ନମସ୍କାର ବନ୍ଧୁଗଣ ଓଡ଼ିଆ ହିରୋଇନ୍ ଛନ୍ଦିତା ପାଢ଼ୀଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ତାରାତାରିଣୀ ଧାରାବାହିକରେ ଆପଣ ତାଙ୍କୁ ମୋହନା ଚରିତ୍ରରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ତେବେ ଆସନ୍ତୁ ଆଜି ମୋହନାଙ୍କ ପରିବାର ଏହାଛଡ଼ା ମୋହନା କାହାକୁ ବିବାହ କରିବାକୁ ଯାଉଛନ୍ତି ଏହି ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା।
ମୋହନା କ୍ୟାରେକ୍ଟରରେ ଆପଣମାନେ ଛନ୍ଦିତା ପାଢ଼ୀଙ୍କୁ ବୋହୁତ ସୁନ୍ଦର ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଗତ କିଛିଦିନ ତଳେ ଦେଖିଥିବେ। ତାରାତାରିଣୀ ଧାରାବାହିକଟି ବନ୍ଦ୍ ହୋଇଗଲା ପରେ ସେ ବର୍ତ୍ତମାନ କୌଣସି ବି ସିରିୟଲ୍ ରେ ଅଭିନୟ କରୁଥିବାର ନଜର ଆସୁନାହାଁନ୍ତି। ଆଗାମୀ ଦିନମାନଙ୍କରେ ମୋହନାଙ୍କୁ ନେଇ ଏକ ସିରିୟଲ୍ ଆସିବାକୁ ଯାଉଛି ଯାହାର ନାମ ରହିଛି କୁଆଁରୀ କନ୍ୟା। ଆଗାମୀ ଦିନମାନଙ୍କରେ ଏହି ଧାରାବାହିକ ସୁଟିଂ ମଧ୍ୟ ଆରମ୍ଭ ହେବ।
ମୋହନାଙ୍କ ପରିବାର ଭୁବନେଶ୍ୱରରେ ରୁହନ୍ତି। ତାଙ୍କ ପ୍ରକୃତ ଗାଁ ହେଉଛି କେନ୍ଦ୍ରାପଡ଼ା ଆଉ ସେ ଭୁବନେଶ୍ୱରରେ ନିଜ ପରିବାର ଲୋକ ସହିତ ରୁହନ୍ତି। ମୋହନାଙ୍କୁ ବର୍ତ୍ତମାନ ସମୟରେ ୩୩ ବର୍ଷ ବୟସ ହୋଇଗଲାଣି କିନ୍ତୁ ଏପର୍ଯ୍ୟନ୍ତ ସେ ବିବାହ ବନ୍ଧନରେ ବାନ୍ଧି ହୋଇନାହାଁନ୍ତି। ଆପଣମାନେ ଜାଣିଥିବେ ସେ ଗତ କିଛିଦିନ ପୂର୍ବେ ଚନ୍ଦନଙ୍କୁ ଭଲ ପାଉଥିଲେ କିନ୍ତୁ ଚନ୍ଦନ ମାହୀଙ୍କୁ ବିବାହ କରି ନେଇଛନ୍ତି।
କିନ୍ତୁ ମୋହନା ଏପର୍ଯ୍ୟନ୍ତ ବିବାହ ବନ୍ଧନରେ ବାନ୍ଧି ହୋଇନାହାଁନ୍ତି, ମୋହନା କହିଛନ୍ତି କି ସେ ବର୍ତ୍ତମାନ ସମୟରେ ନିଜ କ୍ୟାରିୟର ଉପରେ ଫୋକସ୍ କରିବାକୁ ଚାହୁଁଛନ୍ତି ଆଉ ନିଜ କ୍ୟାରିୟରରେ ଜଣେ ବୋହୁତ ଭଲ ଅଭିନେତ୍ରୀ ହେବାପାଇଁ ଚାହୁଁଛନ୍ତି। ଆଗାମୀ ଦିନମାନଙ୍କରେ ସେ କେବେ ବିବାହ କରିବେ ଏହାକୁ ନେଇ ସେ ସଂପୂର୍ଣ୍ଣ କଥା କହିନାହାଁନ୍ତି।