ବିବାହ ପୂର୍ବରୁ କାହିଁକି ଅଲଗା ହେଲେ Sradha ଓ Rajesh, ଏବେ ସାମ୍ନାକୁ ସବୁ ସତ

ନମସ୍କାର ବନ୍ଧୁଗଣ ଅପରାଜିତା ଧାରାବାହିକର ହିରୋ ରାଜରାଜେଶ୍ ଏବଂ ଆମ ଘର ଲକ୍ଷ୍ମୀ ଧାରାବାହିକର ହିରୋଇନ୍ ଶ୍ରଦ୍ଧାଙ୍କୁ ତ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ। ଦୀର୍ଘ ୩ ବର୍ଷ ଧରି ଚର୍ଚ୍ଚାରେ ଥିବା ଶ୍ରଦ୍ଧା ଏବଂ ରାଜରାଜେଶ୍ ଙ୍କ ପ୍ରେମରେ ପଡ଼ି ଯାଇଛି ଫାଟ। ବର୍ତ୍ତମାନ ଏହି ଖବରଟି ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି।


ତେବେ କାହିଁକି ଭାଇରାଲ ହେଉଛି ଏହିପରି ଖବର ଏବଂ ସତରେ କଣ ଶ୍ରଦ୍ଧା ଏବଂ ରାଜରାଜେଶ୍ ବ୍ରେକଅପ୍ କରି ଦେଇଛନ୍ତି ଆସନ୍ତୁ ଜାଣିବା। ଶ୍ରଦ୍ଧା ଏବଂ ରାଜରାଜେଶ୍ ଙ୍କ ପ୍ରଥମ ଦେଖା ହୋଇଥିଲା ମିଠା ମିଠା ଫିଲ୍ମରୁ ଯେଉଁଥିରୁ ଦୁହେଁ ଦୁହିଁଙ୍କୁ ଭଲପାଇ ବସିଥିଲେ ଏବଂ ସୋସିଆଲ ମିଡିଆରେ ମଧ୍ୟ ଦୁହିଁଙ୍କ ଯୋଡି ଖୁବ୍ ଚର୍ଚ୍ଚା ଧରିଥିଲା।


ଦୁହେଁ ଅଲଗା ଅଲଗା ସିରୀୟଲ କରୁଥିଲେ ମଧ୍ୟ ସବୁବେଳେ ଦୁହିଁଙ୍କୁ ସୋସିଆଲ ମିଡିଆରେ ଏକାଠି ଦେଖିବାକୁ ମିଳୁଥିଲା। ଏହାପରେ ଶ୍ରଦ୍ଧା ଏବଂ ରାଜରାଜେଶ୍ ନିଜ ନିର୍ବନ୍ଧର ଖବର ମିଡ଼ିଆକୁ ଜଣେଇବା ପରେ ଦୁହିଁଙ୍କର ବିବାହର ଖବର ମଧ୍ୟ ଅନେକ ଭାଇରାଲ ହେଉଥିଲା।


ତେବେ ତାଙ୍କର ବିବାହ ଫାଇନାଲ ହୋଇଯିବା ପରେ ମଧ୍ୟ ଦୁହିଁଙ୍କର କାହିଁକି ବ୍ରେକଅପ୍ ହେଲା ଏହା ଶସ୍ପେନସ୍ ହୋଇ ରହିଛି। ତେବେ ଏହି ବ୍ରେକଅପ୍ ପରେ ଦୁହେଁ ପରସ୍ପର ସହିତ ଉଠାଇଥିବା ପତ୍ୟୋକଟି ଫଟୋ ଏବଂ ଭିଡିଓ କୁ ଡିଲିଟ୍ କରିଦେଇଛନ୍ତି। ତେବେ କଥା ଉଠୁଛି ସୋସିଆଲ ମିଡ଼ିଆରୁ ଆରମ୍ଭ ଏହି ପ୍ରେମ ସେଇଠି ହିଁ ଶେଷ ହୋଇଯାଇଛି।