ଏଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ଏହି ଫଟୋ ଖୁବ ଭାଇରାଲ ହେବାରେ ଲାଗିଛି, ଜାଣନ୍ତୁ ଏହାର କାରଣ କ’ଣ ?

ବଚ୍ଚନ ପରିବାର ସବୁବେଳେ କିଛି ନା କିଛି କାରଣରୁ ହେଡଲାଇନରେ ରହିଥା’ନ୍ତି | ଯଦି ପରିବାରର ପ୍ରତ୍ୟେକ ସଦସ୍ୟ ଜଣେ ପ୍ରସିଦ୍ଧ ତାରକା ଥିବେ, ତେବେ ସମ୍ବାଦରେ ଛାଇ ରହିବା ତ ମାମୁଲି କଥା| ଘରର ମୁଖ୍ୟ ଅମିତାଭ ବଚ୍ଚନ, ପୁଅ ଅଭିଷେକ ବଚ୍ଚନ, ପତ୍ନୀ ଜୟା ଏବଂ ବୋହୂ ଏଶ୍ୱର୍ଯ୍ୟା ସର୍ବଦା ଗଣମାଧ୍ୟମ ଏବଂ ଫେନ୍ସଙ୍କ ନଜରରେ ରୁହନ୍ତି । କିଏ କଣ କରୁଛି, ସେମାନେ କେଉଁଠାକୁ ଯାଉଛନ୍ତି, କିଏ ଫିଲ୍ମରେ ବ୍ୟସ୍ତ ଅଛନ୍ତି, ସେମାନଙ୍କର ସବୁ ପ୍ରକାରେ ସୂଚନା ଲୋକଙ୍କ ନିକଟରେ ପହଞ୍ଚେ|ଲୋକମାନେ ସେମାନଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ସବୁକିଛି ଜାଣିବାକୁ ଚାହାଁନ୍ତି|

କିନ୍ତୁ ଜେବେଠୁ ଏହି ପରିବାରରେ ଏଶ୍ୱର୍ଯ୍ୟା – ଅଭିଷେକଙ୍କ ଝିଅ ଆରାଧ୍ୟା ଆସିଛନ୍ତି, ସମସ୍ତଙ୍କ ନଜର ବଚ୍ଚନ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ କମ୍ ଏବଂ ଆରାଧ୍ୟା ଉପରେ ଅଧିକ ରହୁଛି| ସମସ୍ତେ ଜାଣିବାକୁ ଚାହାଁନ୍ତି ଯେ ଆରାଧ୍ୟା କେମିତିିଆ ଝିଅ? ସେ କଣ ପସନ୍ଦ କରନ୍ତି? କଣ ପସନ୍ଦ କରନ୍ତି ନାହିଁ? ଏମିତିରେ ଅନେକ ଥର ଏହି ଝିଅଟି ଅଳ୍ପ ବୟସରେ ଗଣମାଧ୍ୟମ ପାଇଁ ଏକ ବଡ଼ ହେଡଲାଇନ ହୋଇଯାଆନ୍ତି|

ବିଭିନ୍ନ କାରଣରୁ ଅନେକ ଥର ସେ ଗଣମାଧ୍ୟମର ଖବରର ଅଂଶ ହୋଇଛନ୍ତି, କିନ୍ତୁ ଏଥର ଏକ ବିଶେଷ କାରଣ ହେତୁ ଆରାଧ୍ୟା ଆଲୋଚନାରେ ଆସିଛନ୍ତି। ବାସ୍ତବରେ, ଆଜିକାଲି ସୋସିଆଲ ମିଡିଆରେ ଆରାଧ୍ୟାଙ୍କର ଏକ ମଜାଦାର ଚିତ୍ର ଭାଇରାଲ ହେବାରେ ଲାଗିଛି|ଏହି ଫଟୋରେ ଆରାଧ୍ୟା ଏକ ଧଳା ଟି-ସାର୍ଟ ପିନ୍ଧିଛନ୍ତି ଏବଂ ତାଙ୍କ କୋଳରେ ଥିବା ଖାଦ୍ୟ ପ୍ଲେଟକୁ ଦେଖି ହସୁଛନ୍ତି|

