Breaking: ସୁଯ୍ୟ ପରାଗ 10ଜୁନ,ଗୁରୁବାର, କାହା ପାଇଁ ଭଲ କାହା ପାଇଁ ଖରାପ, ସାଙ୍ଘାତିକ ବିପଦ 3ଟି ରାଶି ପାଇଁ

ନମସ୍କାର ବନ୍ଧୁଗଣ ଆସନ୍ତା ଜୁନ ମାସ ୧୦ ତାରିଖରେ ଏହି ବର୍ଷର ପ୍ରଥମ ସୂର୍ଯ୍ୟପରାଗ। ଗର୍ଭବତୀ ମହିଳାମାନେ ସାବଧାନ। ଏହି ତିନୋଟି ରାଶି ପାଇଁ ରହିଛି ସାଙ୍ଘାତିକ ବିପଦ। ସଂପୂର୍ଣ୍ଣ ଖବର ଆସନ୍ତୁ ଜାଣିବା। ଆସନ୍ତା ଜୁନ ମାସ ୧୦ ତାରିଖ ଗୁରୁବାର ତଥା ଜେଷ୍ଠ ମାସ ଶୁକ୍ଳପକ୍ଷ ଅମାବାସ୍ୟା ତିଥିରେ ୨୦୨୧ ମସିହାର ପ୍ରଥମ ସୂର୍ଯ୍ୟଗ୍ରହଣ ଲାଗିବାକୁ ଯାଉଛି। ଏହି ବର୍ଷ ସମୁଦାୟ ୪ ଟି ମହାଜାଗତିକ ଦୃଶ୍ୟ ଦେଖିବାକୁ ମିଳିବ। ସେଥି ମଧ୍ୟରୁ ୨ ଟି ଚନ୍ଦ୍ରଗ୍ରହଣ ଓ ୨ ଟି ସୂର୍ଯ୍ୟପରାଗ ଅଟେ। ଏହା ଭାରତରେ କେଉଁ ସମୟରେ ଦେଖା ହେବ, ଏହାର ଶୁତକ ସମୟ କଣ, ଗର୍ଭବତୀ ମହିଳାମାନେ ନିଶ୍ଚୟ କରନ୍ତୁ ଏହି ଉପାୟ। ଯାହାଦ୍ଵାରା ଆପଣଙ୍କ ଗର୍ଭରେ ଥିବା ସନ୍ତାନର କୌଣସି କ୍ଷତି ହେବ ନାହିଁ। ଏହି ସୂର୍ଯ୍ୟପରାଗ ଭାରତରେ ଅବଶ୍ୟ ଦେଖାଯିବ।

ସୂର୍ଯ୍ୟପରାଗ ହେଉ କିମ୍ବା ଚନ୍ଦ୍ରଗ୍ରହଣ ଏହାର ନକାରାତ୍ମକ ଆଲୋକର ପ୍ରଭାବ ପଡ଼ିଥାଏ ଛୋଟପିଲା ଓ ଗର୍ଭବତୀ ମହିଳାଙ୍କ ଉପରେ। ଆସନ୍ତା ଜୁନ ୧୦ ତାରିଖରେ ଲାଗିବାକୁ ଯାଇଥିବା ପରାଗ ହେଉଛି ଆଂଶିକ ସୂର୍ଯ୍ୟପରାଗ। ଅର୍ଥାତ୍ ଏହା ଭାରତରେ ଆଂଶିକ ଦୃଶ୍ୟମାନ ହେବ। ଏହି ପରାଗ ଲାଗିବାର ସମୟ ହେଉଛି ଅପରାହ୍ନ ୧:୪୨ ମିନିଟ୍ ରୁ ଆରମ୍ଭ ହୋଇ ସନ୍ଧ୍ୟା ୬:୪୧ ମିନିଟ୍ ରହିବ। ଏହି ପରାଗ ମହାକାଶରେ ପ୍ରାୟ ୫ ଘଣ୍ଟା ଦୃଶ୍ୟମାନ ହେବ। ସାଧାରଣତଃ ଗ୍ରହଣ ଲାଗିବାର ୯ ଘଣ୍ଟା ବା ୩ ପହର ପୂର୍ବରୁ ଓ ପରାଗ ଲାଗିବାର ୧୨ ଘଣ୍ଟା ବା ୪ ପହର ପୂର୍ବରୁ ପାକାନିଷଦ ବା ହାଣ୍ଡିଛାଡ କରାଯାଏ। ଏହା ଭାରତରେ ଆଂଶିକ ଦୃଶ୍ୟମାନ ହେବ କିନ୍ତୁ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ଭାରତ ଅପେକ୍ଷା ଇଉରୋପ, କାନାଡ଼ା, ଗ୍ରୀନଲ୍ୟାଣ୍ଡ, ଆମେରିକା, ଋଷିଆ, ଚୀନ୍ ଏହି ସବୁ ଦେଶରେ ସଂପୂର୍ଣ୍ଣ ସୂର୍ଯ୍ୟପରାଗ ଦେଖିବାକୁ ମିଳିବ।

