ଆରବ ସାଗର ପାଦ ଭିଡୁଛି ବାତ୍ୟା ଆସନ୍ତା 16 ତାରିଖରେ ଆକାର ଧାରଣ କରିବ ତେବେ ଦକ୍ଷିଣ ପୂର୍ବ ଆରବ ସାଗର ଓ ସଂଲଗ୍ନ ଅଂଚଳରେ ଲଘୁଚାପ ବଳୟ ସୃଷ୍ଟି ହୋଇଛି ପରବର୍ତୀ 24 ଘଂଟାରେ ନେବ ୱେଲ ମାର୍କଡ଼ ଲୋ ପ୍ରେସର ର ରୂପ ଧୀରେ ଧୀରେ ଘନୀଭୂତ ହେବ 15 ତାରିଖରେ ଆରବ ସାଗରରେ ସଂଲଗ୍ନ ଅଂଚଳରେ ଡିପ୍ରେସନ ରେ ପରିଣତ ହେବ ଲଘୁଚାପ ଏହାପରେ ଉତ୍ତର ଉତ୍ତର ପଶ୍ଚିମ ଦିଗରେ ଗତି କରବା ସହ 16 ତାରିଖ ରେ ଆରବ ସାଗର ରେ ସୃଷ୍ଟି ହେବ ସାଇକ୍ଲୋନିକ ଷ୍ଟର୍ମ ଓ ଏ ବାତ୍ୟା ର ନାମ ରହିବ ତାଉ-ତେ
ତେବେ ଏହାର ଗତିବିଧି ନେଇ ସଠିକ ଆକଳନ ହୋଇନି 48 ଘଣ୍ଟା ପରେ ସ୍ପଷ୍ଟ ହେବ କୁଆଡେ ଯିବ ବାତ୍ୟା କଣ ରହିବ ଏହାର ପ୍ରଭାବ ରାକ୍ଷାଧିକ କେରଳ କର୍ଣ୍ଣାଟକ ଗୋଆ ଓ ମହାରାଷ୍ଟ୍ର ର ଉପ କୂଳରେ ଏହାର ପ୍ରଭାବ ପଡିପାରେ କଛ ଦକ୍ଷିଣ ପାକିସ୍ତାନ ରେ ଗତି କରିପାରେ ସମ୍ଭାବ୍ୟ ବାତ୍ୟା |
ଓଡ଼ିଶାରେ ବାତ୍ୟାର କୌଣସି ପ୍ରଭାବ ପଡିବ ନାହିଁ ରାଜ୍ୟରେ ଏବେ ସକ୍ରିୟ ରହିଛି କାଳବୈଶାଖୀ ବିଭିନ୍ନ ଜିଲ୍ଲାରେ ଘଡ ଘଡି ସହ ବର୍ଷା ଜାରି ରହିଛି ଆସନ୍ତା କଲି ଯାଏ 17 ଟି ଜିଲ୍ଲା ବାଲେଶ୍ୱର ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର ପୁରୀ ଖୋର୍ଦ୍ଧା ନୟାଗଡ଼ ଗଞ୍ଜାମ ଗଜପତି କେନ୍ଦୁଝର ମୟୁରଭଞ୍ଜ ଢେଙ୍କାନାଳ ଅନୁଗୁଳ କନ୍ଧମାଳ ଓ ରାୟଗଡା କୁ ରହିଛି ଅରେଞ୍ଜ ୱାର୍ଣ୍ଣିଙ୍ଗ |
ଭଦ୍ରକ ଯାଜପୁର କେନ୍ଦ୍ରାପଡ଼ା ଜଗତସିଂହପୁର କଟକ ଓ ଖୋର୍ଦ୍ଧା ଜିଲ୍ଲାର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି ପଶ୍ଚିମ ଓଡିଶା ଓ ବାକି 13 ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ ଆଜିର କାଳବୈଶାଖୀ ବର୍ଷାରେ ଭିଜିଥିଲା ଟ୍ୱିନ ସିଟି ବିଭିନ୍ନ ଜିଲାରେ ଭି ମାଡି ଆସିଥିଲା ଆକାଶରେ କଳା ହାଣ୍ଡିଆ ମେଘ ଘଡ ଘଡି ସହ ପବନ ବର୍ଷା ହୋଇଥିଲା |
ଆସୁଛି ବଡ ବାତ୍ୟା… 16ରୁ ଆରମ୍ଭ ହେବ ପ୍ରକୋପ… ପଢନ୍ତୁ ସମ୍ପୂର୍ଣ ଖବର… Cyclone Updates
