Breaking ଏବେ ଏବେ ଆସିଲା ଆଉ ଏକ ଦୁଃଖଦ ଖବର… ଶୋକରେ ବୁଡ଼ିଲା ପୁରା ଫିଲ୍ମ ଜଗତ

ଓଲିଉଡ଼ ର ଲୋକପ୍ରିୟ ଅଭନେତା ବିଜୟ ମହାନ୍ତି ଗତ ବର୍ଷ ଜୁଲାଇ ମାସରେ ତାଙ୍କର ଦେହାନ୍ତ ହୋଇଥିଲା ତେବେ ପୁଅ ବିଜୟ ମହାନ୍ତି କୁ ଝୁରି ଝୁରି ଆଖି ବୁଝିଲେ ବିଜୟଙ୍କ ମା ଶାନ୍ତିଲତା ମହାନ୍ତି | ଶାନ୍ତିଲତା ସାନ ପୁଅ ଅଜୟ ମହାନ୍ତି ଙ୍କ ଘରେ ରହି ଆସୁଥିଲେ ରେମୁଣା ଅଚ୍ୟୁତ ପୁରରେ ତାଙ୍କର ଦେହାନ୍ତ ହୋଇଛି ଓ ଅଚ୍ୟୁତ ପୁର ସ୍ମଶାନରେ ଶାନ୍ତିଲତା ଦେବୀଙ୍କ ଶେଷକୃତ ସମ୍ପର୍ଣ ହୋଇଛି |

ଦିବଙ୍ଗତ ଓଡ଼ିଆ ଚଳଚିତ୍ର ଅଭିନେତା ବିଜୟ ମହାନ୍ତିଙ୍କର ମା ଶାନ୍ତିଲତା ମହାନ୍ତିଙ୍କର ଦେହାନ୍ତ ହୋଇଛି ମୃତୁବେଳକୁ ତାଙ୍କୁ 95 ବର୍ଷ ବୟସ ହୋଇଥିଲା ସେ ଦୀର୍ଘଦିନ ଧରି ରୋଗରେ ମଧ୍ୟ ପୀଡିତ ଥିଲେ କିଛିଦିନ ତଳେ ସେ ଡାକ୍ତର ଖାନା ରୁ ଚିକିତ୍ସିତ ହୋଇ ଫେରିଥିଲେ ତାଙ୍କର ସ୍ଵସ୍ଥ ଅବସ୍ଥା ଗୁରୁତର ହୋଇଥିଲା ଏବଂ ତାଙ୍କର ମୃତୁ ହୋଇଛି |

ସାନପୁଅ ତଥା ଅବସର ପ୍ରାପ୍ତ ପୋଲିସ ଅଧିକାରୀ ମହାନ୍ତି ବଡ଼ଝିଅ ସୁ ସବିତା ପଟନାୟକ ସାନଝିଅ ସୁଜାତା ଦାସ ଙ୍କ ସମେତ ପରିବାର ସଦସ୍ୟ ଉପସ୍ଥିତ ଥିଲେ କୋଭିଡ ନିୟମ ଅନୁଯାୟୀ ସ୍ଥାନୀୟା ଅଚ୍ୟୁତପୁର ସ୍ମଶାନ ରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା | ସୂଚନା ଯୋଗ୍ୟ ଶାନ୍ତିଲତା ସାନପୁଅ ଅଜୟ ମହାନ୍ତି ଙ୍କ ନିକଟରେ 2012 ମସିହାରୁ ରେମୁଣା ରେ ରହିଆସୁଛନ୍ତି ଶାନ୍ତିଲତାଙ୍କର ବିୟୋଗରେ ଓଲିଉଡ଼ ର ଅନେକ ସିନେ କଳାକାର ଦୁଃଖ ପ୍ରକାଶ କରିଛନ୍ତି ତେବେ ତାଙ୍କର ଅମର ଆତ୍ମା ର ଶାନ୍ତି ପାଇଁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରାଥନା |