Car ଭିତରେ ଜଣେ ପୁଅ ଆଉ ଦୁଇ ଝିଅ,15 ଦିନ ଧରି ଏମିତି ଚାଲିଥିଲା… ଜାଣିଲେ ଚମକି ପଡିବେ

ପଡ଼ିଆରେ ଛିଡା ହେଇଛି କଳା ମଚ ମଚ କାର କେତେବେଳେ ଏପଟେ ତ ଆଉ କେତେବେଳେ ସେପଟେ। କେତେବେଳେ ପଡିଆର ମଝିକୁ ଚାଲି ଆସୁଛି ତ ପୁଣି କେତେବେଳେ ରାସ୍ତା କଡକୁ।ଏମିତି ଭାବରେ ଦେଖିଥିଲେ ଲୋକ ମାନେ ହେଲେ ଏହି ଘଟଣା କେବଳ ଦିନେ ନୁହଁ କି ଦି ଦିନ ନୁହଁ ବରଂ ୧୫ ଦିନ ଏଭଳି ଭାବରେ ପରିଭ୍ରମଣ କରୁଥିଲା ଏହି କାରଟି କୋଲନୀ ସାମ୍ନା ପଡ଼ିଆରେ। କୋଲନୀ ଲୋକେ ତଥା ସ୍ଥାନୀୟ ଲୋକ ମାନେ ବୁଝି ପାରୁ ନଥିଲା |

ଏହି କାରରେ ହଉଥିଲା କଣ, କାରରେ ଚାଲିଛି କଣ ଆଉ କାରରେ ଅଛନ୍ତି କେଉଁ ମାନେ ଆଉ କାରଟି କେଉଁ ଉଦ୍ଦେଶ୍ୟରେ ପଡ଼ିଆରେ ଓହ୍ଲାଇଛି?ଆଶ୍ଚର୍ଯ୍ୟ ଜନକ କଥା ହଉଛି ଏହି କାରଟି କୋଲନୀ ସାମ୍ନାରେ ଦିନେ, ଦି ଦିନ କି ୩ ଦିନ ନୁହେଁ ବରଂ ୧୫ ଦିନ ଧରି କାରଟି ବୁଲୁଥିଲା କୋଲନୀ ସାମ୍ନା ପଡ଼ିଆରେ। କିନ୍ତୁ ଲୋକ ମାନେ ବୁଝି ପାରୁ ନଥିଲେ ଏହି କାରଟି କେଉଁ ଉଦ୍ଦେଶ୍ୟରେ ଏହି ଯାଗାକୁ ଆସିଛି।

ଦୀର୍ଘ ୧୫ ଦିନ ହେବ ସେହି କାର ଭିତରେ ଜଣେ ପୁଅ ଆଉ ଦି ଜଣ ଝିଅ ଥିଲେ ଆଉ ଏହାକୁ ଦେଖି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହେଇ ଯାଇଥିଲେ। ଆନନ୍ଦପୁର ଜଳପ୍ସଂପଦ ବିଭାଗ ସାମ୍ନା ପଡ଼ିଆରେ ଦିନ ତମାମ ଏହି କାର ରହିଥିବା ବେଳେ ଜଳସମ୍ପଦ ବିଭାଗର ଲୋକ ଘଟଣା ସମ୍ପର୍କରେ ଜାଣିବା ପାଇଁ କାର ପାଖକୁ ଆସିଥିଲେ ଆଉ କାର ଭିତରେ ଥିବା ଜଣେ ପୁଅ ଆଉ ଦିଜଣ ଝିଅଙ୍କୁ ପଚରା ଉଚରା କରିବାରୁ ସେମାନେ କୌଣସି ଉତ୍ତର ଦେଇ ନଥିଲେ ଓ ଗାଳି ଗୁଲଜ କରିଥିଲେ।

ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ପୋଲିସକୁ ଜଣାଇବା ପରେ ପୋଲିସ ଆସି ଘଟଣାର ଯାଞ୍ଚ କରିଥିଲା ହେଲେ ସେମାନେ ପୋଲିସକୁ ସହଯୋଗ ନ କରି ଦୃତ ଗତିରେ ସେହି ଜାଗାରୁ ପଳାଇ ଯାଇଥିଲେ ଆଉ ତାପରେ ପୋଲିସ ତାଙ୍କୁ ଫିଲ୍ମ ଷ୍ଟାଇଲରେ ଫୋଲ କରିଥିଲା

ଆଉ କିଛି ବାଟ ଯିବା ପରେ ପୋଲିସ ତାଙ୍କୁ ଧରିଥିଲା ଆଉ ଏବେ ତାଙ୍କୁ ଥାନାକୁ ଆଣି ପୋଲିସ ତାଙ୍କ ମାନଙ୍କୁ ପଚରା ଉଚ୍ଚତା କରୁଛି।ଧର୍ମେନ୍ଦ୍ର ପତି କହୁଛନ୍ତି, ମୋ ନାଆଁ ହଉଛି ଧର୍ମେନ୍ଦ୍ର ପତି ମୁଁ ଏଠାରେ ଇରିଗେସନ ବିଭାଗରେ ଜୁନିଅର କ୍ଳର୍କ ହିସାବରେ କାମ କରୁଛି ଆଉ ମୁଁ ଦେଖିବାରେ ଦୀର୍ଘ ୧୫ ଦିନ ହେବ ସେହି କାରଟି କୋଲନୀର ବିଭିନ୍ନ ଜାଗାରେ ରହୁଥିଲା।