ବଡ଼ ଖବର: ଏହି ତାରିଖରେ ଖୋଲିବ School ଏବଂ College, ସରକାର ନେଲେ ବଡ ନିଷ୍ପତି

ଏବେ ଏବେ ଆସିଲା ବଡ଼ ଖବର ସରକାର ନେଲେ ବଡ଼ ନିଷ୍ପତି ଏହି ତାରିଖରେ ଖୋଲିବ ରାଜ୍ୟର ସମସ୍ତ ସ୍କୁଲ କଲେଜ ଓ ବିଶ୍ୱ ବିଦ୍ୟାଳୟ | ମହାମାରୀ ସଂକ୍ରମଣ ଆଶଙ୍କା ମଧ୍ୟରେ ଆସନ୍ତା ଜୁନ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବ ରାଜ୍ୟ ଉଚ୍ଚଶିକ୍ଷା ସଚିବ ସାସ୍ୱଦ ମିଶ୍ର ଏ ନେଇ ଆଜି ସମସ୍ତ ସରକାରୀ ବିଶ୍ୱ ବିଦ୍ୟାଳୟ କୁଳପତି ଓ କଲେଜ ର ପ୍ରିନ୍ସିପାଲ ଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି |

ସୂଚନା ଅନୁସାରେ ରାଜ୍ୟରେ କରୋନା ମହାମାରୀ ଦ୍ୱତୀୟ ପର୍ଯ୍ୟାୟ ସଂକ୍ରମଣ ମାମଲା ବୃଦ୍ଧି ପାଇବାପରେ ରାଜ୍ୟ ସରକାର ଚଳିତ ମାସ ପ୍ରଥମ ସପ୍ତାହରେ ସମସ୍ତ ଶିକ୍ଷା ଅନୁଷ୍ଠାନ କୁ ତତ୍କାଳ ପ୍ରଭାବରୁ ବନ୍ଦ କରିଦେଇଥିଲେ ତେବେ ଆଜି ଉଚଶିକ୍ଷା ସଚିବ ସାସ୍ୱଦ ମିଶ୍ର ଲେଖିଥିବା ଚିଠି ଅନୁସାରେ ଉଚଶିକ୍ଷା ବିଭାଗ ପକ୍ଷରୁ ଘୋଷଣା ହୋଇଥିବା ଗ୍ରୀଷ୍ମ ଛୁଟି ଅବଧି ଚଳିତ ମାସ 31 ତାରିଖରେ ଶେଷ ହେଉଛି |


ଏହି ଗ୍ରୀଷ୍ମ ଛୁଟି ସରିବାପରେ ଜୁନ ପହିଲାରୁ ପାଠପଢା ଆରମ୍ଭ ହେବ ଏଠାରେ କୋଭିଡ ବିଷୟରେ ସମସ୍ତ ନୂତନ ଅପଡେଟ ଗୁଡିକୁ ପଢନ୍ତୁ | 2021 ଏପ୍ରିଲ 16 ତାରିଖରେ ବିଭାଗ ପକ୍ଷରୁ ଜାରି କୋଭିଡ ଗାଇଡଲାଇନ ଅନୁସାରେ ଉଚଶିକ୍ଷା ଅନୁଷ୍ଠାନ ଗୁଡିକରେ ପାଠ ପଢା ହେବ ସେଥିପାଇଁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନେବାକୁ ସାସ୍ୱଦ ମିଶ୍ର ନିର୍ଦେଶ ଦେଇଛନ୍ତି |

ସୂଚନା ଯୋଗ୍ୟ ରାଜ୍ୟରେ କରୋନା ସଂକ୍ରମଣ ମାମଲା ବେ ବି ବୃଦ୍ଧି ପାଇବାରେ ଲାଗିଛି ରାଜ୍ୟରେ ଜୁନ ପହିଲା ପର୍ଯ୍ୟନ୍ତ ଲକଡାଉନ ଥିବାବେଳେ ସାପ୍ତାହିକ ସଟଡାଉନ ମଧ୍ୟ ରହିଛି କିନ୍ତୁ ଏହା ସତ୍ୱେ ସରକାର ଉଚଶିକ୍ଷା ଅନୁଷ୍ଠାନ ଗୁଡିକୁ କାର୍ଯ୍ୟକ୍ଷେମ କରିବାକୁ ଆଜି ନିଷ୍ପତି ନେଇଛନ୍ତି |