ବଡ଼ ଖବର- ଶାଶୁକୁ ନେଇ ଜ୍ବାଇଁ ଫେରାର, He Bhagban ତାପରେ ରାତିରେ ଯାହା ଘଟିଲା ଜାଣିଲେ ଆଶ୍ଚର୍ଯ୍ୟ ହେବେ

ପ୍ରେମ ଜାତି ଧର୍ମ ବୟସ ସମ୍ପର୍କ ଏସବୁ କିଛି ଦେଖେନାଇ ସେଥିଲାଗି ବୋଧେ ପ୍ରେମକୁ ଅନ୍ଧ କୁହାଯାଏ କିନ୍ତୁ ବେଳେବେଳେ ଅନ୍ଧ ପ୍ରେମର ଏମିତି କିଛି ଘଟଣା ଆମ ସାମ୍ନାକୁ ଆସିଥାଏ ଯାହାକୁ ସମାଜ କେବେବି ଗ୍ରହଣ କରିନଥାଏ | ବିହାରର ମୁର୍ଯ୍ୟଫର ପୁରରୁ ଏଭଳି ଏକ ମାମଲା ସାମ୍ନାକୁ ଆସିଛି ଯେଉଁଠାରେ 50 ବର୍ଷ ବୟସ୍କ ଶାଶୁ ସହ 25 ବର୍ଷ ବୟସ୍କ ଜୁଆଇଁ ଫେରାର ହୋଇଯାଇଛି |

ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତଜନା ସୃଷ୍ଟି ହୋଇଛି ଏଇ ମାମଲା ର୍ଯ୍ୟଫର ପୁର ର ଭୌର କଲନ ପୋଲିସ ଅଧୀନରେ ଥିବା ଏକ ଗାଁ ରେ ଘଟିଛି ଖବର ମୁତାବକ ଉକ୍ତ ମହିଳା ଜଣଙ୍କ ଏଠାରେ ନିଜ ଝିଅକୁ ବାହା ଦେଇଥିଲେ ତେବେ ଏହାରି ମଧ୍ୟରେ ମହିଳାଙ୍କ ନିଜ ଜୁଆଇଁ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ଫଳରେ ଦୁହେଁ ପ୍ରାୟ 10 ମାସ ପୂର୍ବରୁ ଘର ଛାଡି ଫେରାର ହୋଇଯାଇଥିଲେ |

ଏ ଘଟଣା ବିଷୟରେ ଘରଲୋକେ ସୂଚନା ପାଇଥିଲେ ମଧ୍ୟ ସେମାନେ ଏ ନେଇ ପୋଲିସ ପାଖରେ କୌଣସି ଅଭିଯୋଗ କରିନଥିଲେ ତେବେ ପ୍ରାୟ 10 ମାସ ପରେ ଶାଶୁ ଓ ଜୁଆଇଁ କୋର୍ଟ ମ୍ୟାରେଜ କରି ଘରକୁ ଫେରିଥିଲେ ଯାହାକୁ ନେଇ ମହିଳାଙ୍କ ଝିଅ ପ୍ରତିବାଦ କରିଥିଲେ | ଫଳରେ ସେଠାରେ ହଙ୍ଗାମା ହେବାସହ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା |

ଏଇ ଘଟଣା ବିଷୟରେ ପୋଲିସ ପାଖରେ ଖବର ପହଂଚିବାରୁ ପୋଲିସ ଶାଶୁ ଜୁଆଇଁ କୁ ଥାନାକୁ ନେଇ ସେମାନଙ୍କ ଉପରେ ଘରର ଶାନ୍ତି ଭଗ୍ନ କରିବାର ଚାଲାଣ ଆଦାୟ କରିଥିଲା ତେବେ ଏଇ ଘଟଣା କୁ ନେଇ ଏବେ ସ୍ଥାନୀୟ ଅଂଚଳ ଚର୍ଚା ଜୋର ଧରିଛି |