵାମୀ ଟିକେ କଞ୍ଜୁସ ସ୍ୱଭାବର ହୋଇଥାନ୍ତି।

ବୁଦ୍ଧ ବିବାହ ଯୋଗ

ଯଦି କାହାର ହାତ ଅଧିକ ସଂକିର୍ଣ୍ଣ ଥାଏ କିମ୍ବା ଚନ୍ଦ୍ରପର୍ବତ ପାଖରେ ଅଧିକ ଛୋଟ ଛୋଟ ରେଖା ଖଣ୍ଡ ବିଖଣ୍ଡ ହୋଇଥାଏ ତେବେ ଏପରି ଲୋକ ନିଜଠାରୁ ଅଧିକ ଆଖପାଖ ବୟସ ସାଥିକୁ ହିଁ ବିବାହ କରିଥାନ୍ତି। ଏମାନଙ୍କ ସନ୍ତାନ ପ୍ରାପ୍ତିର ଅସୁବିଧା ଦେଖାଯାଇଥାଏ। କିନ୍ତୁ ଏମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ।

ଛାଡ଼ପତ୍ର ବିବାହ ଯୋଗ

ଯଦି ଶୁକ୍ରପର୍ବତରୁ ହୃଦୟରେଖା ଯାଏ କେଉଁ ରେଖା ସିଧା ଯାଇଥାଏ କିମ୍ବା ବିବାହରେଖା ଶେଷରେ ଅନେକ ରେଖା ହୋଇଥାଏ ତେବେ ଏହା ଛାଡ଼ପତ୍ର ବିବାହ ଯୋଗ ହୋଇପାରେ।

ଏପରି ଲୋକଙ୍କ ବିବାହ ପରେ ଦୁଇଜଣଙ୍କ କଥା ପ୍ରାୟ ସମୟରେ ମେଳ ଖାଇନଥାଏ। ପ୍ରାୟ ସମୟରେ ଝଗଡ଼ା ଲାଗିଥାଏ ଯଦି ଏମାନେ ଠିକ୍ ରେ ରହିନଥାନ୍ତି ତେବେ ଏମାନଙ୍କ ଛାଡ଼ପତ୍ର ମଧ୍ୟ ହୋଇପାରେ।