କିସାନ ଙ୍କ ଦୁଃଖ ବୁଝିଲେ ଯବାନ ତରଭୁଜ ବିକ୍ରି ନହେବାରୁ ମାଗଣାରେ ବାଣ୍ଟି ଦେଉଥିଲେ ଚାଷୀ ବଡ ହୃଦୟ ଦେଖେଇ ବଜାର ଦରରେ କିଣିଲା ସେନା ଚାଷୀ ପୁଅର ଦୁଃଖ ବୁଝିଲା ସେନା ବିକ୍ରି ନହେବାରୁ ମାଗଣାରେ ତରଭୁଜ ବିକ୍ରି କରିଦେଉଥିଲେ କୃଷକ| ବଜାର ଦାମ ରେ ସବୁ ତରଭୁଜ କିଣିନେଲେ ସେନା ଅଧିକାରୀ କୃଷକ ଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି | ଲକଡାଉନ କରୋନାରେ ଚାଷୀଙ୍କ ଅବସ୍ଥା କହିଲେ ନସରେ କୋଉଠି ଅଭାବ ର ଶିକାର ହେଉଛନ୍ତି ତ କେଉଁଠାରେ ମାଗଣାରେ ପରିବା ବାଣ୍ଟି ଦେଉଛନ୍ତି ପୁଣି ଆଉ କୋଉଠି ବର୍ଷକର ପରିଶ୍ରମ ଉଜୁଡି ଯିବାରୁ ମୁଣ୍ଡରେ ହାତ ଦେଇ ବସିଛି ଚାଷୀ |
ରାଞ୍ଚୀ ବିଶ୍ୱବିଦ୍ୟାଳୟରେ ସ୍ନାତକ କରିଥିବା 25ବର୍ଷୀୟ ରଞ୍ଜନ କୁମାର 15 ଲକ୍ଷ ଖର୍ଚ୍ଚ କରି 5 ଏକର ଜାଗାରେ ତରଭୁଜ ଚାଷ କରିଥିଲେ | ଲକଡାଉନ ର ପ୍ରଥମ ଲହରୀ ଯିବାପରେ ଅଣ୍ଟା ସଳଖି ତୁଣ୍ଡ ଝାଳ ମୁଣ୍ଡରେ ମାରି ବଡ ବଡ ତରଭୁଜ ଫଲାଇଥିଲେ ତରଭୁଜ ବଡ଼ ବଡ଼ ହୋଇ ଅମଳ କ୍ଷମା ହେବାକୁ ବସିଥିଲା ହେଲେ ଦ୍ୱତୀୟ ଲହର ଯୋଗୁ ରାଜ୍ୟରେ ତୁରନ୍ତ ଲକଡାଉନ ହୋଇଗଲା କଠିନ ପରିଶ୍ରମ କରି ଫଲାଇଥିବା ତରଭୁଜ ବିକ୍ରି କରିପାରିଲେନି ରଞ୍ଜନ |
ତେବେ ବିକ୍ରି ନ ହେବାରୁ ଭାରତୀୟ ସେନାକୁ 5 କୁଇଣ୍ଟାଲ ତରଭୁଜ ମାଗଣା ଦେଇଦେବାକୁ ମନସ୍ତ କରିଥିଲେ | ରଞ୍ଜନ ଏକଥା ଜାଣିବାପରେ ରାମଗଡ଼ ସ୍ତିତ ରେଜିମେଣ୍ଟାଲ ସେଣ୍ଟର ର କମାଣ୍ଡର ଵିକେଡ଼ିଅର ଶ୍ରୀକୁମାର ଙ୍କ ସମେତ ଏସଆରସି ର ଅଧିକାରୀ ରଞ୍ଜନ କୁମାର ଙ୍କ ଦୁଃଖ ବୁଝିପାରିଥିଲେ | ସମସ୍ତ ସେନା ଅଧିକାରୀ ରଞ୍ଜନ ଙ୍କ ପାଳରେ ପହଁଚି ବଜାର ଦରରେ ତରଭୁଜ କିଣିଥିଲେ ତେବେ ଏ ନେଇ ସେନା କହିଛନ୍ତି ଲକଡାଉନ ପାଇଁ ରଞ୍ଜନ ଅଭାବି ବିକ୍ରି ର ଶିକାର ହୋଇଛନ୍ତି ଓ ସେ ସମସ୍ତ ତରଭୁଜ ମାଗଣାରେ ଦେଇ ଦେବାକୁ ପ୍ରସ୍ତାବ ରଖିଥିଲେ ଏ ଖବର ଶୁଣିସାରିଲା ପରେ ଆମେ ତାଙ୍କ ପାଖରୁ ତରଭୁଜ କିଣି ତାଙ୍କୁ ଉଚିତ ଦାମ ଦେଇଚୁ |