ବାହା ହେଉ ହେଉ କନିଆଁ ଫେରାର, ସ୍ବାମୀ ଆଟୋରୁ ବାହାରି Lover ଅଟୋରେ ବସି ହେଇଗଲା ଫେରାର, ସ୍ୱାମୀ ଅବସ୍ଥା ହେଲା ଏମିତି

ନମସ୍କାର ଦର୍ଶକ ବନ୍ଧୁ ଲକଡାଉନ ସମୟରେ ଆପଣମାନେ ଅନେକ ବିବାହ ଆପଣ ଦେଖିଲେଣି ଓ ଶୁଣିଲେଣୀ। ଏହି ସମୟରେ ଅନେକ ବିବାହ ମଜାଦାର ମଧ୍ୟ ଲାଗୁଛି। କିନ୍ତୁ ଆଜି ଆସନ୍ତୁ ଏକ ବିବାହ ବିଷୟରେ ଜାଣିବା ଯାହା ସମ୍ପୂର୍ଣ୍ଣ ନିଆର। ବାଜା ବାଜିଲା ବରବଧୁ ବସିଲେ ବିବାହ ମଣ୍ଡପରେ ସବୁକିଛି ଠିକ୍ ଠାକ୍ ଥିଲା ବିଦା ହୋଇ ଶାଶୁଘରକୁ ଫେରୁଥିବା ସମୟରେ ବୋହୂ ଅଧାରାସ୍ତାରୁ ଗାୟବ ହୋଇଗଲା।

ବିହାରରେ ଲକଡାଉନ ବିବାହର ଫୁଲ୍ ଫାଇଦା ଉଠାଇ ନେଲେ କନ୍ୟା ଜଣକ। ବର ଆଖି ଆଗରୁ ପତ୍ନୀଙ୍କୁ ଉଡ଼ାଇନେଲା ପ୍ରେମିକ। ୫ ମେ ରେ ଏଭଳି କିଛି ଘଟଣା ଘଟିଗଲା ଜଣେ ବର ସହ ସେ ପୁଣି ଥରେ ବିବାହ କରିବାକୁ ଡରିଯିବ, ବିବାହର ନାଁ ଶୁଣିଲେ ଛନିଆଁ ହୋଇଯିବ। ପତ୍ନୀଙ୍କୁ ଘରକୁ ଆଣିବେ ବୋଲି ସେ ଯେତିକି ଖୁସୀଥିଲେ, ସେପଟେ ବରର ପରିବାର ବି ଚାହିଁବସିଥିଲେ ବୋହୂର ସ୍ବାଗତ ପାଇଁ। ହେଲେ ବୋହୂ ପ୍ରେମିକ ସହ ପଳେଇଲା ଜାଣି ସମସ୍ତଙ୍କର ହୋସ୍ ଉଡିଗଲା।

୨୧ ଏପ୍ରିଲରେ ଉଭୟଙ୍କର ବିବାହ ରୀତିନୀତି ଅନୁସାରେ ହୋଇଥିଲା। ମଦନପୁରର ଚନ୍ଦନଙ୍କ ସହ ବାଲୁଗଞ୍ଜର ଶ୍ୱେତା କୁମାରିଙ୍କର ବିବାହ ହେଲା। ବିବାହ ପରେ ଶାଶୁ ଘରକୁ ବି ଗଲେ କିଛି ଦିନ ଶାଶୁଘରେ ମଧ୍ୟ ରହିଲେ ପୁଣି ପ୍ରଥା ଅନୁଯାୟୀ କିଛି ଦିନ ପରେ ବାପା ଘରକୁ ଆସିଲେ ସ୍ଵାମୀ ସ୍ତ୍ରୀ। ବାପା ଘରୁ ବିଦାୟ ହୋଇ ସ୍ବାମୀଙ୍କ ସହ ଅଟୋରେ ବସି ଯାଉଥିଲେ ସ୍ବାମୀଙ୍କ ସହ ସ୍ତ୍ରୀ। ହେଲେ ଅଟୋକୁ ପିଛା କରୁଥିଲେ ପ୍ରେମିକ ଯାହା ଜାଣି ନଥିଲେ ସ୍ଵାମୀ ଜଣକ। ସୁଯୋଗ ଦେଖି ସ୍ୱେତାଙ୍କୁ ନେଇଗଲେ ପ୍ରେମିକ। ସଙ୍ଗେ ସଙ୍ଗେ ଚନ୍ଦନ କିଛି ବୁଝିପାରିଲେ ନାହିଁ |

ହେଲେ ପରେ ବୁଝିଯାଇଥିଲେ ପତ୍ନୀ ତାଙ୍କ ପ୍ରେମିକ ସହ ପଳାଇଗଲେ। ଖୋଜିବାକୁ ଆଉ ସାହସ ବି କରିପାରୁ ନଥିଲେ ଚନ୍ଦନ କାରଣ ଲୋକଡାଉନରେ କେମିତି ବାହାରିବେ ତେଣୁ ପୋଲିସର ସାହାଯ୍ୟ ନେଲେ। ପତ୍ନୀ ଅଧା ରାସ୍ତାରେ ଶିବଗଞ୍ଜ ନିକଟରେ କହିଥିଲେ ସ୍ବାମୀଙ୍କୁ ବାଥ୍ରୁମ୍ ଯିବେ। ସ୍ବାମୀଙ୍କ ଅଟୋରୁ ଓହ୍ଲାଇ ପ୍ରେମିକ ଆଣିଥିବା ଅଟୋରେ ବସି ଚାଲିଗଲେ। ଏବେ ପୀଡ଼ିତ ସ୍ଵାମୀ ଥାନାରେ ଅଭିଯୋଗ କରିଛନ୍ତି ଓ ପୋଲିସ ଚଣ୍ଡନଙ୍କ ପତ୍ନୀଙ୍କୁ ଖୋଜିବା ଆରମ୍ଭ କରିଛି।