ଆରାଧ୍ୟାଙ୍କର ଏହି ସ୍ୱିଟ ଫଟୋ ଅନେକ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି|ଏହି ଫଟୋରେ ଆରାଧ୍ୟା ବହୁତ ଭିନ୍ନ ଏବଂ ସୁନ୍ଦର ଦେଖାଯାଉଛନ୍ତି|ତେବେ ଏହି ଫଟୋ ଭାଇରାଲ ହେବା ପଛରେ ଆଉ ଏକ ବିଶେଷ କାରଣ ଲୁଚି ରହିଛି। ଏହି ଫଟୋକୁ ପୁଣି ଥରେ ଦେଖନ୍ତୁ|ଆପଣ କଣ ଦେଖିଲେ? ଯଦି ଆପଣ ଧ୍ୟାନ ଦେଇଛନ୍ତି, ତେବେ ଏହି ଫଟୋରେ ଆରାଧ୍ୟାଙ୍କ ମା ଏଶ୍ୱର୍ଯ୍ୟା ରାୟ ବଚ୍ଚନ ମଧ୍ୟ ନଜର ଆସିଛନ୍ତି | ଏହି କଥା କେବଳ ଆମେ କହୁନାହୁଁ, ସୋସିଆଲ ମିଡିଆରେ ଆରାଧ୍ୟାଙ୍କ ଅନେକ ଫେନ୍ସ ମଧ୍ୟ କହୁଛନ୍ତି|ପଟୋ ଭାଇରାଲ ହେବା ପରେ ଫେନ୍ସ ତାଙ୍କୁ କିଉଟ, ପରି, ଡଲ୍, ସୁନ୍ଦର ଭଳି ଶବ୍ଦ ସହିତ ସମ୍ବୋଧିତ କରୁଛନ୍ତି|

ଯେଉଁଭଳି ଭାବରେ ଆରାଧ୍ୟାଙ୍କ ଲୋକପ୍ରିୟତା ବଢୁଛିି, ସେଥିରୁ ଗୋଟିଏ କଥା ତ ନିଶ୍ଚିତ ଯେ ଯେତେବେଳେ ଆରାଧ୍ୟା ବଡ଼ ହୋଇ ଫିଲ୍ମରେ ଆସିବେ, ସେତେବେଳେ ସେ ସୁପର ଷ୍ଟାର ନୁହେଁ ବରଂ ମେଗା ଷ୍ଟାର ହେବେ| ତାଙ୍କ ଝିଅ ଉପରେ ସମସ୍ତ ଗଣମାଧ୍ୟମର ଧ୍ୟାନ ଥିବା ବିଷୟରେ ଆରାଧ୍ୟାଙ୍କ ମା ଏଶ୍ୱର୍ଯ୍ୟା ନିକଟରେ କହିଛନ୍ତି ଯେ ସାଧାରଣ ପିଲା ପରି ଆରାଧ୍ୟାଙ୍କୁ ରଖିବା ପାଇଁ ସେ ଚେଷ୍ଟା କରୁଛନ୍ତି। ତଥାପି, ଯେତେବେଳେ ସେ ଏତେ ଗଣମାଧ୍ୟମର ଧ୍ୟାନ ପାଆନ୍ତି ସେତେବେଳେ ଆରାଧ୍ୟା କ’ଣ ଅନୁଭବ କରନ୍ତି ସେ ବିଷୟର ଅନ୍ଦାଜା ତାଙ୍କୁ ମଧ୍ୟ ନାହିଁ|

ଆରାଧ୍ୟା ଯେତେବେଳେ ବି ଗଣମାଧ୍ୟମ ସାମ୍ନାକୁ ଆସନ୍ତି, ସେ ଆଦୌ ଲାଜ କରନ୍ତି ନାହିଁ| ସେ ବିନା ଅସୁବିଧାରେ ପୋଜ୍ ଦିଅନ୍ତି ଏବଂ ଲୋକମାନଙ୍କୁ ତାଙ୍କର ଶାନ୍ତ ଶୈଳୀରେ ନିଜ ପ୍ରଶଂସକ ବନାନ୍ତି| ଆରାଧ୍ୟାଙ୍କ ଏହି ଭାଇରାଲ୍ ଫଟୋ ବିଷୟରେ ଆପଣଙ୍କ କ’ଣ କହିବେ? ଆରାଧ୍ୟା କାହା ପରି ଦେଖାଯାଆନ୍ତି? ମା ଏଶ୍ୱର୍ଯ୍ୟା ନା ପିତା ଅଭିଷେକଙ୍କ ପରି?