Breaking ଆସିଲା ସବୁଠୁ ବଡ Update, ଲଘୁଚାପ ବର୍ଷାକୁ ନେଇ ସୂଚନା ଦେଲେ IMD

ନମସ୍କାର ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପକୁ ନେଇ ଏକ ବଡ ସୂଚନା ଜାରୀ ହୋଇଛି। ସୃଷ୍ଟ ଲଘୁଚାପଟି ଉତ୍ତର ବଙ୍ଗୋପସାଗରରେ ସୃଷ୍ଟି ଏହା ଓଡ଼ିଶା ଏବଂ ପଶ୍ଚିମବଙ୍ଗ ଉପକୂଳରେ ରହିଛି। ଏହାସହ ଆଜିରାତି ସୁଧା ଏହା ଓଏଲମାର ଲୋ ପ୍ରେସରରେ ପରିଣତ ହେବ। ଆସନ୍ତା ୨୪ ଘଣ୍ଟା ପରେ ଏହା ଡିପ୍ରେସନ୍ ର ରୂପ ନେବାପରେ ଡିପ୍ ଡିପ୍ରେସନ୍ ର ରୂପ ନେଇ ଉତ୍ତର ପଶ୍ଚିମ ଦିଗରେ ଗତିକରିବ ଏବଂ ଓଡ଼ିଶା ଉପକୂଳ ସହ ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ତେବେ ଏହାର ପ୍ରଭାବରେ ଆସନ୍ତା କାଲି ଠାରୁ ରାଜ୍ୟରେ ପୁଣି ବର୍ଷାର ପରିମାଣ ବଢିବ। ଏହାସହ ୧୩ ତାରିଖ ବେଳକୁ ରାଜ୍ୟର ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ସତର୍କ କଲା ପାଣିପାଗ ବିଭାଗ। ଦକ୍ଷିଣ ଓଡ଼ିଶାର ଅଧିକାଂଶ ଜିଲ୍ଲାକୁ ହାଇ ଆଲର୍ଟ ଜାରି ହୋଇଛି ଆସନ୍ତା ୧୩ ତାରିଖ ପାଇଁ।

ଏହାସହ ଆଜି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନକୁ ରେଡ୍ ୱାର୍ଣ୍ଣିଂ ଜାରୀ ହୋଇଥିବା ବେଳେ ଅରେଞ୍ଜ୍ ଏବଂ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ତେବେ ଆସନ୍ତା କାଲି ସକାଳ ୮:୩୦ ସୁଦ୍ଧା କେଉଁସବୁ ଜିଲ୍ଲାରେ କେତେ ପ୍ରବଳ ବର୍ଷା ହେବ ଏବଂ କେଉଁ ସବୁ ଜିଲ୍ଲାକୁ କେତେ ସତର୍କ ସୂଚନା ଜାରୀ କରିଲା ପାଣିପାଗ ବିଭାଗ ନିଶ୍ଚୟ ଜାଣିରଖନ୍ତୁ। IMD ପକ୍ଷରୁ ସୂଚନା ଜାରୀ ହେବା ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗୀର, ନୟାଗଡ଼, ସୋନପୁର, ଖୋର୍ଦ୍ଧା, ପୁରୀ ଏବଂ ଜଗତସିଂହପୁର ଜିଲ୍ଲାକୁ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରୀ କରିଛି ପାଣିପାଗ ବିଭାଗ। ଏହିସବୁ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରୀ ହୋଇଥିବା ବେଳେ ଆରେଞ୍ଜ୍ ୱାର୍ଣ୍ଣିଂ ଜାରୀ ହୋଇଥିବା ଜିଲ୍ଲାଗୁଡ଼ିକ ହେଉଛି ଗଞ୍ଜାମ, କଟକ, ଅନୁଗୁଳ, ସମ୍ବଲପୁର ସହ ବରଗଡ଼, ନବରଙ୍ଗପୁର, ନୂଆପଡ଼ା, ମାଲକାନଗିରି, କୋରାପୁଟ ଏବଂ କେନ୍ଦ୍ରାପଡ଼ା ଜିଲ୍ଲାକୁ ଆରେଞ୍ଜ୍ ୱାର୍ଣ୍ଣିଂ ଜାରୀ ହୋଇଛି। ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଗୋଟଏ କିମ୍ବା ଦୁଇଟି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହାସହ ଆଉ ସବୁ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଏହାସହ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଥିବା ଜିଲ୍ଲାମାନଙ୍କ ମଧ୍ୟରେ ରହିଛି ରାୟଗଡ଼ା, ଗଜପତି, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ମୟୂରଭଞ୍ଜ, ବାଲେଶ୍ଵର , ଭଦ୍ରକ, ଯାଜପୁର ଏବଂ ଢେ଼ଙ୍କାନାଳ ଏହିସବୁ ଜିଲ୍ଲାରେ ଗୋଟେ କିମ୍ବା ଦୁଇଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ଆଉ ସବୁ ଜିଲ୍ଲାରେ ହାଲୁକା ବର୍ଷା କିମ୍ବା ପାଗ ମୁଖ୍ୟତଃ ମେଘୁଆ ଦେଖିବାପାଇଁ ମିଳିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଏହାସହ ଆସନ୍ତା କାଲି ପାଇଁ ଆରେଞ୍ଜ୍ ୱାର୍ଣ୍ଣିଂ ଜାରୀ ହୋଇଥିବା ଜିଲ୍ଲା ମଧ୍ୟରେ ରହିଛି ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଯାଜପୁର, କଟକ, ଢେଙ୍କାନାଳ ସହ ଅନୁଗୁଳ, ସମ୍ବଲପୁର, ବୌଦ୍ଧ, ସୋନପୁର ଏବଂ ବଲାଙ୍ଗୀର ଜିଲ୍ଲା ପାଇଁ ଆରେଞ୍ଜ୍ ୱାର୍ଣ୍ଣିଂ ଜାରୀ ହୋଇଛି। ଏହିସବୁ ଜିଲ୍ଲାମାନଙ୍କରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ପ୍ରବଳ ବର୍ଷାର ଅନୁମାନ କରିଛି ପାଣିପାଗ ବିଭାଗ। ଏହାସହ ଆସନ୍ତା କଲି ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ନେଇ ରେଡ୍ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ବିଶେଷକରି ବଲାଙ୍ଗୀର, ବରଗଡ଼, ସୋନପୁର, ବୌଦ୍ଧ ସହ ଅନୁଗୁଳ ଏବଂ ସମ୍ବଲପୁର ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ରେଡ୍ ୱାର୍ଣ୍ଣିଂ ଜାରୀ ହୋଇଛି।

