ଆଚାର୍ଯ୍ୟ ଚାଣକ୍ୟ ପଟଳୀପୁତ୍ର ବିଶାଳ ରାଜ୍ୟ ର ଜଣେ ମହାନ ବିଦ୍ୱାନ ଥିଲେ I ଆଚାର୍ଯ୍ୟ ଚାଣକ୍ୟ ଜଣେ ନ୍ୟାୟପ୍ରିୟ ଓ ଆଦର୍ଶବାଦୀ ଆଚାର୍ଯ୍ୟ ଥିଲେ I ଏବଂ ଏତେ ଦିନ ପରେ ମଧ୍ୟ ଆଜିକା ସମୟ ରେ ଲୋକେ ଏହି ଆଚାର୍ଯ୍ୟ ଚାଣକ୍ୟ ଙ୍କ ର ନୀତି ଆଦର୍ଶ ରେ ଅନୁପ୍ରାଣିତ ହେଇଥାନ୍ତି I
ଶାସ୍ତ୍ର ଅନୁସାରେ ଆପଣ ଙ୍କ ର ଦିନ ର ଆରମ୍ଭ ବହୁତ ଭଲ ହେଇଚି I କିନ୍ତୁ ଅନେକ ସମୟ ରେ ସକାଳ ର ସମୟ ଖରାପ ଯାଇଥାଏ I ତ ପୁରା ଦିନ ଟା ବି ଖରାପ ହେଇଯାଇଥାଏ I ମନୁଷ୍ୟ ତା ଜୀବନ ରେ ଅନେକ ସୁଖ ଓ ଅନେକ ଦୁଃଖ ମଧ୍ୟ ଭୋଗ କରିଥାଏ I
ଚାଣକ୍ୟ ପୁସ୍ତକ ଓ ଚାଣକ୍ୟ ନୀତି ରେ କିଛି ଏପରି କଥା ର ଉଲେଖ ରହିଛି ଯାହା କୁ ଆପଣେଇ ସାରା ଜୀବନ ଆପଣ ଜୀବନ ର ସବୁ ସମସ୍ୟା ରୁ ଉଦ୍ଧାର ପାଇପାରିବା I
ଆଇନା ଦେଖିବା
କିଛି ଲୋକେ ସକାଳୁ ଉଠିବା ମାତ୍ରେ ଆଇନା ଦେଖନ୍ତି I କିନ୍ତୁ ଶାସ୍ତ୍ର ଅନୁସାରେ ସକାଳୁ ଉଠି କେବେ ହେଲେ ଆଇନା ଦେଖିବା ନୁହେଁ I ଏହା ଦ୍ୱାରା ଆପଣ ନକାରାତ୍ମକ ଉର୍ଜା ର ଶିକାର ହେଇଥାନ୍ତି I
ପଶୁ ଙ୍କ ର ଝଗଡା ଦେଖିବା
ସକାଳୁ ଉଠି ଆପଣ ଯଦି ମାଙ୍କଡ଼ , କୁକୁର ଓ ବିଲେଇ ଙ୍କ ର ଝଗଡା ଦେଖନ୍ତି ତେବେ ଜାଣି ରଖନ୍ତୁ କି ପୁରା ଦିନ ଆପଣ ଙ୍କର ନାନା ସମସ୍ୟା ମଧ୍ୟ ଦେଇ ଗତି କରିବ I ଏବଂ ସେହି ଦିନ କିଛି ବଡ଼ ଅଘଟଣ ର ମଧ୍ୟ ଯୋଗ ରହିଥାଏ I
ଅନ୍ୟ କାହାରି ଚେହେରା ଦେଖିବା
ଆଇନା ଛଡା ସକାଳୁ ଉଠି ଆପଣ ଅନ୍ୟ କାହାରି ଚେହେରା ଦେଖିବା ଦ୍ୱାରା ମଧ୍ୟ ଦିନ ଟି ଖରାପ ରେ ବିତିଥାଏ I କେହି ମଧ୍ୟ ଜାଣି ନ ଥାନ୍ତି କି କାହାରି ମୁଖ ଶୁଭ ଓ କାହାରି ମୁଖ କେତେ ଅଶୁଭ ଅଟେ I
ପଶୁ କିମ୍ବା ଗ୍ରାମ ର ନାମ ନେବା
ଯଦି ଆପଣ ସକାଳୁ ଉଠିବା ପରେ ଜଳଖିଆ କରିବା ସମୟ ରେ କୌଣସି ପଶୁ କିମ୍ଭା ଗ୍ରାମ ର ନାମ ନିଅନ୍ତି ତେବେ ମଧ୍ୟ ପୁରା ଦିନ ଟି ଭଲ ରେ ରହି ନ ଥାଏ I ତେଣୁ ସକାଳୁ ସକାଳୁ କୌଣସି ପଶୁ କିମ୍ବା ଗ୍ରାମ ର ନାମ ନିଅନ୍ତୁ ନାହିଁ I