ନମସ୍କାର ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଆସନ୍ତା କାଲି ପାଇଁ ୭ ଜିଲ୍ଲା ପାଇଁ ହାଇଆଲର୍ଟ ଜାରୀ ହୋଇଛି। ତେବେ ଆସନ୍ତା କଲି ଏହିସବୁ ଜିଲ୍ଲାମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ ସେଥିପାଇଁ ପାଣିପାଗ ବିଭାଗ ଏସବୁ ଜିଲ୍ଲା ଗୁଡ଼ିକୁ ହାଇଆଲର୍ଟ ଜାରୀ କରିଛି। ବିଶେଷକରି ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର ସହ ମୟୂରଭଞ୍ଜ ଏବଂ କଟକ ଜିଲ୍ଲା ପାଇଁ ହାଇଆଲର୍ଟ ଜାରୀ ହୋଇଛି।
ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଅତି ପ୍ରବଳ ବର୍ଷା ସହ ମଧ୍ୟମରୁ ହାଲୁକା ବର୍ଷା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ। ଏହାସହ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, ଢେଙ୍କାନାଳ, ଅନୁଗୁଳ, ସୁନ୍ଦରଗଡ଼, ଦେବଗଡ଼ ଏବଂ ସମ୍ବଲପୁର ଜିଲ୍ଲା ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ତେବେ ଏହିସବୁ ଜିଲ୍ଲାମାନଙ୍କରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଏହାସହ ଏହିସବୁ ଜିଲ୍ଲାମାନଙ୍କରେ ବଜ୍ରପାତ ହେବା ନେଇ ସତର୍କ କରାଯାଇଛି। ଆଜି ମଧ୍ୟ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୧୦ ଟି ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି।
ପାଣିପାଗ ବିଭାଗ ପକ୍ଷରୁ ଜାରୀ ନୂଆ ସୂଚନା ଅନୁଯାୟୀ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହୋଇଛି ଏବଂ ଏହା ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତାରେ ରହିଥିବା ବେଳେ ସୃଷ୍ଟ ଟ୍ରଂପ୍ଲାଇନଟି ଏବେ ଉତ୍ତର ପଞ୍ଜାବ ଠାରୁ ହରିୟାଣା ଏବଂ ପଶ୍ଚିମ ଉତ୍ତରପ୍ରଦେଶ ଦେଇ ଝାଡ଼ଖଣ୍ଡ ଏବଂ ଗଙ୍ଗେୟ ଉପତ୍ୟକା ମଧ୍ୟରେ ରହିଛି। ଏହାର ପ୍ରଭାବରେ ଆଜିଠାରୁ ଆସନ୍ତା ୩ ଦିନ ମଧ୍ୟରେ ରାଜ୍ୟରେ ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ଦେଖିବା ପାଇଁ ମିଳିବ। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ଏହିସବୁ ଜିଲ୍ଲା ପାଇଁ ସତର୍କ ସୂଚନା ଜାରୀ ହୋଇଛି।
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ସହ ଘଡଘଡି ହେବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି। ଏହାସହ ୧୦ ଟି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି ପାଣିପାଗ ବିଭାଗ। ବିଶେଷ କରି କେନ୍ଦୁଝର, ଢେ଼ଙ୍କାନାଳ, କଟକ, ଅନୁଗୁଳ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ବୌଦ୍ଧ ଏବଂ ସୋନପୁର ଜିଲ୍ଲା ପାଇଁ ୟେଲ୍ଲୋ ୱାର୍ଣ୍ଣିଂ ଜାରୀ ହୋଇଛି। ଏହିସବୁ ଜିଲ୍ଲାମାନଙ୍କରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ଆଜି ସନ୍ଧ୍ୟା ସୁଦ୍ଧା ଏହିସବୁ ଜିଲ୍ଲାମାନଙ୍କରେ ବିଜୁଳି ଘଡଘଡି ହେବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ସେପଟେ ୫ ଜିଲ୍ଲାରେ ଆଜି ସନ୍ଧ୍ୟା ସୁଦ୍ଧା ବିଜୁଳି ଘଡଘଡିର ସମ୍ଭାବନା ରହିଛି ସେଥିପାଇଁ ଏହି ଜିଲ୍ଲା ଗୁଡ଼ିକୁ ହାଇଆଲର୍ଟ ଜାରୀ ହୋଇଛି। ବିଶେଷ କରି ନବରଙ୍ଗପୁର, ମୟୂରଭଞ୍ଜ, କଳାହାଣ୍ଡି ଏବଂ ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ଆଜି ସନ୍ଧ୍ୟା ସୁଦ୍ଧା ପ୍ରବଳ ବଜ୍ରପାତ ସହ ବିଜୁଳି ଘଡଘଡି ସମ୍ଭାବନା ରହିଛି।