ବୁଢା ବୟସରେ ନିଜ ବାପାଙ୍କୁ ଠକି ଦେଲା ଡାକ୍ତର ପୁଅ, ଏମିତି ପୁଅ ଭଗବାନ Kahaku ନ ଦିୟନ୍ତୁ, ଦେଖନ୍ତୁ କଣ କହଛନ୍ତି ବାପା…

ନମସ୍କାର ବନ୍ଧୁଗଣ ମୁଁ ଜଣେ ବାପା ମୁଁ ମୋ ଜୀବନରେ ଅନେକ ସଙ୍ଘର୍ଷ କରି ମୋ ପିଲାମାନଙ୍କୁ ମୁଁ ବଡ଼ କରିଛି ଦରକାର ପଡିଲେ ମୁଁ ଅନେକ ସମୟରେ ନଖାଇ ନପିଇ ଓପାସ ରହିଛି କେବଳ ମୋ ପିଲାମାନଙ୍କ ପାଇଁ ଅନେକ ସମୟରେ ଖରା ବର୍ଷା ଶୀତ କାକରକୁ ଖାତିର ନକରି ମୁଁ ମୋ ପିଲାମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଅକ୍ଲାନ୍ତ ପରିଶ୍ରମ ମଧ୍ୟ କରିଛି ନିଜେ ଚୀରା ଫଟା ଡ୍ରେସ୍ ପିନ୍ଧି ମୋ ପିଲାମାନଙ୍କ ପାଇଁ ମୁଁ ନୂଆ ପୋଷାକ ଆଣି ଦେଇଛି |

କେବେବି ମୋ ପିଲାମାନଙ୍କର ଯେଉଁଥିରେ ମୁଁ ଅଭାବ ରଖିନାହିଁ ରକ୍ତକୁ ପାଣି କରି ମୁଣ୍ଡ ଝାଲ ତୁଣ୍ଡରେ ମାରି ମୁଁ ମୋ ପୁଅକୁ ବୋହୁତ ବଡ଼ ଡାକ୍ତରଟିଏ କରିଛି ଏହି ସମାଜରେ ମୋ ପୁଅକୁ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ପରିଚୟ ଦେଇ ପାରିଛି ମୋ ପୁଅ ଏବେ ବଡ଼ ସାହେବ୍ ହୋଇ ଯାଇଛି ବଡ଼ ବଡିଆ ଘରେ ନାମୀଦାମୀ କାର ଧରି ବୁଲୁଛି ଚାକର ବାକରରେ ତା ଘର ସବୁବେଳେ ହୋ ହାଲ୍ଲାରେ ଫାଟି ପଡ଼ୁଛି ଖାଇବା ପିଇବା ପିନ୍ଧିବା କୋଉଥିରେ ମୋ ପୁଅର ଅଭାବ ନାହିଁ |

ପିଲାବେଳେ ଯେଉଁ ପୁଅକୁ କୋସେ ଦୂରରୁ ଡ଼ାକିଦେଲେ ବାପା ବାପା କହି ଧାଇଁ ଆସୁଥିଲା ଆଜି ମୁଁ ମୋ ପୁଅକୁ ସ୍ନେହରେ ଡାକିଲେ ସେ ଡାକ ଆଉ ମୋ ପୁଅ କାନରେ ପଡୁନି କେମିତି ବା ପଡ଼ିବ ପ୍ରତିଦିନ ରାତି ନ ପାହୁଣୁରୁ ପରା ଲୋକମାନେ ଡାକ୍ତର ବାବୁ ଡାକ୍ତର ବାବୁ ଡାକରେ ଚହଳ ପକାଉଛନ୍ତି ଏହି ବୁଢା ବାପାଟିର ଡାକ ତାକୁ ଆଉ କଣ ସୁଭିବ।

ମୋ ପୁଅର ଏତେବଡ ସଫଳତା ଧନ ସଂପତ୍ତି ପ୍ରତିଷ୍ଠାକୁ ଦେଖି ମୋ ଛାତି ଖୁସିରେ କୁଣ୍ଡେ ମୋଟ ହେଇ ଯାଉଛି ଆଜ୍ଞା ଦର୍ଶକ ବନ୍ଧୁ ଏହା ହେଉଛି ଜଣେ ବାପାର ଛାତି ତଳେ ଚାପିଥିବା କୋହ ଭରା କଥା ଆଜ୍ଞା ବାପା ଆଖିର ଲୁହ କିଛି ନ କହି ମଧ୍ୟ ବୋହୁତ କିଛି କହି ଯାଉଛି ପୁଅର ସଫଳତାରେ ବାପା ଯେତିକି ଖୁସୀ ସେତିକି ଦୁଃଖିତ ମଧ୍ୟ ଆପଣମାନଙ୍କ ମନରେ ପ୍ରଶ୍ନ ଉଠୁଥିବ ପୁଅ ଏତେବଡ ଡାକ୍ତର ହୋଇ ମଧ୍ୟ ବାପର ପୁଣି ଦୁଃଖ କଣ ଉଦୁଉଦିଆ ଖରାରେ ଲୋକେ କେହି ଘରୁ ପଦାକୁ ବାହାରୁ ନଥିବା ବେଳେ ବାପଟି ଖରାରେ ବସିଛି |

