ଆରମ୍ଭ ହେଲା ୟୁଟୁବରେ Live School Class, ଜାଣନ୍ତୁ କେଉଁଠି ଆଉ କୋଉ ଚ୍ୟାନେଲରେ ପଢି ପାରିବେ ପିଲାମାନେ

ନମସ୍କାର ବନ୍ଧୁଗଣ ଆଜି ଠାରୁ ୟୁଟୁବ୍ ରେ ଆରମ୍ଭ ହେଲା ପାଠପଢ଼ା। କୋରୋନା ମହାମାରୀ ଯୋଗୁଁ କ୍ଲାସ୍ ରୁମ୍ ପାଠପଢ଼ା ସ୍ଵାଭାବିକ ହୋଇ ନପାରୁଥିବା ହେତୁ ଏପରି ପଦକ୍ଷପ ନେଇଛନ୍ତି ରାଜ୍ୟ ସରକାର। ୟୁଟୁବ୍ ରେ କେଉଁ କେଉଁ ଚ୍ୟାନେଲ ମାଧ୍ୟମରେ କେତେରୁ କେତେ ଶ୍ରେଣୀ ପିଲାଙ୍କୁ ପାଠପଢ଼ା ଯାଉଛି ଆସନ୍ତୁ ଜାଣିବା।

ପ୍ରଥମ ରୁ ଦଶମ ଶ୍ରେଣୀ ପିଲାଙ୍କୁ ୟୁଟୁବ୍ ରେ ଶିକ୍ଷାଦାନ କରିବା ଲାଗି ଯୋଜନା ହୋଇଛି। କେଉଁ ଦିନ କେଉଁ ବିଷୟରେ ପଥପଢ଼ା ହେବ ସେଥିପାଇଁ ରୁଟିନ ବି ପ୍ରକାଶ ପାଇଛି। ପ୍ରକାଶ ପାଇଥିବା ରୁଟିନ୍ ଅନୁଯାୟୀ ନବମ ଏବଂ ଦଶମ ଶ୍ରେଣୀ ପିଲାଙ୍କ ପାଠପଢ଼ା ଜୁନ ୨୧ ଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଚାଲିବ। ସୋମବାର ଠାରୁ ଶୁକ୍ରବାର ସକଳ ୧୦:୪୫ ରୁ ଅପରାହ୍ନ ୧:୦୦ ପର୍ଯ୍ୟନ୍ତ ପିଲାମାନଙ୍କୁ ୪ ଟି ପିରିୟଡ଼ ହେବ। ସେହିପରି ସୋମବାର ଠାରୁ ଜୁଲାଇ ୭ ପର୍ଯ୍ୟନ୍ତ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ପାଠପଢ଼ା ମଧ୍ୟ ୟୁଟୁବ୍ ରେ ହେବ।


ପ୍ରଥମରୁ ତୃତୀୟ ଶ୍ରେଣୀ ପିଲାଙ୍କ ପାଠପଢ଼ା ୯:୦୦ ରୁ ୧୦:୦୦ ପର୍ଯ୍ୟନ୍ତ ଏବଂ ଚତୁର୍ଥର ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ସକାଳ ୯:୦୦ ରୁ ୧୦:୩୦ ମଧ୍ୟରେ ପାଠପଢ଼ା ଚାଲିବ। ୟୁଟୁବ୍ କେଉଁ ବିଷୟ ପଢ଼ାଯିବ ବିଦ୍ୟାଳୟର ସଂପୃକ୍ତ ବିଷୟ ଶିକ୍ଷକ ତାହାକୁ ଦେଖିବେ। ସ୍କୁଲ୍ ଛାତ୍ରଛତ୍ରୀମାନଙ୍କୁ ରହୁଥିବା ଦ୍ଵନ୍ଦକୁ ଚାଟ୍ ଏବଂ ଭଏସ୍ କଲ୍ ମାଧ୍ୟମରେ ଦୂର କରିବେ। କେଉଁ ଦିନ କେତେ ଛାତ୍ରଛାତ୍ରୀ ୟୁଟୁବ୍ ରେ ପଢ଼ିଲେ ସ୍କୁଲ୍ ଶିକ୍ଷକ ତାହାର ତଥ୍ୟ ମଧ୍ଯ ରଖିବେ। ଗଣଶିକ୍ଷା ବିଭାଗର ଏଭଳି ନିଷ୍ପତିକୁ ଓଡ଼ିଶା ମାଧ୍ୟମିକ ସ୍କୁଲ୍ ସଂଘ ବିରୋଧ କରିଛି।

ଏହାକୁ ନେଇ ଶିକ୍ଷକ ଏବଂ ଶିକ୍ଷୟତ୍ରୀଙ୍କୁ ମଧ୍ୟରେ ଦ୍ଵନ୍ଦ ମଧ୍ୟ ରହିଛି। ନବମ ଏବଂ ଦଶମ ଶ୍ରେଣୀ ପିଲା ୪ ରୁ ୬ ଘଣ୍ଟା ଅନଲାଇନ୍ ରେ ରହିବେ ସେଥିପାଇଁ ବୋହୂ ନେଟପ୍ୟାକ୍ ଡାଟା ଖର୍ଚ୍ଚ ହେବ। ପିଲା ଏବଂ ଅଭିଭାବକ ଏତେ ଟଙ୍କା କୋଉଠୁ ଆଣିବେ ବୋଲି ସଂଘ ପ୍ରଶ୍ନ କରୁଛି।