ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡ଼ିଆ ଇଣ୍ଡଷ୍ଟ୍ରି ବେଶ୍ ଲୋକ ପ୍ରିୟ ହୋଇ ପାରିଛି । ଏହି ଓଡ଼ିଆ ଇଣ୍ଡଷ୍ଟ୍ରି ଆଜି ଲୋକ ପ୍ରିୟ ହେବା ର କାରଣ ହେଲା କିଛି ବରିଷ୍ଠ ଅଭିନେତା ମାନଙ୍କ ପାଇଁ । ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଅନେକ ବରିଷ୍ଠ ଲୋକ ପ୍ରିୟ ଅଭିନେତା ଥିଲେ ଓ ଏହି ଅଭିନେତା ମାନେ ନିଜ ଜବରଦସ୍ତ ଅଭିନୟ ପାଇଁ ଓଡ଼ିଶା ରେ ଘର ଘରେ ପରିଚିତ ହୋଇ ପାରିଥିଲେ । ଏହି ବରିଷ୍ଠ ଅଭିନେତା ମାନେ ବର୍ତ୍ତମାନ ସମୟ ରେ ଆଉ ନାହାଁନ୍ତି ସେମାନେ ସବୁ ଦିନ ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ଓ ଏହି ଦୁନିଆ କୁ ବିଦାୟ ଦେଇ ସଦା ସର୍ବଦା ଆର ପାରି କୁ ଚାଲି ଯାଇଛନ୍ତି |
ଓ ଆଜି ଆମେ ସେହିଭଳି ଜଣେ ଅଭିନେତା ଙ୍କ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମରେ । ଆମେ ଆଜି ଯେଉଁ ଅଭିନେତା ଙ୍କ ବିଷୟ ରେ ଜାଣିବା ସେ ହେଉଛନ୍ତି ଜଣେ ଅଲରାଉଣ୍ଡର । ବନ୍ଧୁଗଣ ଏହି ଅଭିନେତା ଜଣକ ହେଉଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ବରିଷ୍ଠ ଅଭିନେତା ସ୍ବର୍ଗତ ଅଜିତ ଦାସ , ଓଡ଼ିଆ ଇଣ୍ଡଷ୍ଟ୍ରି ର ଏହି ଅଭିନେତା ଜଣକ ଅଲରାଉଣ୍ଡର ଯିଏ କି ଭିନ୍ନ ଭିନ୍ନ ଚରିତ୍ର ରେ ନଜର ଆସି ଅନେକ ଚଳଚ୍ଚିତ୍ର ଓ ଧାରାବାହିକ ରେ । ଆପଣ ମାନେ ନିଶ୍ଚୟ ତାଙ୍କ ଜବରଦସ୍ତ ଅଭିନୟ ଦେଖିଥିବେ । ଯୁବାବସ୍ଥା ସମୟ ରେ ମୁଖ୍ୟ ଅଭିନେତା ଭାବେ ନଜର ଆସୁଥିଲେ ।
ଏହି ଅଭିନେତା ଜଣକ ଦୀର୍ଘ ବର୍ଷ ହେବ ଓଡ଼ିଆ ଇଣ୍ଡଷ୍ଟ୍ରି ରେ କାମ କରି ଆସୁଥିଲେ ବୟସ ହୋଇ ଯିବା ପରେ ମଧ୍ୟ ସେ ଅଭିନୟ ଜାରୀ ରଖିଥିଲେ । ଅଭିନୟ ଫଳ ରେ ନିଜେ ଲୋକ ପ୍ରିୟ ହେବା ସହିତ ଓଡ଼ିଆ ଇଣ୍ଡଷ୍ଟ୍ରି କୁ ମଧ୍ୟ ଲୋକ ପ୍ରିୟ କରାଇ ପାରିଛନ୍ତି ନିଜ ଅଭିନୟ ଦେଖାଇ । ଅଭିନୟ ଜୀବନୀ ମଧ୍ୟ ରେ ସେ ବହୁ ସାରା ଚଳଚ୍ଚିତ୍ର , ଧାରାବାହିକ ଓ ଅନେକ ଯାତ୍ରା ରେ ନିର୍ଦ୍ଦେଶନା ଦେଇଛନ୍ତି । ସ୍ବର୍ଗତ ଅଜିତ ଦାସ ଆମ ଠାରୁ ଦୂରେଇ ଯିବା ର ଅନେକ ଦିନ ହୋଇ ଗଲାଣି ।
ଏହି ଅଭିନେତା ଜଣକ ଯିବା ପୁର୍ବ ରୁ ଅନେକ ଯୁବକ ମାନ ଙ୍କୁ ଅଭିନୟ ଶିଖାଇ ଛନ୍ତି ଓ ତାଙ୍କ ଶିଷ୍ୟ ମାନେ ବର୍ତ୍ତମାନ ସମୟ ରେ କାମ କରୁଛନ୍ତି ଓଡ଼ିଆ ଇଣ୍ଡଷ୍ଟ୍ରି ରେ । ଓଡ଼ିଆ ଇଣ୍ଡଷ୍ଟ୍ରି କୁ ସେ ସାରା ଭାରତ ରେ ପରିଚିତ କରାଇବା ପାଇଁ ପ୍ରୟାସ କରିଥିଲେ କିନ୍ତୁ ତାଙ୍କ ସ୍ବପ୍ନ ଅଧା ରେ ରହିଗଲା । ବର୍ତ୍ତମାନ ସମୟ ରେ ଅଜିତ ଦାସ ଙ୍କ ଇନଷ୍ଟିଚ୍ୟୁଟ କୁ ତାଙ୍କ ପତ୍ନୀ ସମ୍ଭାଳିଛନ୍ତି।
ସେ ବର୍ତ୍ତମାନ ସମୟ ରେ ଅଜିତ ଦାସ ଙ୍କୁ ମନେ ପକାଇ ଅନେକ କିଛି କଥା କହିଛନ୍ତି , ସ୍ବାମୀ ଙ୍କ ସ୍ବପ୍ନ କୁ ସେ ନିଶ୍ଚିନ୍ତ ଭାବ ରେ ପୂରଣ କରିବେ , ସବୁଠୁ ଭଲ କଥା କହିଛନ୍ତି ଯେ ଏକାଠି ଯିବା କୁ କହି ଏକଲା ପଳାଇଲେ ମୋତେ ଛାଡ଼ିକି ।