ପୁଅ ଏତେବଡ ଡାକ୍ତର ହୋଇ ମଧ୍ୟ ବାପାକୁ ମୁଠିଏ ଖାଇବାକୁ ବି ଦେଇ ପାରୁନାହିଁ ନିସହାୟ ବାପଟି ଆଜି ନିଜ ପେଟ ପୋଷିବା ପାଇଁ ଖରାରେ ରାସ୍ତା କଡ଼ରେ ବସି ବେପାର କରି ନିଜର ପେଟ ପୋଷିବା ପାଇଁ ବସି ରହିଛି ବୟସର ଅପରାହ୍ନରେ ଆଜି ବୁଢ଼ା ବାପଟି ପେଟ ଚାଖଣ୍ଡେକ ପାଇଁ ଖଟି ଚାଲିଛି ଯେଉଁ ପୁଅକୁ ବାପା ବଢେଇ ଶିକ୍ଷିତ କରି ସମାଜରେ ପ୍ରତିଷ୍ଠିତ କରିଥିଲା ସେ ପୁଅ ଆଜି ବାପର ବୟସରେ ଗଣ୍ଡେ ଖାଇବାକୁ ବି ଦେଇ ପାରୁନାହିଁ |

ଧନ୍ୟ ସେ ପୁଅ ଧନ୍ୟ ତାର ପୁଅ ପଣିଆକୁ ଯେଉଁ ବାପା ଦିନ ରାତି ଏକ କରି ନିଜ ପେଟକୁ ଗଣ୍ଡେ ନଖାଇ ନିଜେ ଭଲ ଲୁଗା ଖଣ୍ଡିଏ ନ ପିନ୍ଧି ତତେ ଡାକ୍ତର କରିଥିଲା ବୁଢ଼ା ବୟସରେ ବାପାକୁ ଭଲ ଉପହାର ଦେଲୁ ତୁ ନିଜ ପିଲା ଛୁଆ ସଂସାର ପାଇଁ ନିଜ ବାପାର ଭଲ ପାଇବା ତ୍ୟାଗକୁ ଭୁଲିଯାଇ ଦୁନିଆ ଦୁଆରେ ବାପାକୁ ବେସାହାରା କରି ବସାଇଦେଲୁ।

ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଏହି ଭିଡିଓ ଆଜି ସମସ୍ତଙ୍କୁ ଭାବ ବିହ୍ୱଳ କରି ଦେଇଛି ଯିଏ କେହିବି ଏହି ଭିଡିଓକୁ ଦେଖୁଛି ତା ଆଖିରେ ଲୁହ ସମ୍ଭାଳି ପାରୁନି ପ୍ରକୃତରେ ବାପା ଶବ୍ଦର ତୁଳନା ହିଁ ନାହିଁ ବିଶାଳ ହୃଦୟର ପରିଶବ୍ଦ ହେଉଛନ୍ତି ବାପା ରକ୍ତ ମାଂସର ଦେବତା ହେଉଛନ୍ତି ଏହି ବାପା ହେଲେ ସେହି ବାପାଙ୍କ ତ୍ୟାଗ ବଳିଦାନକୁ କିଛି ପୁଅ ବୁଝି ପାରୁନାହାଁନ୍ତି କେମିତି ବାପା ମାଆଙ୍କୁ ହତାଦର କରୁଛନ୍ତି କେମିତି ଦରକାର ପଡ଼ିଲେ ବାପା ମାଆଙ୍କୁ ବୃଦ୍ଧାଶ୍ରମରେ ନେଇ ଛାଡ଼ି ଆସୁଛନ୍ତି କିଏ ଏହି ବୁଢ଼ା ବୁଢ଼ୀଙ୍କ ଜଞ୍ଜାଳ ସମ୍ଭାଳିବ ହେଲେ ସେହି ବୁଢ଼ା ବୁଢ଼ୀ ହିଁ ଆମକୁ ଜୀବନ ଦେଇଛନ୍ତି ତାଙ୍କ ପାଇଁ ହିଁ ଆମେ ଏହି ସମାଜରେ ପ୍ରତିଷ୍ଠିତ ହୋଇ ପାରିଛନ୍ତି।