ବଡ଼ ଖବର: 2021 ରୁ 2025 ଏହି ସବୁ ଘଟଣା ଘଟିବ, କରୋନା ଏହି ତାରିଖରେ ଶେଷ ହେବ, ଦେଖନ୍ତୁ Malika Bachana

ଆପଣମାନେ ଯଦି ଆମର ପୁରାଣ ଶାସ୍ତ୍ର ଏବଂ ବୋହୁ ଜ୍ଞାନିଗୁଣି ମାନଙ୍କର ଭବିଷ୍ୟ ବାଣୀକୁ ଦେଖିବେ ତେବେ ନିଶ୍ଚିତ ଭାବରେ ଆପଣ ଜାଣିପାରିବେ କି ସେମାନେ ତାଙ୍କର ଜ୍ଞାନ ଓ ପର୍ଯ୍ୟବେକ୍ଷଣ ମାଧ୍ୟମରେ ଯାହା ବି ଭବିଷ୍ୟବାଣୀ ଦେଇଥିଲେ ତାହା ଧୀରେ ଧୀରେ ସମୟଚକ୍ରରେ ସତ ହେବାକୁ ଯାଉଛି। ତେବେ ଏହି ପୂର୍ବ ପୁରୁଷମାନଙ୍କର ବାଣୀ ମଧ୍ୟରୁ ଅଚ୍ୟୁତାନନ୍ଦଙ୍କ ମାଳିକା ବଚନ ଅନ୍ୟତମ। ବର୍ତ୍ତମାନ ଦେଖାଯାଉଛି କି ଅଚ୍ୟୁତାନନ୍ଦ ତାଙ୍କ ମଳିକାରେ ଯାହାକିଛି ବି ଭବିଷ୍ୟବାଣୀ କରିଥିଲେ ତାହା ସବୁ ସତରେ ପ୍ରକାଶିତ ହେବାକୁ ଯାଉଛି। ଏହାର ବଡ ଉଦାହରଣ ହେଉଛି ବର୍ତ୍ତମାନର ମାରାତ୍ମକ କୋରୋନା। ଯାହା ବିଷୟରେ ଆଗରୁ ମାଳିକାରେ ବର୍ଣ୍ଣନା କରାଯାଇଥିଲା।

ତେବେ ସେହି ମାଳିକା ବଚନର ଏକ ଭାଗରେ ୨୦୨୧ ରୁ ୨୦୨୫ ମଧ୍ୟରେ କଣ କଣ ସବୁ ହେବାକୁ ଯାଉଛି ତାହା ଉପରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି। ତେବେ ଆସନ୍ତୁ ଜାଣିବା ୨୦୨୧ ରୁ ୨୦୨୫ ମଧ୍ୟରେ କଣ ସାରା ବିଶ୍ଵର ପରିସ୍ଥିତି ରହିଛି ଯାହା ମାଳିକାରେ ବର୍ଣ୍ଣନା କରାଯାଇଅଛି। ମହାପୁରୁଷମାନେ ଭବିଷ୍ୟ ବାଣୀରେ କହିଥିଲେ କି ୨୦୨୦ ରେ ଓଡ଼ିଶା ତଥା ସମଗ୍ର ଦେଶରେ ଫସଲହାନୀ ହେବ। ଯାହାଦ୍ଵାରା ଲୋକମାନଙ୍କୁ ନିଜର ଚାଷରୁ ବୋହୁତ କ୍ଷତି ହେବ।

ଆଉ ଆପଣମାନେ ବି ଦେଖିଥିବେ କି ତାହା ସତ୍ୟ ହୋଇଛି, ଦେଶର ପ୍ରାୟ ଅଧିକାଂଶ ରାଜ୍ୟରେ ଚାଷିମାନଙ୍କର ଆନ୍ଦୋଳନ ଚାଲିଥିବାର ଦେଖା ଯାଉଛି ଏବଂ ଚଷିମାନେ ବୋହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ତେବେ ପୁଣି ମହାପୁରୁଷମାନେ ୨୦୨୧ ବର୍ଷକୁ ନେଇ ଭବିଷ୍ୟବାଣୀ ରଖିଛନ୍ତି କି ଏହି ମସିହାରେ ପ୍ରକୃତି ଆମର ବଦ୍ଧକ ସାଜିବ ତଥା ବିଭିନ୍ନ ସ୍ଥାନରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଯିବ ଯେପରିକି ଭୂକମ୍ପ।

ସେହିପରି ୨୦୨୨ ଓ ୨୦୨୩ ମସିହାକୁ ନେଇ ମାଳିକାରେ କୁହାଯାଇଛି କି ଏହି ବର୍ଷରେ ସମସ୍ତ ଲୋକମାନେ ନିଜ ନିଜର ବିନାଶର କାରଣ ସାଝିବେ। ଲୋକମାନଙ୍କ ମଧ୍ୟରେ ଗଣ୍ଡଗୋଳ ହେବ। କଥା କଥାରେ ଲୋକମାନଙ୍କ ମଧ୍ୟରେ ହଣାକଟା ହେବ। କେହି କାହାକୁ ମନିବେ ନାହିଁ ସାରା ଓଡ଼ିଶାରେ ଜ୍ଞାନର ଦ୍ଵୀପ ଲିଭିଯିବ। ନାହିଁ ନଥିବା ରୋଗରେ ଲୋକମାନେ ଆକ୍ରାନ୍ତ ହେବେ ଓ ବୋହୁତ ଅଳ୍ପ ବୟସରେ ଲୋକମାନେ ମୃତ୍ୟୁବରଣ କରିବେ।

ସେହିଭଳି ୨୦୨୪ ଓ ୨୦୨୫ ବର୍ଷକୁ ନେଇ ମାଳିକାରେ ଏକ ରାମ ଓ ଲକ୍ଷ୍ମଣ କାହାଣୀକୁ ନେଇ ମହାପୁରୁଷମାନେ କହିଛନ୍ତି କି ଏହି ବର୍ଷରେ ଲୋକମାନେ ମୃତ୍ୟୁବରଣ କରିବେ କେବଳ ତାଙ୍କର ଅହଙ୍କାର ଏବଂ ହିଂସ୍ର ମାନସିକତା ଯୋଗୁଁ। କାଳ ମୁଖରେ ଛିଡ଼ାହୋଇ ମଧ୍ୟ ଏହି ମାନବ ଜାତିର ଅନ୍ୟର ଅମଙ୍ଗଳ ପାଞ୍ଚିବା ଆଉ ଫଳ ସ୍ୱରୂପ ନିଜେ ନିଜର ମୃତ୍ୟୁର କାରଣ ହୋଇବ।