ଅନେକ ଲୋକେ ଏପରି ଅଛନ୍ତି ବାସି ରୁଟି ସେବନ କରନ୍ତି ନାହିଁ I ତାଙ୍କ କହିବା ଅନୁସାରେ ବାସି ରୁଟି ଶରୀର ପାଁଇ ହାନିକାରକ ହେଇଥାଏ I କିନ୍ତୁ ଧ୍ୟାନ ରଖନ୍ତୁ 12 ଘଣ୍ଟା ରୁ ଅଧିକ କୌଣସି ଖାଦ୍ୟ ରଖି ଖାଇବା ଉଚିତ ନୁହେଁ I କାରଣ ଏହା ଦ୍ୱାରା ଫୁଡ ପଯଜନ ହେଇପାରେ I ଏବଂ ଅଧିକ ବାସି ଖାଦ୍ୟ ଖାଇବା ଦ୍ୱାରା ଏହା ର ପୁଷ୍ଟିସାର ର ପରିମାଣ ମଧ୍ୟ କମିଯାଇଥାଏ I ଏବଂ ଏହି ବାସି କାଧ୍ୟ କୁ ଗରମ କରିବା ଖାଇବା ମଧ୍ୟ ଶରୀର ପାଁଇ ଖୁବ ହାନିକାରକ ଅଟେ I କିନ୍ତୁ ଆଜି ଆମେ ଏପରି କିଛି ବାସି ଖାଦ୍ୟ ବିଷୟ ରେ ଆଲୋଚନା କରିବା ଯାହା କି ଶରୀର ପାଁଇ ଉପକାରୀ ଅଟେ I ଏଥି ମଧ୍ୟ ରୁ ଗୋଟେ ହେଉଛି ବାସି ରୁଟି I
ଯଦି ଆପଣ ଅନ୍ୟ କୌଣସି ଖାଦ୍ୟ ଶସ୍ୟ ରେ ନିର୍ମିତ ରୁଟି ବାସି କରି ଖାଇବେ ତେବେ ଏହା ସେତିକି ମାତ୍ରା ରେ ଶରୀର ପାଁଇ ଲାଭଦାୟକ ନୁହେଁ I ଯଦି କୌଣସି ରୁଟି ତିଆରି ହେବାର 12 ରୁ 16 ଘଣ୍ଟା ମଧ୍ୟ ରେ ଆପଣ ସେବନ କରନ୍ତି ତେବେ ଏହା ଶରୀର ପାଁଇ ବେଶ ଲାଭଦାୟକ ହେଇଥାଏ I ଧ୍ୟାନ ରଖିବେ ଏହି ନିର୍ଧାରିତ ସମୟ ରୁ ଅଧିକ ସମୟ ଯେପରି ବାସି ନ ହେଇଥିବ I
ତେବେ ଆଜି ଆମେ ଆଲୋଚନା କରିବା ବାସି ରୁଟି ସେବନ ର ଉପକାରିତା ବିଷୟ ରେ
ସୁଗାର କଣ୍ଟ୍ରୋଲ ହେଇଥାଏ I ଯଦି କୌଣସି ବ୍ୟକ୍ତି ଙ୍କ ର ସୁଗାର ଜନିତ ସମସ୍ୟା ରହିଥାଏ ତେବେ ସେହି ଲୋକେ ବାସି ରୁଟି ସେବନ କରିବା ଉଚିତ I ସୁଗାର ଲେବଲ କୁ ଏହା ନିୟନ୍ତ୍ରଣ ରେ ରଖିଥାଏ I ଏହି ବାସି ରୁଟି କୁ ସେବନ କରିବା ପୂର୍ବ ରୁ ଆପଣ 10 ମିନିଟ ଥଣ୍ଡା କ୍ଷୀର ରେ ବତୁରାଈ ରଖନ୍ତୁ ଏବଂ ଏହା ପରେ ଏହା ର ସେବନ କରନ୍ତୁ I
ରକ୍ତ ଚାପ ନିୟନ୍ତ୍ରିତ ରହିଥାଏ
ଯଦି କୌଣସି ବ୍ୟକ୍ତି ଙ୍କର ବ୍ଲଡ଼ ପ୍ରେସର ସମସ୍ୟା ରହିଥାଏ ସେହି ବ୍ୟକ୍ତି ମଧ୍ୟ ଥଣ୍ଡା କ୍ଷୀର ରେ ବାସି ରୁଟି ବତୁରାଈ ଖାଇପାରିବେ I ସକାଳୁ ଏପରି ଜଳଖିଆ କରିଲେ ଆପଣ ଙ୍କ ର ରକ୍ତ ଚାପ ନିୟନ୍ତ୍ରଣ ରେ ରହିଥାଏ I
ପେଟ ସମ୍ବନ୍ଧିତ ସମସ୍ୟା ଦୂର ହେଇଥାଏ
ଆଜିକା ବ୍ୟସ୍ତବହୁଳ ଜୀବନ ରେ ଲୋକ ଙ୍କ ଅନିୟମିତତା ଖାଦ୍ୟ ପେୟ କୁ ନେଇ ପେଟ ସମ୍ବନ୍ଧିତ ସମସ୍ୟା ଦେଖିବାକୁ ମିଳିଥାଏ I ତେଣୁ ଏପରି ଲୋକ ଙ୍କୁ ମଧ୍ୟ ବାସି ରୁଟି ର ସେବନ କରିବା ଉଚିତ I ଏପରି ଥଣ୍ଡା କ୍ଷୀର ରେ ବାସି ରୁଟି ସେବନ କରିବା ଦ୍ୱାରା ପେଟ ସମସ୍ୟା , ଏସିଡ଼ିଟି ଆଦି ସମସ୍ୟା ମଧ୍ୟ ଦୂର ହେଇଥାଏ I
ଦୁର୍ବଳ ଶରୀର ର ଲୋକେ
ଯଦି କୌଣସି ବ୍ୟକ୍ତି ଅଧିକ ଦୁର୍ବଳ ଅଟନ୍ତି ସେମାନେ ମଧ୍ୟ ବାସି ରୁଟି ର ସେବନ କରିବା ଉଚିତ I ଏହା ଦ୍ୱାରା ଆପଣ ଙ୍କ ର ଦୁର୍ବଳପଣ ଦୂର ହେଇଥାଏ I ଯେଉଁ ଲୋକ ଙ୍କ ର କମଜୋର ଶରିର ରହିଛି ସେମାନେ ନିୟମିତ ରୂପେ ଏପରି ବାସି ରୁଟି ସେବନ କରିବା ଲାଭଦାୟକ ହେଇଥାଏ I