ନମସ୍କାର ବନ୍ଧୁଗଣ ବରଯାତ୍ରୀଙ୍କ ପାଇଁ ହୋଇ ନଥିଲା ମଟନ ବର କହିଲା ବାହା ହେବିନି। ଆଉ ତାପରେ ଯାହା ଘଟିଗଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ। ଏମିତି ଏକ ଘଟଣା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଆସନ୍ତୁ ସଂପୂର୍ଣ୍ଣ ଖବରଟି କଣ ରହିଛି ଜାଣିବା। କେଉଁଠି ବର ଯୌତୁକ ପାଇଁ ବେଦିରୁ ଉଠି ଆସୁଛି ତ ଆଉ କେଉଁଠି କନିଆଁ ଅସୁନ୍ଦର ଥିବା ଦେଖି ବାହାଘର ଭାଙ୍ଗି ଯାଇଛି, ତ କେଉଁଠି ମଦ୍ୟପାନ କରୁଥିବା ବର ପାଇଁ ମଙ୍ଗଳା କନ୍ୟା ହାତଗଣ୍ଠି ପଡୁପଡୁ ଉଠି ଆସୁଛି।
ବାହାଘରକୁ ନେଇ ଏମିତି ଅନେକ ଅଜବ ଏବଂ ବିଚିତ୍ର ଘଟଣା ଆପଣମାନେ ନିଜ ଆଖ ପାଖରେ ଦେଖିଥିବେ ଅଚେତ୍ ଶୁଣିଥିବେ। କିନ୍ତୁ ଆଜି ଆସନ୍ତୁ କେନ୍ଦୁଝର ଜିଲ୍ଲାରେ ଘଟିଥିବା ଏମିତି ଏକ ଘଟଣା ବିଷୟରେ ଜାଣିବା ଯେଉଁଠି ବରଯାତ୍ରୀଙ୍କୁ ଖାସି ମାଂସ ଖାଇବାକୁ ନ ମିଳିବାରୁ ବର ବାହାଘରକୁ ଅଧାରେ ଭାଙ୍ଗି ଉଠି ଆସିଛି। ଏପରିକି ଏକ ଆଶ୍ଚର୍ଯ୍ୟ କଥା ସେହିଦିନ ବର ଅନ୍ୟ ଏକ ଝିଅକୁ ବାହା ହୋଇ ଘରକୁ ଫେରିଛି। ବର ହେଉଛନ୍ତି ରମାକାନ୍ତ ପତ୍ର ବୟସ ୨୭। ଜୁନ ୨୪ ତାରିଖରେ ଥିଲା ବାହାଘର, ବର ନିଜ ବରଯାତ୍ରୀ, ବନ୍ଧୁବାନ୍ଧବ ସହିତ କନ୍ୟା ଘର ଗାଁ କେନ୍ଦୁଝର ଜିଲ୍ଲାରେ ବଧୂ ଗାଆଁରେ ଅପରାହ୍ନରେ ପହଞ୍ଚିଥିଲା।
ବାହାଘର ସ୍ଥଳରେ ପହଞ୍ଚିବା ପରେ କନ୍ୟା ଘର ପକ୍ଷରୁ ବରଯାତ୍ରୀଙ୍କୁ ସ୍ବାଗତ କରାଯାଇଥିଲା। ଏହାପରେ ବରଯାତ୍ରୀ ଭୋଜି ଖାଇବାକୁ ବସିଥିଲେ। କନ୍ୟା ଘର ଲୋକ ଖାଦ୍ୟ ମଧ୍ୟ ପରଷି ଥିଲେ ହେଲେ ଯେତେବେଳେ ଜାଣିଲେ ଭୋଜିରେ ଖାସି ମାଂସ ନାହିଁ ସେତେବେଳେ ବରଯାତ୍ରୀ ଉତ୍କ୍ଷୀପ୍ତ ହୋଇ ଉଠିଥିଲେ। ଖାସି ମାଂସ ନାହିଁ ଆମେ ଭୋଜି ଖାଇବୁ ନାହିଁ ବୋଲି ହୋହାଲା କରିଥିଲେ। ଏହାପରେ କନ୍ୟାଘର ଏବଂ ବରଘର ମଧ୍ୟରେ ପ୍ରବଳ ପାଟତୁଣ୍ଡ ହୋଇଯାଇଥିଲା। ସେପଟେ ବାହାଘର ଆରମ୍ଭ ହୋଇଯାଇଥିଲା ଏବଂ ବେଦିରେ ବସିଥିଲା ବର।
ହେଲେ ବରଯାତ୍ରୀ ପାଇଁ ଖାସି ମାଂସ ହୋଇନଥିବାରୁ ବର ମଧ୍ୟ ଉତ୍କ୍ଷିପ୍ତ ହୋଇ ପଡ଼ିଥିଲେ। ଖାସି ମାଂସ ନାହିଁ ତ ବାହାଘର ନାହିଁ କହି ସିଧା ବେଦୀରୁ ଉଠି ଆସିଥିଲେ। ବାସ୍ ଏହାପରେ ମାତ୍ର ଖାସି ମାଂସ ପାଇଁ ବାହାଘର ଟି ଭାଙ୍ଗି ଯାଇଥିଲା। ବରଯାତ୍ରୀ ବରକୁ ନେଇ ଫେରିଗଲେ ଏହାପରେ ସେହି ସମାନ ଦିନରେ ବର ଅନ୍ୟଜଣେ ଝିଅକୁ ବାହା ହୋଇ ଘରକୁ ଫେରିଥିଲା। ତେବେ ଏପର୍ଯ୍ୟନ୍ତ ବର ନାଁ ରେ କୌଣସି ଅଭିଯୋଗ ହୋଇନଥିବାର ସ୍ଥାନୀୟ ପୋଲିସ କହିଛି।
ବାହାଘରରେ ହେଇ ନଥିଲା Motton, ବର କହିଲା ମଟନ ହେଇନି ବାହା ହେବିନି, ତାପରେ ଯାହା ହେଲା
