Breaking- ସାବଧାନ ଓଡିଶା ମୁଁହା ବାତ୍ୟା ‘ୟସ’, ସବୁଠୁ ଅଧିକ କରିବ ତାଣ୍ଡବ… ପଢନ୍ତୁ ସମ୍ପୂର୍ଣ ଖବର

ନମସ୍କାର ଦର୍ଶକବନ୍ଧୁ ଭୟଂକର ବେଗରେ ମାଡ଼ି ଆସିଛି ବାତ୍ୟା ୟସ୍। ଓଡ଼ିଶାରେ କରିବ ମହାତାଣ୍ଡବ। ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ ଏବେ ଏବେ କିଛିଟା ବଡ ସୂଚନା ଜାରୀ ହୋଇଛି।ଏହାର ପ୍ରଭାବ ସର୍ବାଧିକ ଓଡ଼ିଶା ଉପରେ ପଡିବ ବୋଲି ସୂଚନା ଦେଇଛନ୍ତି। ତେବେ ଆସୁଥିବା ବାତ୍ୟା କେତେ ଭୟଂକର ହେବ ଓ କୋଉଠି ଲ୍ୟାଣ୍ଡଫଲ୍ କରିବ ଏହାକୁ ନେଇ ପାଣିପାଗ ବିଭାଗ ପକ୍ଷରୁ କିଛି ସୂଚନା ଜାରୀ ହୋଇଛି ଆସନ୍ତୁ ଜାଣିବା।

ଆଜି ମଧ୍ୟ ରାଜ୍ୟର କିଛି ସ୍ଥାନରେ ଘଡଘଡି ସହ କାଳ ବୈଶାଖୀର ସମ୍ଭାବନା ରହିଛି ସେଥିପାଇଁ ୮ ଟି ଜିଲ୍ଲା ପାଇଁ ୟେଲୋ ୱର୍ନିଙ୍ଗ ଜାରୀ ରହିଛି ପାଣିପାଗ ବିଭାଗ। ଏହାସହ ରାଜ୍ୟରେ ଆଜି ମଧ୍ୟ ଖରାତାତି ବଢିବା ସହ କିଛି ସ୍ଥାନରେ ୨-୩ ଦିନ ତାପମାତ୍ରା ବୁଦ୍ଧି ପାଇବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ। ତେବେ କଣ ରହିଛି ଆଜିର ପାଣିପାଗକୁ ନେଇ ନୂଆ ରିପୋର୍ଟ ଆସନ୍ତୁ ଜାଣିବା।

ଭାରତୀୟ ପାଣିପାଗ ବିଭାଗରୁ ମିଳିଥିବା ନୂଆ ସୂଚନା ଅନୁଯାୟୀ ଆସନ୍ତା ୨୩ ବେଳକୁ ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ଏହାର ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଏହା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଯାହାକି ଆସନ୍ତା ୨୭ ବେଳକୁ ଏହା ବାତ୍ୟାରେ ପରିଣତ ହେବା ସହ ଅଧିକ ବଳ ସହ ଓଡ଼ିଶା ଆଡ଼କୁ ଆସିବା ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି।

ଏହା ଓଡ଼ିଶାର ଉପକୂଳ ଜିଲ୍ଲା ସହିତ ଉତ୍ତର ଓଡ଼ିଶାରେ ଅଧିକ ପ୍ରଭାବ ପଡିବା ସହ ପଶ୍ଚିମବଙ୍ଗରେ ମଧ୍ୟ ଏହାର ପ୍ରଭାବ ଦେଖିବା ପାଇଁ ମିଳିବ। ଏହାକୁ ନେଇ ପାଣିପାଗ ବିଭାଗର ଡାଇରେକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଓଡ଼ିଶା ପାଇଁ ସତର୍କର ସୂଚନା ଜାରୀ କରିଛନ୍ତି। ଏବଂ କହିଛନ୍ତି କି ଏହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି ଓ ଆସନ୍ତା ୨୩ ବେଳକୁ ଏହା ଘୁର୍ଣିବଳୟ ସୃଷ୍ଟି ହେବାପରେ ଏହାର ସଠିକ୍ ଆକଳନ କରାଯାଇପାରିବ ବୋଲି କୁହାଯାଇଛି।

ସେପଟେ ଆମେରିକାର ପାଣିପାଗ ସଂସ୍ଥା ଆର୍କିବ ୱେଦର୍ ପାଖରୁ ମଧ୍ୟ କିଛିଟା ବଡ଼ ସୂଚନା ଜାରୀ ହୋଇଛି। ତେବେ ଆର୍କିବ ୱେଦର୍ ର ବରିଷ୍ଠ ପାଣିପାଗ ବିଜ୍ଞାନୀ ଜାସୁନ୍ ନିକୋଲ୍ସଙ୍କ ଆକଳନ ଅନୁସରେ ସୃଷ୍ଟି ହୋଇଥିବା ବାତ୍ୟାଟି ଉତ୍ତରପୂର୍ବ ଭାରତ କିମ୍ବା ବାଂଲାଦେଶ କିମ୍ବା ମିଆଁମାର୍ ଆଡ଼କୁ ଗତି କରିପାରେ ବୋଲି ସୂଚନା ଦେଇଛନ୍ତି। ଆସୁଥିବା ବାତ୍ୟା ୟସ୍ କେଉଁ ଆଡ଼କୁ ଗତି କରିବ ଏହା ସହ ଏହା ଓଡ଼ିଶା ଉପରେ କେତେ ପ୍ରଭାବ ପକାଇବ ଏହା ନେଇ ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ ସୂଚନା ଦେଇଛି। ଓଡ଼ିଶାର ଉତ୍ତର ଏବଂ ଉପକୂଳ ଜିଲ୍ଲାଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ପବନ ଦେବ। ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଛି।

ଆଜି ମଧ୍ୟ ରାଜ୍ୟର ଅଧିକାଂଶ ସ୍ଥାନରେ କାଳ ବୈଶାଖୀ ବର୍ଷାର ସମ୍ଭାବନା ରହିଛି ସେଥିପାଇଁ ପାଣିପାଗ ବିଭାଗ ପକ୍ଷରୁ କିଛି ଜିଲ୍ଲାପାଇଁ ସତର୍କ ସୂଚନା ଜାରି ହୋଇଛି। ସେହି ଜିଲ୍ଲାଗୁଡ଼ିକ ହେଉଛି ମୟୂରଭଞ୍ଜ,କେନ୍ଦୁଝର,ଦେବଗଡ଼,ଅନୁଗୁଳ,ସମ୍ବଲପୁର, ଝାରସୁଗୁଡ଼ା,ସୁନ୍ଦରଗଡ଼,ବରଗଡ଼,ମାଲକାନଗିରି,କୋରାପୁଟ, ରାୟଗଡ଼ା,ଗଜପତି ଓ କଳାହାଣ୍ଡି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି ହୋଇଛି। ଏହି ଜିଲ୍ଲା ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବା ସହିତ ବିଜୁଳି ଘଡଘଡି ଦେଇପାରେ।