ଏହା ଆଂଶିକ ସୂର୍ଯ୍ୟପରାଗ ହୋଇଥିବାରୁ ଏହାର ହାଣ୍ଡିଛାଡ ମାନ୍ୟ ହେବ ନାହିଁ। ଏହି ପରାଗ ଖାଲି ଆଖିରେ ଦେଖାଯିବ ନାହିଁ କିନ୍ତୁ ଏହି ପରାଗର ପ୍ରଭାବ ଗର୍ଭବତୀ ମହିଳାଙ୍କ ଉପରେ ନିଶ୍ଚିତ ପଡ଼ିଥାଏ। ସେଥିପାଇଁ ଗର୍ଭବତୀ ମହିଳାମାନେ ସତର୍କ ରୁହନ୍ତୁ। ସୂର୍ଯ୍ୟପରାଗ ସମୟରେ ଗର୍ଭବତୀ ମହିଳାମାନେ ଘରୁ ବାହାରକୁ ଯିବାକୁ ନିଷେଧ କରାଯାଇଛି। କାରଣ ପରାଗର କିରଣ ଯଦି କେଉଁ ଗର୍ଭବତୀ ମହିଳାଙ୍କ ଉପରେ ପଡ଼ିଥାଏ ତେବେ ତା ଗର୍ଭ ପ୍ରଥମ ଶିଶୁକୁ ଶାରିରୀକ ଦୋଷ ଲାଗିଥାଏ।

ଏହି ସମୟରେ କୌଣସି ଶୁଭକାର୍ଯ୍ୟ କରନ୍ତୁ ନାହିଁ। ପରାଗ ଦିନ ଗର୍ଭବତୀ ମହିଳାମାନେ କଳା ଓ ନୀଳ ରଙ୍ଗର ଶାଢ଼ୀ ପିନ୍ଧନ୍ତୁ ନାହିଁ। ନିଜ ଗର୍ଭକୁ ଗୋଡ଼ାଇ ରଖନ୍ତୁ, ରୁମ୍ ର କବାଟ ଝରକା ବନ୍ଦ କରି ରହିବେ ଓ ପରାଗ ସମୟରେ ବାହାରକୁ ଯିବେ ନାହିଁ। ସୂତକ ସମୟରେ ଗର୍ଭବତୀ ମହିଳାମାନେ ଖାଇବା ପିଇବା କରି ପାରିବେ କିନ୍ତୁ ଶୋଇବା ଅନୁଚିତ୍। ପରାଗ ସମୟରେ ଧାରୁଆ ଜିନିଷର ପ୍ରୟୋଗ କରନ୍ତୁ ନାହିଁ। ଗର୍ଭବତୀ ମହିଳାମାନେ ପରାଗ ଲାଗିଥିବା ସମୟରେ ଓଁ ନମଃ ଶିବାୟ ଜପ କରନ୍ତୁ।