ବଡ଼ ଖବର-ଛେଳି ଜନ୍ମ ଦେଲା ମଣିଷ ଛୁଆ, He Prabhu ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ

ଛେଳି ଜନ୍ମଦେଲା ମଣିଷ ଛୁଆ। ସଂପୂର୍ଣ୍ଣ ଖବର ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଅନେକ ସମୟରେ ଦେଶ ବିଦେଶରୁ ଏଭଳି କିଛି ଖବର ସାମ୍ନାକୁ ଆସିଥାଏ ଯାହାକୁ ଦେଖି ସଭିଏଁ ଆଶ୍ଚର୍ଯ୍ୟ ଚକିତ ରହିଯାଆନ୍ତି। ଯାହାକୁ ଆଖିରେ ନ ଦେଖିଲେ ବିଶ୍ୱାସ କରିବା ମଧ୍ୟ ଅସମ୍ଭବ ହୋଇଥାଏ। ସେଭଳି ଏକ ଘଟଣା ଏବେ ସାମ୍ନାକୁ ଆସିଛି କେଉଁଠି ଛେଳି ଏକ ମଣିଷ ଛୁଆକୁ ଜନ୍ମ ଦେଇଛି। ସାଧାରଣତଃ ଦେଖାଯାଏ ସବୁ ଜୀବଜନ୍ତୁ ନିଜ ରୂପର ଛୁଆକୁ ଜନ୍ମ ଦେଇଥାନ୍ତି। ସେହିଭଳି ମଣିଷ ମଧ୍ୟ ମଣିଷ ଛୁଆକୁ ଜନ୍ମ ଦେଇଥାନ୍ତି। ହେଲେ ଆପଣ କେବେ ଦେଖି ନଥିବେ କୌଣସି ଛେଳି ଏକ ମଣିଷ ଛୁଆକୁ ଜନ୍ମ ଦେବା।


ଘଟଣାଟି ଶୁଣିବା ପରେ ହୁଏତ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ପାରନ୍ତି ହେଲେ ଘଟଣାଟି ସତ ଅଟେ। ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି କର୍ଣ୍ଣାଟକର ମହୀଶୂର ଠାରେ। ଏଠାରେ ଏକ ଛେଳି ମଣିଷ ଛୁଆ ଭଳି ଦିଶୁଥିବା ଏକ ଛୁଆକୁ ଜନ୍ମ ଦେଇଛି। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍ ଦ୍ରୁତଗତିରେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ହେଉଥିବା ଏହି ଫଟୋରେ ଛେଳିଟିର ଏକ ମଣିଷ ଛୁଆ ଭଳି ଦୁଇଟି ହାତ, ଦୁଇଟି ଗୋଡ଼, ମୁହଁ, ଶରୀର ଓ ଆଖି ସହିତ ତାହାର ଶରୀରର ଗଠନ ଏକ ମଣିଷ ଛୁଆ ଶରୀର ଭଳି ହୋଇଛି। ଏହାସହ ପେଟର ନାଭି ମଧ୍ୟ ଦେଖିବାକୁ ମିଳୁଛି।

ଏହି ଫଟୋ ଭାଇରାଲ ହେବାପରେ ଦେଶ ତଥା ଦେଶ ବାହାରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। କେହି ଲୋକ ଏହାକୁ ଫେକ୍ କହୁଥିବା ବେଳେ ଅନ୍ୟ କିଛି ଲୋକ ଏହା ଉପରେ ବିଶ୍ୱାସ କରିଛନ୍ତି। ଅନ୍ୟ କିଛି ଲୋକ ଏହାକୁ ଭଗଵାନଙ୍କ ଚମତ୍କାର ବୋଲି କହିଛନ୍ତି। ମିଳିଥିବା ଖବର ଅନୁସାରେ ଜନ୍ମ ଦେଇଥିବା ଏହି ଛେଳିଟି କର୍ଣ୍ଣାଟକର ମହୀଶୂର ସୋଲାପୁର ନିବାସୀ ଭାସ୍କର ନାମକ ଜଣେ ବ୍ୟକ୍ତିଙ୍କର। ଛେଳିଟି ଏଭଳି ଏକ ବିଚିତ୍ର ପିଲାକୁ ଜନ୍ମ ଦେବା ଦେଖି ଭାସ୍କର ଆଶ୍ଚର୍ଯ୍ୟ ଚକିତ ହୋଇଗଲା।


ଏହି ଖବର ଖୁବ୍ କମ୍ ସମୟ ମଧ୍ୟରେ ନିଆଁ ଭଳି ଚାରିଆଡ଼େ ଖେଳିଗଲା। ଛେଳି ଛୁଆଟିର ଶରୀରର ଗଠନ ଅଧିକରୁ ଅଧିକ ମଣିଷ ଛୁଆପାରି ଥିଲା। କେବଳ ଏହାର କାନ ଓ ଗୋଡ ଛେଳି ଭଳି ଥିଲା। ଏହି ଖବର ସ୍ଥାନୀୟ ପଶୁ ଡାକ୍ତରଙ୍କୁ ଦିଆଯାଇଥିଲା। ଚାରିଆଡ଼େ ଏହି ଖବର ପ୍ରଚାରିତ ହେବା ପରେ ଏହିଭଳି ବିଚିତ୍ର ଛୁଆକୁ ଦେଖିବା ପାଇଁ ସେଠାରେ ସ୍ଥାନୀୟ ଲୋକମାନଙ୍କ ଭିଡ ଜମିଥିଲା। କିନ୍ତୁ ଦୁଃଖର ଖବର ଏହା କି ଜନ୍ମ ହେବା କିଛି ସମୟ ପରେ ଏହି ଛୁଆଟି ଆରପାରିକୁ ଚାଲିଯାଇଥିଲା।