Breaking ଏବେ ଏବେ ଆସିଲା ଆଉ ଏକ ଦୁଃଖଦ ଖବର… କାରନାରେ ହେଲା ଏହି ବଡ ହସ୍ତିଙ୍କର ମୃତ୍ୟୁ… ଶୋକରେ ବୁଡ଼ିଲା ପୁରା ଓଡିଶା

ନମସ୍କାର ବନ୍ଧୁଗଣ ଓଲିଉଡକୁ ଆସିଲା ଆହୁରି ଗୋଟିଏ ଦୁଃଖର ଖବର। ଆଉ ଏହି ଦୁନିଆରେ ନାହାଁନ୍ତି ଏହି ବରିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ତଥା ଓଡ଼ିଆ ଫିଲ୍ମ ଜଗତକୁ ନିଜ ସଙ୍ଗୀତ ମାଧ୍ୟମରେ ବାନ୍ଧି ରଖିଥିବା ଅମରେନ୍ଦ୍ର ମହାନ୍ତି। ସେ ୬୩ ବର୍ଷରେ ମୃତ୍ୟୁବରଣ କରିଛନ୍ତି। କୋରୋନା ରେ ତିନି ଦିନ ହେଲା ଭେଣ୍ଟିଲେଟର ଭିତରେ ରହି ଭୁବନେଶ୍ୱରର ଗୋଟିଏ ଘରୋଇ ହସ୍ପିଟାଲରେ ରହିଥିଲେ। ଆଜି ସକାଳୁ ହିଁ ସେ ଦେହ ତ୍ୟାଗ କରିଛନ୍ତି। ସେ ଅନେକ ଅନେକ ହିଟ୍ ଗୀତରେ ନିଜର ଡିରେକ୍ସନ୍ ଦେଇ ଏକ ଉଦାହରଣ ସୃଷ୍ଟି କରିଛନ୍ତି।

ଅକ୍ଷୟ ମହାନ୍ତିଙ୍କ ଠାରୁ ଆରମ୍ଭ କରି ଅନୁଭବ ମହାନ୍ତି ଓ ବାବୁଶାନ୍ ମହାନ୍ତିଙ୍କ ପର୍ଯ୍ୟନ୍ତ ଅନେକ ଚଳଚ୍ଚିତ୍ରରେ ମଧ୍ୟ ସେ ଡିରେକ୍ସନ୍ ଦେଇଛନ୍ତି। ସେ ସମୟର ପୁଚୁକି ଗାଲି ଭଳି ଗୀତଟି ଯାହାକି ଲୋକମାନଙ୍କୁ ବେଶ୍ ପସନ୍ଦ ଆସିଥିଲା ତାହା ଅମରେନ୍ଦ୍ର ମହାନ୍ତିଙ୍କର ସର୍ବଶ୍ରେଷ୍ଠ କୃତ୍ରିତ୍ଵ ଥିଲା। ସେହି ଗୀତରେ ଡିରେକ୍ସନ୍ ଦେଇ ରାତାରାତି ଫେମସ୍ ହୋଇଯାଇଥିଲେ ଅମରେନ୍ଦ୍ର ମହାନ୍ତି।

ତେବେ ଅମରେନ୍ଦ୍ର ମହାନ୍ତି ବିୟୋଗରେ ଓଲିଉଡ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ସ୍ଥାନ ସୃଷ୍ଟି ହୋଇଛି। ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ଓଲିଉଡ ସଙ୍ଗୀତ ଜଗତରେ ସମସ୍ତ କଳାକାର ଶୋକ ପ୍ରକାଶ କରୁଛନ୍ତି।

କେବଳ ଫିଲ୍ମ ନୁହେଁ ଭଜନରେ ମଧ୍ୟ ନିଜର ପାରିଦର୍ଶିତା ଦେଖାଇ ଅନେକ ଅନେକ ହିଟ୍ ଭଜନ ମଧ୍ୟ ଭେଟି ଦେଇଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରିକୁ। କେନ୍ଦ୍ରାପଡ଼ାର ଅମରେନ୍ଦ୍ର ମହାନ୍ତି ବେଶ୍ ପ୍ରସିଦ୍ଧ ହୋଇ ଯାଇଥିଲେ ଫିଲ୍ମ ଜଗତରେ। ଆଜି ତାଙ୍କ ନିଧନରେ ଲୋକମାନେ ତାଙ୍କ ଡିରେକ୍ସନ୍ ହେଇଥିବା ଗୀତକୁ ଝୁରୁଛନ୍ତି। ତେବେ ଆମେ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛୁ ଅମରେନ୍ଦ୍ର ମହାନ୍ତିଙ୍କ ଆତ୍ମାର ସ୍ୱର୍ଗଗତି ହେଉ।