ବିବାହ ବନ୍ଧନରେ ବାନ୍ଧି ହେଲେ Raja ଓ Rani, ସାମ୍ନାକୁ ଆସିଲା ଏମିତି ଫୋଟୋ ଏବେ ଦେଖନ୍ତୁ

ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ରାନୀ ଧାରାବାହିକର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀ ରାଜା ଓ ରାନୀ। ଏହି ଖବରଟି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।ତେବେ କଣ ରହିଛି ଏହାର ସତ୍ୟତା ଆସନ୍ତୁ ଜାଣିବା। ଆପଣମାନେ ରାନୀ ଶିରିୟଲ ତ ନିଶ୍ଚିତ ଭାବରେ ଦେଖିଥିବେ।

ଏହି ଧାରାବାହିକରେ ରାନୀ ଆଉ ରାଜା ଚରିତ୍ରରେ ଅଭିନୟ କରିଥିବା ଶୀତଲ ଆଉ ମହାପ୍ରସାଦଙ୍କୁ ବି ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଏମାନଙ୍କ ଜବରଦସ୍ତ ଅଭିନୟ ଯୋଗୁଁ ଏହି ଧାରାବାହିକଟି ଦିନ ଦର୍ଶକମାନଙ୍କ ଅତିପ୍ରିୟ ଧାରାବାହିକ ହୋଇପାରିଥିଲା। ଏବଂ ରାଜା ଆଉ ରାନୀଙ୍କ ଜବରଦସ୍ତ ଅଭିନୟ ଯୋଗୁଁ ମଧ୍ୟ ଏହି ଧାରାବାହିକଟି ବୋହୁତସାରା ଆୱାଡ଼ ଜିତିଥିଲା।


ଗତ କିଛିଦିନ ହେବ ଏହି ଧାରାବାହିକଟି ବନ୍ଦ୍ ହୋଇଯାଇଛି ଏହି ଧାରାବାହିକଟି ସରିବାପରେ ରାଜା ଆଉ ରାନୀ କୌଣସି ଧାରାବାହିକରେ ଆଉ କାମ କରି ନାହାଁନ୍ତି। ଏହି ଦୁହିଁଙ୍କୁ ଆପଣମାନେ ବୋହୁତସାରା ଆଲବମ୍ ରେ ଅଭିନୟ କରିଥିବାର ଦେଖିଥିବେ। ରାଣୀ ଧାରାବାହିକର ସୁଟିଂ ଚାଲିଥିବା ସମୟର ଏକ ବାହାଘର ଫଟୋ ରାଜା ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ୍ ରେ ପୋଷ୍ଟ କରିଛନ୍ତି।

ଏହି ଫଟୋ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଖୁବ୍ ଭାଇରଲ ହେବାରେ ଲାଗିଲା କି ରାଜା ଓ ରାନୀ ବିବାହ କରିଛନ୍ତି। ଏହି ଧାରାବାହିକଟି ୨୦୧୭ ମସିହାରେ ଆରମ୍ଭ ହୋଇଥିଲା ଏବଂ ଏହି ଫଟୋ ଟି ହେଉଛି ୨୦୧୭ ମସିହାର ରାନୀ ଧାରାବାହିକର ଫଟୋ ଅଟେ। ଏହି ଧାରାବାହିକରେ ରାଜା ଓ ରାଣୀ ଛୋଟବେଳୁ ହିଁ ବିବାହ କରିଥିଲେ।