ନମସ୍କାର ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକବଡ ଦୁଃଖ ଦାୟକ ଖବର ସାମ୍ନାକୁ ଆସିଛି। କିଛିଦିନ ତଳେ ବିଜୟ ଚିତ୍ରା ଯିଏକି ସିରିୟଲ୍ ଜଗତର ହିରୋଇନ୍ ଭୂମିକାରେ ଅନେକ ଗୁଡ଼ିଏ ସିରିୟଲ୍ ରେ କାମ କରିଥିଲେ ସେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଚିତ୍ରା ଚେନ୍ନାଇର ଏକ ହୋଟେଲରେ ରହିଥିଲେ ଏବଂ ସେହି ହୋଟେଲରୁ ତାଙ୍କର ମୃତଶରୀର ଉଦ୍ଧାର କରାଯାଇଛି। ଚିତ୍ରାଙ୍କ ମୃତ ଶରୀର ଚେନ୍ନାଇର ହୋଟେଲ ରୁମ୍ ର ଫ୍ୟାନରେ ଝୁଲୁ ଥିବାର ଦେଖିବାକୁ ମିଳିଥିଲା |
ପରବର୍ତ୍ତୀ ସମୟରେ ହୋଟେଲର କର୍ମଚାରୀ ପୋଲିସକୁ ଫୋନ୍ କରି ଏହି ସମ୍ବନ୍ଧରେ ଖବର ଦେଇଥିଲେ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଅଚାନକ ଏମିତି କଣ ଘଟିଲା ଯେ ନିଜର ଆକ୍ଟିଙ୍ଗ କ୍ୟାରିୟର ରେ ସଫଳତା ପାଇସାରିଥିବା ଚିତ୍ରା ଫାଶୀଲଗାଇ ଆତ୍ମହତ୍ୟା କରିଲେ। ଆପଣମାନଙ୍କ ମଧ୍ୟରୁ କିଛି ଜଣ ଚିତ୍ରାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଆଉ କିଛି ମଧ୍ୟ ଚିତ୍ରାଙ୍କୁ ଏତେଟା ଜାଣି ନଥିବେ।
ଦର୍ଶକବନ୍ଧୁ ଆପଣମାନେ ଜଣୀ ରଖନ୍ତୁ କି ଚିତ୍ରା ଅନେକ ଧାରାବାହିକରେ ଅଭିନୟ କରିସାରିଛନ୍ତି। ସେ ମଧ୍ୟ ଅନେକ ଗୁଡ଼ିଏ ରିଆଲିଟି ସୋ ରେ ଆଙ୍କରିଂ କରିଥାନ୍ତି। ପୂର୍ବରୁ ଆପଣମାନେ ଆମ ବଲିଉଡ୍ ର ସୁପରଷ୍ଟାର ସୁଶାନ୍ତ ସିଂ ଙ୍କ ମୃତ୍ୟୁ ବିଷୟରେ ତ ଜାଣିଥିବେ। ତାଙ୍କର ସେମିତି ମୃତ ଦେହ ତାଙ୍କ ରୁମ୍ ରୁ ଉଦ୍ଧାର କରାଯାଇଥିଲା ଏବଂ ସୁଶାନ୍ତ ସିଂଙ୍କ ରହସ୍ୟମୟ ମୃତ୍ୟୁପରେ ତାମିଲ ଅଭିନେତ୍ରୀ ଚିତ୍ରାଙ୍କର ମଧ୍ୟ ଅଚାନକ ରହସ୍ୟମୟ ଭାବେ ମୃତ୍ୟୁ ଘଟିଛି।
ସୁଶାନ୍ତ ସିଂ ମଧ୍ୟ ନିଜ ରୁମ୍ ରେ ରାଶି ଲଗାଇ ଆତ୍ମହତ୍ୟା କରିଥିଲେ ଏବଂ ଚିତ୍ରା ମଧ୍ୟ ଠିକ୍ ସେହିପରି ଚେନ୍ନାଇର ହୋଟେଲ ରୁମରେ ଆତ୍ମହତ୍ୟା କରିଛନ୍ତି। ସେ କଣ ପାଇଁ ଆତ୍ମହତ୍ୟା କରିଛନ୍ତି ତାହା ତ ସମୟ ଆସିଲେ ପୋଲିସର ତଦନ୍ତ ସାରିବା ପରେ ଜଣାପଡ଼ିବ।