Weather Update- ପୁଣି ଆଉ ଏକ ଲଘୁଚାପ, ସାରା ଓଡ଼ିଶାରେ ପୁଣି ଏତେ ଦିନ ପ୍ରବଳ ବର୍ଷା, ଏଇଠି ଛେଚିବ

ବାଙ୍ଗଲାଦେଶ ଉପକୂଳ ଏବଂ ସଂଲଗ୍ନ ପଶ୍ଚିମ ବଙ୍ଗ ଅଞ୍ଚଳରେ ସକ୍ରିୟ ରହିଛି ଲଘୁଚାପ ଏଇ ଲଘୁଚାପ କ୍ଷେତ୍ରର ପ୍ରଭାବ ରେ ରାଜ୍ୟର ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷ ର ସମ୍ଭାବନା ଥିବା ପୂର୍ବାନୁମାନ କରିଛି |

ପାଣିପାଗ ବିଭାଗ 24 ଘଣ୍ଟା ମଧ୍ୟରେ ହେବାକୁ ଥିବା ବର୍ଷାର ପ୍ରଭାବ ରେ ତଳୁଆ ଅଞ୍ଚଳରେ ପାଣି ଜମି ରହିବା ସହ ଗମନ ଗମନରେ ଅନେକ ଅସୁବିଧା ସୃଷ୍ଟି ହୋଇପାରେ ବୋଲି ସତର୍କ ସୂଚନା ଦେଇଛି ପାଣିପାଗ ବିଭାଗ |

ସମ୍ଭାବ୍ୟ ସ୍ତିତି କୁ ଦେଖି ଆଜିଠୁ ଅଗଷ୍ଟ 1 ତାରିଖ ଯାଏ ପାଣିପାଗ ବିଭାଗ ପକ୍ଷରୁ ଜାରି କରାଯାଇଛି ୟେଲୋ ୱାର୍ଣ୍ଣିଙ୍ଗ ଆଜିଠାରୁ 14 ଟି ଜିଲ୍ଲା 31 ତାରିଖ ପାଇଁ 6 ଟି ଜିଲ୍ଲା ଓ ଅଗଷ୍ଟ 1 ପାଇଁ 3 ଟି ଜିଲ୍ଲା କୁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଛି ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ଣ୍ଣିଙ୍ଗ ସହ ସତର୍କ ରହିବାକୁ କୁହାଯାଇଛି |

ତେବେ ଆଜିପାଇଁ ୟେଲୋ ୱାର୍ଣ୍ଣିଙ୍ଗ ଜାରି ହୋଇଥିବା 14 ଜିଲ୍ଲା ମଧ୍ୟରେ ରହିଛି ସୁନ୍ଦରଗଡ଼ ଝାରସୁଗୁଡା ଦେବଗଡ଼ ଅନୁଗୁଳ ସମ୍ବଲପୁର ଯାଜପୁର ଭଦ୍ରକ କେନ୍ଦୁଝର ଢେଙ୍କାନାଳ ସୋନପୁର ବୌଦ୍ଧ ବରଗଡ଼ ବଲାଙ୍ଗୀର ଓ ନୂଆପଡା ତାହା ମଧ୍ୟରୁ ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ଗୋଟେ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ଏହି ସମୟରେ ଘଣ୍ଟା ପ୍ରତି 45 ରୁ 55 କିମି ବେଗରେ ପବନ ରହିବାର ସମ୍ଭାବନା ରହିଛି ମସ୍ୟଜୀବି ଙ୍କୁ ସମୁଦ୍ର କୁ ନ ଯିବାର ବାରଣ କରାଯାଇଛି |