ନମସ୍କାର ବନ୍ଧୁଗଣ ଏବେ ଏବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ତରଫରୁ ଆସିଲା ବଡ଼ ସୂଚନା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ବର୍ତ୍ତମାନ କେଉଁଠି ଅଧିକ ବର୍ଷା ହେଉଥିବା ବେଳେ କେଉଁଠି କମ୍ ହେଉଛି। ତେବେ ରାଜ୍ୟରେ ବର୍ଷାର ପରିମାଣ ବଢିବ। ଯାହାକି ରାଜ୍ୟରେ ଆସନ୍ତା କାଲି କିଛି କିଛି ଜିଲ୍ଲାରେ ବର୍ଷା ଲାଗି ରହିବ ମାତ୍ର ୩୦ ତାରିଖରେ ପ୍ରବଳ ବର୍ଷା ସହିତ ବଜ୍ରପାତ ବିଜୁଳି ଏବଂ ଘଡଘଡିର ଭୟ ରହିଛି, ଏହିଭଳି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ୧୪ ଟି ଜିଲ୍ଲାକୁ ୟେଲୋ ୱାର୍ଣିଂ ଦିଆଯାଇଛି।
ଆଜି କେଉଁ କେଉଁ ଜିଲ୍ଲାରେ ବର୍ଷା ହେବ ତାହା ସହିତ ଆସନ୍ତା କାଲି କେଉଁ କେଉଁ ଜିଲ୍ଲାରେ ବର୍ଷା ଲାଗି ରହିବ କଣ ରହିଛି ପାଣିପାଗ ବିଭାଗର ସଂପୂର୍ଣ୍ଣ ବିବରଣୀ ଆସନ୍ତୁ ଜାଣିବା। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇପାରେ କିନ୍ତୁ ପରବର୍ତ୍ତୀ ୨ ଦିନ ପାଗ ଶୁଖିଲା ରହିବ। ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କୋରାପୁଟ, ମାଲକାନଗିରି, ନବରଙ୍ଗପୁର ଏବଂ ନୂଆପଡାରେ ପ୍ରବଳ ବର୍ଷାର ସମ୍ଭାବନା ଥିବା ଭଳି ୨୧ ଜିଲ୍ଲା ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି,ନବରଙ୍ଗପୁର ଏବଂ କଳାହାଣ୍ଡି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨ ଦିନ ରାଜ୍ୟରେ ବର୍ଷାର ବିଶେଷ ସମ୍ଭାବନା ନାହିଁ।
୩୦ ତାରିଖ ବେଳକୁ ରାଜ୍ୟର କିଛି କିଛି ସ୍ଥାନରେ ବିଜୁଳି ଘଡଘଡି ସହ ବର୍ଷା ହେବ। ସେଦିନ ବିଶେଷ କରି ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, ଗଜପତି, ଗଞ୍ଜାମ, କନ୍ଧମାଳ ଆଦି ଜିଲ୍ଲା ସହିତ ନୟାଗଡ଼, ଖୋର୍ଦ୍ଧା, କଟକ, ପୁରୀ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି ଘଡଘଡି ସହ ବର୍ଷା ହେବ। ସେହିପରି ଜୁଲାଇ 3 ତାରିଖ ବେଳକୁ ମୟୂରଭଞ୍ଜ, ବାଲେଶ୍ଵର, ଯାଜପୁର, ଭଦ୍ରକ ଆଦି ଜିଲ୍ଲାରେ ପ୍ରବଳ ବର୍ଷା ହେବା ସହ ସମଗ୍ର ଉତ୍ତର ଉପକୁଳ ଓଡ଼ିଶାରେ ବିଜୁଳି ଘଡଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏଣୁ ଏହି ସବୁ ଜିଲ୍ଲାକୁ ୟେଲୋ ୱାର୍ଣିଂ ଜାରୀ କରାଯାଇଛି।