ଆଜିକା ସମୟ ରେ ପ୍ରତୋକ ଲୋକେ ଗୋରା ହେବାକୁ ଚାହିଁଥାନ୍ତି I ଆଜିକା ଵ୍ୟସ୍ତବହୁଳତା ସମାଜ ରେ ପ୍ରତୋକ ଲୋକେ ନିଜ ର ସୁନ୍ଦରତା କୁ ବିଶେଷ ପ୍ରାଧାନ୍ୟ ଦେଇଥାନ୍ତି I ଆପଣ ସର୍ବଦା ଏହା ଚାହିଁଥାନ୍ତି କି କିପରି ଗୋରା ହେବେ I ଅନେକ ଲୋକେ ନିଜ ର ସୁନ୍ଦରତା ବୃଦ୍ଧି କରିବା କୁ ଯାଇ ବଜାର ରେ ମିଳୁଥିବା ବ୍ୟୁଟି ପ୍ରଡକ୍ଟ କିଣିଥାନ୍ତି I ସେହିପରି ଅନେକ ଲୋକେ ଡାକ୍ତର ଙ୍କ ର ପରାମର୍ଶ ମଧ୍ୟ ନେଇଥାନ୍ତି I
କିନ୍ତୁ ଅନେକ ସମୟ ରେ ଆପଣ ବଜାର ର ବ୍ୟୁଟି ପ୍ରଡକ୍ଟ ବ୍ୟବହାର କରିବା ଦ୍ୱାରା ଏହା ସାଇଡ ଇଫେକ୍ଟ ର ଆଶଙ୍କା ଅଧିକ ରହିଥାଏ I ତେବେ ଆଜି ଆମେ ଏଠାରେ କିଛି ଘରୋଇ ଉପଚାର ବିଷୟ ରେ ଆଲୋଚନା କରିବା I ଯାହା କୁ ଆପଣେଇ ଆପଣ ଗୋରା ହେଇପାରିବେ I
ପ୍ରଥମ ଉପାୟ
ପ୍ରଥମେ ଚେହେରା କୁ ସଫା ପାଣି ରେ ଧୋଇ ଦିଅନ୍ତୁ I ଏହା ପରେ ଏକ ପାତ୍ର ରେ କଞ୍ଚା କ୍ଷୀର ନେଇଯାନ୍ତୁ ଏବଂ ନିଜ ତ୍ୱଚା ରେ ଲଗାନ୍ତୁ I ଏହି କ୍ଷୀର ରେ ଆପଣ ତିନି ରୁ ପାଞ୍ଚ ବୁନ୍ଦା ଗୋଲାପ ଜଳ ମଧ୍ୟ ପକାଇ ପାରିବେ ଏବଂ ଏକ ଚାମଚ ଚନ୍ଦନ ପାଉଡର ଓ ଏକ ଚାମଚ ବେସନ ଲଗାଇ ପାରିବେ I ଏହି ମିଶ୍ରଣ ରେ ଆପଣ ଆବଶ୍ୟକତା ଅନୁସାରେ ପାଣି ମିସାଇବେ I ଏହି ମିଶ୍ରଣ କୁ ଆପଣ ନିଜ ତ୍ୱଚା ରେ ଲଗାଇ 15 ମିନିଟ ରଖନ୍ତୁ I କିଛି ଦିନ ର ବ୍ୟବହାର ପରେ ଆପଣ ନିଜ ତ୍ୱଚା ରେ ଫରକ ଦେଖିପାରିବେ I
ଦ୍ୱିତୀୟ ଉପାୟ
ଏହି ଉପାୟ ରେ ଏକ କପ ରେ ଆପଣ ଏକ ଚାମଚ ମଲେଇ ନିଅନ୍ତୁ , ଏଥିରେ ସାମାନ୍ୟ ମହୁ ମିଶାଇ ଦିଅନ୍ତୁ I ଏଥିରେ କିଛି ଲେମ୍ବୁ ରସ ମଧ୍ୟ ପକାଇ ଦିଅନ୍ତୁ I ସଫା ପାଣି ରେ ମୁହଁ ଧୋଇ ସାରିବା ପରେ ଏହି ମିଶ୍ରଣ କୁ ନିଜ ତ୍ୱଚା ରେ ଲଗାନ୍ତୁ I ପ୍ରାୟ ଅଧ ଘଣ୍ଟା ଲଗାଇ ରଖିବା ପରେ ଧୋଇ ଦିଅନ୍ତୁ I ଏହା କୁ ଆପଣ ସପ୍ତାହ କୁ ତିନି ଥର ବ୍ୟବହାର କରନ୍ତୁ ଦେଖିବେ ଆପଣ ଙ୍କ ର ତ୍ୱଚା ରେ ଫରକ ଆସିବା ଆରମ୍ଭ ହେବ I
ଏହି ସବୁ ଘରୋଇ ଉପାୟ କୁ କିଛି ସପ୍ତାହ ବ୍ୟବହାର ପରେ ହିଁ ଆପଣ ଏହା ର ଫରକ ଦେଖିପାରିବେ I