ଏବେ ଏବେ ଆସିଲା ବଡ ଖବର, ହେ ପ୍ରଭୁ Madi ଆସୁଛି ଭୟଙ୍କର ବନ୍ୟା, ହୀରାକୁଦର ଖୋଲିବ ଏତେଟି ଗେଟ, ଦେଖନ୍ତୁ ପୁରା ଖବର…

ନମସ୍କାର ବନ୍ଧୁଗଣ ଓଡିଶାରେ ଏବେ ବନ୍ୟାର ସ୍ଥିତି ଭୟାବହ ଆଜି ରାତି ସୁଦ୍ଧା ହୀରାକୁଦରୁ ୪୦ଟି ଗେଟ୍ ଦେଇ ନିଷ୍କାସନ ହେବ ଜଳ ତେବେ ଆସନ୍ତୁ ଜାଣିବା ଓଡ଼ିଶାର କେଉଁ କେଉଁ ଜିଲ୍ଲାରେ ବନ୍ୟାର ସ୍ଥିତି ଭୟାବହ ରହିଛି। ତେବେ ଅସମ୍ଭାଳ ହେଉଛି ସ୍ଥିତି ତଳିଆ ଅଞ୍ଚଳରେ ବନ୍ୟା ପାଣି ବଢୁଥିବା ବେଳେ ଚିନ୍ତା ବଢାଇଲାଣି ହୀରାକୁଦ ଡ୍ୟାମ ଆଜି ଅପରାହ୍ନରେ ହୀରାକୁଦର ଆଉ ୫ଟି ଗେଟ୍ ଖୋଲିଛି |

ବର୍ତ୍ତମାନ ୩୧ ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି ଆଜି ପର୍ଯ୍ୟାୟ କ୍ରମରେ ଆଉ ୪ଟି ଗେଟ୍ ମଧ୍ୟ କିଛି ସମୟ ପରେ ଖୋଲାଯିବ ତେବେ ଯଦି ୯ ଗେଟ୍ ଖୋଲେ ତାହେଲେ ମୋଟ ୪୦ ଟି ଗେଟ୍ ଦେଇ ପାଣି ନିଷ୍କାସିତ ହେବ ଏହାକୁ ନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ତେବେ ବିଜୟ ମିଶ୍ରଙ୍କ କହିବା ଅନୁସାରେ ସ୍ଥିତି ଦେଖି ଓ ଟେକ୍ନିକାଲ୍ କମିଟି ସହ କଥା ହୋଇ ନିଷ୍ପତ୍ତି ନିଆଯାଇଛି |

ବନ୍ୟା ନିୟନ୍ତ୍ରଣ କରିବାକୁ ଜଳଭଣ୍ଡାର ନିର୍ମାଣ କରାଯାଇଥାଏ ନିୟନ୍ତ୍ରଣ ପାଇଁ ଟେକ୍ନିକାଲ୍ କମିଟି ନିଷ୍ପତ୍ତି ଅନୁସାରେ ହିଁ କାର୍ଯ୍ୟ ହେଉଛି ୪୦ ଟି ଗେଟ୍ ଖୋଲିବା ନିଷ୍ପତ୍ତିରେ ଛତିଶଗଡର କିଛି ଭୂମିକା ନାହିଁ ତେବେ ଗେଟ୍ ଖୋଲିବାରେ ଛତିଶଗଡ ସହ କିଛି ସମ୍ପର୍କ ନାହିଁ ବୋଲି କୁହାଯାଇଛି।

ଅନ୍ୟପକ୍ଷରେ ତେଲ ନଦୀ ଓ ଅନ୍ୟାନ୍ୟ ନଦୀର ଜଳସ୍ତର କମିଲାଣି ତଳିଆ ଅଞ୍ଚଳର ସ୍ଥିତି ଦେଖିବି ୪୦ ଟି ଗେଟ୍ ଖୋଲିବାକୁ ନିଷ୍ପତ୍ତି ହୋଇଛି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ କହିଛନ୍ତି ତେବେ ହୀରାକୁଦରୁ ୪୦ ଟି ଗେଟ୍ ରେ ଜଳ ନିଷ୍କାସିତ ହେଲେ ସେହି ପାଣି ଶୁକ୍ରବାର ମୁଣ୍ଡୁଳିରେ ପହଞ୍ଚିବ ବୋଲି ସେ କହିଛନ୍ତି |

ଏକ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କର ସମୀକ୍ଷା ବୈଠକ ପରେ ସ୍ବତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା କହିଥିଲେ ସନ୍ଧ୍ୟାରେ ମୁଣ୍ଡୁଳିରେ ସାଢେ଼ ୧୧ ଲକ୍ଷ କ୍ୟୁସେକ ବନ୍ୟା ଜଳ ପ୍ରବାହିତ ହେବ ତେବେ ଦେଖନ୍ତି ବର୍ତମାନ ସମୟରେ ଓଡିଶାରେ ଯେଉଁ ବନ୍ୟାର ପରିସ୍ଥିତି ରହିଛି ତାହା ଭୟାବହ ହେଲାଣି ଯଦି ୪୦ ଟି ଗେଟ୍ ଖୋଲାଯାଏ ତେବେ ଏହାର ସ୍ଥିତି ଆହୁରି ଭୟଙ୍କର ହେବାକୁ ଲାଗିପାରେ।