ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଆପଣଙ୍କ ପ୍ରିୟ ଅଭିନତ୍ରୀ Tulasi… ଦେଖନ୍ତୁ

ନମସ୍କାର ଦର୍ଶକବନ୍ଧୁ ଆପଣଙ୍କ ପ୍ରିୟ ତୁଳସୀ ଏବେ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି। ତୁଳସୀକୁ ଆପଣମାନେ ତୋ ଅଗଣାର ତୁଳସୀ ମୁଁ ଧାରାବାହିକରେ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ। ଯାହାକୁ ଆପଣମାନେ ତୁଳସୀ ବୋଲି ଜାଣିଛନ୍ତି ତାଙ୍କ ପ୍ରକୃତ ନାମ ହେଉଛି ଶ୍ୱେତଲେନା।


ଶ୍ୱେତଲେନା ଭଟ୍ଟାଚାର୍ଯ୍ୟ ଏବେ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି। ତାଙ୍କର ପ୍ରେମିକ ସିବା ମହାନ୍ତିଙ୍କ ସହିତ ସେ ବିବାହ କରିବାକୁ ଯାଉଛନ୍ତି। ଶୁଣିବାକୁ ମିଳୁଛି କି ଡିସେମ୍ବର ମାସରେ ହିଁ ବିବାହ ବନ୍ଧନରେ ବାନ୍ଧି ହେବେ ଏହି ଯୋଡି। ଶ୍ୱେତଲେନାଙ୍କୁ ଆପଣମାନେ ଅନେକ ଧାରାବାହିକରେ ମୁଖ୍ୟ ଅଭିନେତ୍ରୀ ଭାବରେ ଅଭିନୟ କରିଥିବାର ଦେଖିଥିବେ।


ସେ ଈଟିଭି ରେ ଟୁପୁରୁ ଟପୁର ହେଉ କିମ୍ବା ସାର୍ଥକ ଟିଭିର ତୋ ଅଗଣାର ତୁଳସୀ ମୁଁ ହେଉ କି ତରଙ୍ଗ ଟିଭିର କାଳିଜାଇ ସବୁଥିରେ ସେ ନିଜ ଅଭିନୟ ଯାଦୁ ଦେଖାଇ ଲୋକମାନଙ୍କ ମନକୁ ବେଶ୍ ଛୁଇଁଛନ୍ତି ଶ୍ୱେତଲେନା। ଏହି ଅଭିନେତ୍ରୀ ଜଣଙ୍କର ଅଭିନୟ ଯେତିକି ସୁନ୍ଦର ସେ ଦେଖିବାକୁ ମଧ୍ୟ ସେତିକି ସୁନ୍ଦର।

ଶ୍ୱେତଲେନା ନିଜ ପ୍ରେମିକ ସହ ଅନେକ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଛାଡିଛନ୍ତି। ଆଗକୁ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବୋଲି ଶ୍ୱେତଲେନା ବୋହୁତ ଖୁସୀ ମଧ୍ୟ ଅଛନ୍ତି। ଶ୍ୱେତଲେନା ଚଳଚ୍ଚତ୍ରରେ ମଧ୍ୟ କିଛି କିଛି ଭାଗରେ ଅଭିନୟ କରିଛନ୍ତି କିନ୍ତୁ ସେତେବେଳେ ସେ ଏତେ ଲୋକପ୍ରିୟ ହୋଇନଥିଲେ କିନ୍ତୁ ଏବେ ଏହି ଧାରାବାହିକ ତୋ ଅଗଣାର ତୁଳସୀ ମୁଁ ଧାରାବାହିକ ଦେଲା ଏକ ନୂଆ ପରିଚୟ ଯାହା ହେଉଛି ତୁଳସୀ । ଶ୍ୱେତଲେନା ଆଉ ସିବାଙ୍କ ଯୋଡି ଆପଣଙ୍କୁ କେମିତି ଲାଗୁଛି ଆମକୁ କମେଣ୍ଟ୍ ମାଧ୍ୟମରେ ଜଣାନ୍ତୁ