ଏବେ ଏବେ ଆସିଲା ଆଉ ଏକ ଦୁଃଖ ଖବର, ଏହି ଓଡ଼ିଆ Heroineଙ୍କ ମୃତ୍ୟୁରେ କାନ୍ଦିଲେ ସବୁ ଓଡ଼ିଆ କଳାକାର

ପୁଣି ଥରେ ଓଲିଉଡ ଇଣ୍ଡଷ୍ଟ୍ରିରୁ ଆସିଛି ଆଉ ଏକ ଦୁଃଖ ଖବର ଆସିଛି ଆରପରିରେ ଓଡ଼ିଆ ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ମହାପାତ୍ର। ୮୬ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ଶଯ୍ୟା ନିକଟରେ ପୁତ୍ର ତଥା ଗୁରୁ ରତିକାନ୍ତ ମହାପାତ୍ର ଓ ପରିବାରର ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଲକ୍ଷ୍ମୀପ୍ରିୟା ମହାପାତ୍ର ଅନେକ ସିନେମାରେ ଅଭିନୟ କରିଛନ୍ତି, ଯାହାକି ଇତିହାସ ରଚନା କରିଛି।

ସେଠି ମଧ୍ୟରେ ରହିଛି ସୂର୍ଯ୍ୟମୁଖୀ, ମାଣିକ ଯୋଡ଼ି, ଅମୋଡ଼ା ବାଟ, ମଲା ଜହ୍ନ ଆଦି ଅନେକ ଚଳଚ୍ଚିତ୍ର ସେ ତାଙ୍କ ଅଭିନୟର ଛାପ ଛାଡ଼ି ଯାଇଛନ୍ତି। ଲକ୍ଷ୍ମୀପ୍ରିୟା ବୋହୁତ ଲୋକ ପ୍ରିୟ ନାଟକରେ ମଧ୍ୟ ଅଭିନୟ କରିଛନ୍ତି। ସେଥି ମଧ୍ୟରୁ ମ୍ୟାନେଜର, ବରଷା, ତଅପୋଇ, ମୁଲିଆ,କଳା ପାହାଡ଼, ଜହର, ଦଶାବତାର, ସାଧବ ଝିଅ ଆଦି ଅନ୍ୟତମ।

ପିଲାଟି ଦିନରୁ ତାଙ୍କର ଅଭିନୟ ପ୍ରତି ରହିଛି ଅନେକ ରୁଚି। ରାତି ୧୦ ଏବଂ ୧୧ ଟା ମଧ୍ୟରେ ଭୀମ ଟାଙ୍ଗେ ସ୍ଥିତ ବାସ ଭବନରେ ସେ ନିଜର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କର ଅବର୍ତ୍ତମାନରେ ସୁଜନ,ପରିବାର ଓ ଓଡ଼ିଶୀ ନୃତ୍ୟ ସହ ଯୋଡ଼ିହୋଇ ରହିଥିବା କଳାକାର ଓ ଶିଳ୍ପୀମାନେ ଆଜି ମାଙ୍କୁ ମାନେ ପକାଇ ଝୁରି ହେଉଛନ୍ତି। ଏବଂ ଓଡ଼ିଆ ଇଣ୍ଡଷ୍ଟ୍ରିର ଅନେକ କଳାକାର ମଧ୍ୟ ତାଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି।