ନମସ୍କାର ବନ୍ଧୁଗଣ ଚାହୁଁ ଚାହୁଁ ୧୧ ଦିନ ବିତିଗଲା ଆଉ ଭାଇକୁ ପରକରି ଭାଇ ଚାଲିଗଲା ଦିନ ଥିଲା ୨୪ ତାରିଖ ରାତି ୧୨ ଟା ବାଜି ୩ ମିନିଟ୍ ହଠାତ୍ ଅମ୍ଳାନଙ୍କ ପାଖକୁ ଫୋନ୍ କଲ୍ ଆସିଲା ରିକି ଆଉ ନାହିଁ ହଠାତ୍ ଭାଇର ମୃତ୍ୟୁ ଖବର ଶୁଣି ଅମ୍ଳାନ ଆଶ୍ଚର୍ଯ୍ୟ ହୋଇଗଲା ସତରେ କଣ ରିକି ମତେ ଛାଡ଼ି ଚାଲିଗଲା ଏମିତି କହି ଭୋ ଭୋ କାନ୍ଦି ପକାଇଲେ ଅମ୍ଳାନ ଭାଇର ମୃତ୍ୟୁକୁ ଆଜିବି ବିଶ୍ୱାସ କରୁ ନାହାଁନ୍ତି ପୁରା ଭାଙ୍ଗି ପଡିଛନ୍ତି |
ସେପଟେ ଆଜି ଭାଇର ପୂଜାରେ ବସିଛନ୍ତି ଅମ୍ଳାନ ତାର ଅମର ଆତ୍ମାର ସଦ୍ଗତି ନିମନ୍ତେ ପୂଜା କରୁଥିବା ଦେଖିବାକୁ ମିଳିଛି ଭାଇକୁ ନେଇ କେତେ ଭାବିଥିଲେ ଅମ୍ଳାନ ଭାଇ ପାଇଁ କିଛି କରିବେ ବାପା ଗଲାବେଳେ ଗୋଟିଏ କଥା କହିଥିଲେ ଚିକିରେ ତତେ ରିକି ଲାଗିଲା ହେଲେ ମୁଁ ବାପାଙ୍କୁ ଦେଇଥିବା କଥାକୁ ରଖି ପାରିଲି ନାହିଁ ଭଗଵାନ ମୋ ଭାଇ ତୁମର କଣ ଦୋଷ କରିଥିଲା କେତେ ଜଲ୍ଦୀ ତାକୁ କେଡେବଡ ଶାସ୍ତି ଦେଲ ଆଉ ଏବେ ପରିବାରରେ ଏକମାତ୍ର ଅମ୍ଳାନଙ୍କ ଛଡ଼ା କେହି ନାହାଁନ୍ତି।
ଏବେ ଏକୁଟିଆ ରହିବାକୁ ପଡ଼ିବ ଅମ୍ଳାନଙ୍କୁ ସବୁ ପରିସ୍ଥିତିକୁ ସାମ୍ନା ବି କରିବାକୁ ପଡ଼ିବ କଟକ ଅନ୍ତର୍ଗତ ରାମନବମୀ ତିଥିରେ ଏକାଦଶୀ ପୂଜା ଚାଲିଛି ପୂଜାରେ ବସିଛନ୍ତି ବଡ଼ଭାଇ ଅମ୍ଳାନ ଟିକେ ଭଲକରି ଦେଖନ୍ତୁ ଏହି ଦୃଶ୍ୟକୁ କିଭଳି ଅମ୍ଳାନ ଦୁଃଖରେ ଭାଙ୍ଗି ପଡିଛନ୍ତି ଭାଇକୁ ଝୁରି ଝୁରି ଦୁଃଖରେ ଭାଙ୍ଗି ପଡ଼ିଛି ଅମ୍ଳାନ ଆଗରୁ ମାଆ ଗଲେ ବାପା ଗଲେ ଆଉ ଶେଷରେ ଭାଇ ବି ଛାଡି ଚାଲିଗଲା ଏକୁଟିଆ କରିଦେଇ |
ସମସ୍ତେ ମତେ ଛାଡ଼ି ଆରପାରିକୁ ଚାଲିଗଲେ ମୋ କଥା ଟିକେ ବି କେହି ଭାବିଲେ ନାହିଁ ତୁମେ ଯେଉଁଠି ବି ଥାଅ ଭଲରେ ଥାଅ ଖାଲି ତୁମମାନଙ୍କ ଆଶ୍ରିବାଦ ମୋ ଉପରେ ରହିଥାଉ ମିସ ୟୁ ରିକି ତୁ ମୋର ସବୁବେଳେ ମନେ ପଡ଼ିବୁ ସବୁବେଳେ ତୋର ସେହି ଭାଇ ଡାକ ମନେ ପଡ଼ିବ ମୁଁ ଯେତେଦିନ ରହିବି ତୋ ଫଟୋକୁ ଦେଖି ବଞ୍ଚିବି ଆଉ ତୋର ମୋର ମିଶିକି ବୁଲାବୁଲି ଏକଥା ସବୁ ମୋର ମନେ ପଡ଼ିବ ମୋର ତୁ ସବୁଦିନ ପାଇଁ ମନେ ରହିବୁ ମିସ୍ ୟୁ ରିକି ମିସ୍ ୟୁ।