ଏହାସହ ଆସନ୍ତା ୧୩ ବେଳକୁ ରାଜ୍ୟରେ ସର୍ବାଧିକ ବର୍ଷା ଦେଖିବାକୁ ମିଳିବ ବିଶେଷକରି ଦକ୍ଷିଣ ଓଡ଼ିଶା ପାଇଁ। ହାଇ ଆଲର୍ଟ ଜାରୀ କରିଛି ପାଣିପାଗ ବିଭାଗ। ବିଶେଷକରି ୧୧ ଜିଲ୍ଲାକୁ ଆରେଞ୍ଜ୍ ୱାର୍ଣ୍ଣିଂ ଜାରୀ ହୋଇଥିବା ବେଳେ ଆଉ ସବୁ ଜିଲ୍ଲାକୁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ କରିଛି ପାଣିପାଗ ବିଭାଗ। ତେବେ ସେହିସବୁ ଜିଲ୍ଲା ମଧ୍ୟରେ ରହିଛି ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବୌଦ୍ଧ, ଅନୁଗୁଳ, ସମ୍ବଲପୁର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼ ସହ କେନ୍ଦୁଝର ଏବଂ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଆରେଞ୍ଜ୍ ୱାର୍ଣ୍ଣିଂ ଜାରୀ କରୁଛି ପାଣିପାଗ ବିଭାଗ। ଏହାସହ ଆଗରୁ ଆଉ କିଛି ଜିଲ୍ଲାକୁ ପାଇଁ ପାଣିପାଗ ବିଭାଗ ପକ୍ଷରୁ ଆରେଞ୍ଜ୍ ୱାର୍ଣ୍ଣିଂ ଜାରୀ ହେବା ନେଇ ନୂଆ ସୂଚନା ଜାରୀ ହୋଇଛି। ରାଜ୍ୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସମସ୍ତ ଜିଲ୍ଲାପାଳମାନଙ୍କୁ ସତର୍କ କରାଯାଇଛି ଏବଂ ଜିଲ୍ଲା ପ୍ରଶାସନକୁ ଆଲାର୍ଟ ରଖାଯିବା ନେଇ SRC ଙ୍କ ପକ୍ଷରୁ ସୂଚନା ଜାରୀ ହୋଇଛି। ଏହିଭଳି ସ୍ଥିତି ଆସନ୍ତା ୧୫ ପର୍ଯ୍ୟନ୍ତ ଦେଖିବାକୁ ମିଳିବ ବୋଲି ଏବେ ଏବେ IMD ପକ୍ଷରୁ ସୂଚନା ଦିଆଯାଇଛି।