ବଡ଼ ଖବର- ଏହି ସବୁ ଜିଲ୍ଲାରେ ଚାଲିବ Bus, କେଉଁଠି କେଉଁଠି କୁ ଗଡିବ ଦେଖନ୍ତୁ

ନମସ୍କାର ବନ୍ଧୁଗଣ ଆପଣମାନେ ଜାଣିଥିବେ ଜୁଲାଇ ୧୬ ଯାଏଁ ପୁରା ଓଡ଼ିଶା ଆଂଶିକ ଲକ୍ ଡାଉନ୍। ଆସନ୍ତୁ ଜାଣିବା କେଉଁ ଜିଲ୍ଲାରେ ବସ୍ ଚାଲିବ କେଉଁ ଜିଲ୍ଲାରେ ବସ୍ ଚାଲିବ ନାହିଁ। ଆସିଲା ଜୁଲାଇ ଗାଇଡ ଲାଇନ ୨ ଟି କାଟାଗରିରେ ଜିଲ୍ଲାକୁ ବିଭକ୍ତ କରି କଟକଣା ଲାଗୁ କରାଯାଇଛି। କାଟାଗରି A ଜିଲ୍ଲାରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଛି।

ତେବେ ଜିଲ୍ଲା ଜିଲ୍ଲା ଭିତରେ ବସ୍ ଚଳାଚଳ ପାଇଁ ଅନୁମତି ମିଳିଲା। ବସ୍ ରେ ଯେତିକି ସିଟ୍ ଅଛି ସେତିକି ଯାତ୍ରୀ ଯାଇପାରିବେ। ସେହିପରି ଟ୍ୟାକ୍ସି, ଅଟୋ ଚଳାଚଳ ପାଇଁ କାଟାଗରି A ଜିଲ୍ଲାରେ ଅନୁମତି ମିଳିଛି। ଚାଳକ ସହ ସର୍ବାଧିକ ୨ ଜଣ ଯାତ୍ରୀ ଯାଇପାରିବେ। ସେହି ପରି କାଟାଗରି B ଜିଲ୍ଲାରେ ବସ୍ ଚଳାଚଳ କରିବନାହିଁ।

ଆସନ୍ତୁ ଜାଣିବା କେଉଁ ଜିଲ୍ଲା କାଟାଗରି A ଓ କେଉଁ ଜିଲ୍ଲା କାଟାଗରି B ରେ ରହିଛି। କାଟାଗରି A ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ବଲାଙ୍ଗୀର, କଳାହାଣ୍ଡି, ନୂଆପଡ଼ା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡ଼ା। କାଟାଗରି B ନୟାଗଡ଼, ପୁରୀ, ଖୋର୍ଦ୍ଧା ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଞ୍ଜ।