Weather Update: ଆସୁଛି ବାତ୍ୟା, ଛେଚିବ ବର୍ଷା, ପାଣିପାଗ ବିଭାଗ ଦେଲେ ସୂଚନା, ଜାଣନ୍ତୁ କେବେଠୁ ଢାଳିବ…

ତେବେ ଓଡିଶାକୁ ପୁଣି ବାତ୍ୟା ର ଭୟ ଆସନ୍ତା 3 ତାରିଖ ରୁ 6 ତାରିଖ ଯାଏ ପ୍ରବଳ ବର୍ଷିବି ତେବେ ଓଡିଶାରୁ କେଉଁ କେଉଁ ଜିଲ୍ଲା ମାନଙ୍କ ଉପରେ ଏହାର ପ୍ରଭାବ ରହିଛି ଆସନ୍ତୁ ଜାଣିବା | ତେବେ ବର୍ତ୍ତମାନ ରାଜ୍ୟରେ ବର୍ଷା ର ବିଶେଷ ସମ୍ଭାବନା ନାହିଁ ଆସନ୍ତା 5 ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ |

ତେବେ ଡିସେମ୍ବର ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା 3 ତାରିଖ ରୁ 5 ତାରିଖ ମଧ୍ୟରେ ଉପକୂଳ ରେ ମାଡ଼ ହୋଇପାରେ ଏହା ଓଡିଶା କିମ୍ବା ଆନ୍ଧ୍ରରେ ଉପକୂଳ ଛୁଇଁବାର ସମ୍ଭାବନା ରହିଛି | ତେବେ ବିଭିନ୍ନ ପାଣିପାଗ ମଡେଲ ଏଭଳି ସଂକେତ ଦେଖାଇଛନ୍ତି ତେବେ ଭାରତୀୟ ପାଣିପାଗ ବିଭାଗ ଆକଳନ ଅନୁସାରେ 29 ତାରିଖ ରେ ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ସୃଷ୍ଟି ହେବ ଏହା ପଶ୍ଚିମ ଉତ୍ତର ପଶ୍ଚିମ ରେ ମୁହାଁଇବ |

ଆଉ ଏହା ସହିତ 48ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇପାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଅବପାତ ର ରୂପ ନେଇପାରେ ଆଉ 4 ରୁ 5 ତାରିଖ ଭିତରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି |

ଏହା ଆନ୍ଧ୍ର କିମ୍ବା ଓଡିଶା ଉପକୂଳ ଛୁଇଁବ 3 ତାରିଖ ରାତିରେ କିମ୍ବା 4 ତାରିଖ ସଖାଳ ଭିତରେ ଏହା ଅବପାତ ଅବସ୍ଥାରେ ଦକ୍ଷିଣ ଓଡିଶା ଉପକୂଳରେ ପ୍ରବେଶ କରିବାର ସମ୍ଭାବନା ରହିଛି ଏହା ଓଡିଶା ଦେଇ ପଶ୍ଚିମବଙ୍ଗ କୁ ଗତି କରିବି |

ଏହାର ପ୍ରଭାବ ରେ ଗଞ୍ଜାମ ରୁ ବାଲେଶ୍ୱର ପର୍ଯ୍ୟନ୍ତ ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ପବଳ ବର୍ଷା ର ସମ୍ଭାବନା ରହିଛି ଆଉ ଯଦି ବି ଏହା ବାତ୍ୟା ର ରୂପ ନ ନିଏ ତଥାପି 3 ରୁ 6 ତାରିଖ ଯାଏ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |