Weather Update: ବଙ୍ଗୋପସାଗର ଘୁର୍ଣ୍ଣିବଳୟ 25ରୁ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ ପ୍ରବଳ ବର୍ଷା, ପାଣିପାଗ ବିଭାଗ ଦେଲେ ସୂଚନା

ନମସ୍କାର ବନ୍ଧୁଗଣ ଆସୁଛି ସିରିଜ୍ ଘୂର୍ଣ୍ଣିବଳୟ ଆଗାମୀ ୧୦ ଦିନ ଯାଏଁ ପ୍ରବଳ ବର୍ଷାର ସମ୍ଭାବନା। ବଙ୍ଗୋପସାଗରକୁ ଆସୁଛି ସିରିଜ୍ ଘୂର୍ଣ୍ଣିବଳୟ, ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଏହିସବୁ ଜିଲ୍ଲାକୁ ସତର୍କ ସୂଚନା। ବଙ୍ଗୋସାଗରକୁ ଆସୁଛି ସିରିଜ୍ ଘୂର୍ଣ୍ଣିବଳୟ ଯାହାର ପ୍ରଭାବରେ ଯାହା ଫଳରେ ଆସନ୍ତା ୧୦ ଦିନ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି, ତେବେ ସେଣ୍ଟର୍ ଫର୍ ଇନ୍ଭ୍ୟାରିମେଣ୍ଟ କ୍ଲାଇମେଟ୍ ପକ୍ଷରୁ ଏହି ଆକଳନ କରାଯାଇଛି।

ଦକ୍ଷିଣ ଚିନ୍ ସାଗରରୁ ଏହି ଘୂର୍ଣ୍ଣିବଳୟ ଆସୁଛି ଯାହାର ପ୍ରଭାବରେ ଆସନ୍ତା ୨୫ ଏବଂ ୨୮ ତାରିଖରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ଆଶଙ୍କା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଦକ୍ଷିଣ ଚିନ୍ ସାଗରରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପଶ୍ଚିମାଞ୍ଚଳ, ମୀୟାମାର୍ ଏବଂ ଥାଇଲ୍ୟାଣ୍ଡ ଦେଇ ବଙ୍ଗୋପସାଗରରେ ପହଞ୍ଚିବ।

୨୪ ତାରିଖରେ ଆସୁଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ବଙ୍ଗୋପସାଗରରେ ୨୫ ତାରିଖରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ସେହିପରି ୨୬ ତାରିଖରେ ସୃଷ୍ଟି ହେବାକୁ ଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୨୮ ତାରିଖରେ ଉତ୍ତର ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ବନ୍ୟା ହେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଦକ୍ଷିଣ ଚୀନ୍ ସାଗରରୁ ବଙ୍ଗୋପ ସାଗରକୁ ଆସୁଥିବା ଏକ ଘୂର୍ଣ୍ଣିବଳୟ ବର୍ତ୍ତମାନ ଉତ୍ତର ପଶ୍ଚିମ ଦିଗରେ ରହିଛି। ଏହାର ପ୍ରଭାବରେ ରବିବାର ଠାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ସେପ୍ଟେମ୍ୱର ୨୦, ୨୧ ଏବଂ ୨୨ ତାରିଖରେ ଭଦ୍ରକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ସୁନ୍ଦରଗଡ଼, ସୁବର୍ଣ୍ଣପୁର, ବୌଦ୍ଧ ଏବଂ ସମ୍ବଲପୁର ଜିଲ୍ଲାରେ ବର୍ଷା ହେବ।

ସେହିପରି ଦକ୍ଷିଣ ଚୀନ୍ ସାଗରରୁ ଆସୁଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ସେପ୍ଟେମ୍ୱର ୨୫ ରେ ଆଉ ଏକ ଲଘୁଚାପ ସୃଷ୍ଟି ହେବ ଏହା ୨୬ ତାରିଖରେ ଅବପାତର ରୂପ ନେବ। ୨୬ ଓ ୨୭ ତାରିଖରେ ଏହାର ପ୍ରଭାବ ଉପକୁଳ ଓ ଉତ୍ତର ଓଡ଼ିଶାର ନିକଟବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଦେଖିବାକୁ ମିଳିବ। ସେପ୍ଟେମ୍ୱର ୨୬ ତାରିଖରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇ ସେପ୍ଟେମ୍ୱର ୨୮ ତାରିଖରେ ଏହା ଲଘୁଚାପର ରୂପ ନେବ। ଏହାର ପ୍ରଭାବରେ ସେପ୍ଟେମ୍ୱର ୨୮ ରୁ ୩୦ ପର୍ଯ୍ୟନ୍ତ ଉପକୁଳ ଓଡ଼ିଶାରେ ପ୍ରବଳ ବର୍ଷା ହେବ ଏବଂ ଏହା ଅବପାତର ରୂପ ନେଇ ବାଲେଶ୍ଵର ଦେଇ ଗତି କରିବ। ଏହାର ପ୍ରଭାବରେ ବନ୍ୟା ହେବାର ମଧ୍ୟ ଆଶଙ୍କା ରହିଛି।