ଭୟଙ୍କର ବେଗରେ ମାଡ଼ି ଆସିଛି ବାତ୍ୟା। ଓଡ଼ିଶାରେ କରିବ ମହା ତାଣ୍ଡବ ଏହାକୁ ପାଣିପାଗ ବିଭାଗ ଜାରୀ କରିଲା କିଛିଟା ନୂଆ ସୂଚନା। ପୁଣି କେଉଁଠି ଲ୍ୟାଣ୍ଡଫଲ୍ କରିବ ବାତ୍ୟା ୟସ୍ ତାହାକୁ ନେଇ ପାଣିପାଗ ବିଭାଗ କିଛିଟା ବଡ଼ ସୂଚନା ଜାରୀକରିଛି। ଆଜିଠୁ ରାଜ୍ୟର କିଛି ସ୍ଥାନରେ କାଳ ବୈଶାଖୀର ସମ୍ଭାବନା। ଭାରତୀୟ ପାଣିପାଗ ବିଭାଗ ତରଫରୁ ଆଉ ଏକ ସୂଚନା ଜାରୀ ହୋଇଛି ଯାହାକି ବାତ୍ୟା ୟସ୍ ପୁଣି କେଉଁଠି ଲ୍ୟାଣ୍ଡଫଲ୍ କରିବ ତାହାର କିଛି ସୂଚନା ଦେଇଛି।
ପୂର୍ବରୁ ଏହା ଓଡ଼ିଶା ଏବଂ ପଶ୍ଚମବଙ୍ଗରେ ମାଡ଼ ହେବ ବୋଲି ସୂଚନା ଦେଇଛି ଯାହାକି ଓଡ଼ିଶାର ବାଲେଶ୍ଵର ଓ ପଶ୍ଚିମବଙ୍ଗ କୋଉଠି ନା କୋଉଠି ସ୍ଥଳଭାଗ ଛୁଇଁବ ବୋଲି ସୂଚନା ଦେଇଥିଲେ। କିନ୍ତୁ ଆଉ ଗୋଟେ ନୂଆ ସୂଚନା ପାଣିପାଗ ବିଭାଗ ଜାରୀ କରିଛି। ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଉତ୍ତର ଓଡ଼ିଶା ସମେତ ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଯଦି ଏହା ବାଂଲାଦେଶ ଆଡ଼କୁ ମୁହାଁଏ ତେବେ ଏହା ଓଡ଼ିଶା ପ୍ରତି କାମ ପ୍ରଭାବ ପକାଇବ ବୋଲି କୁହାଯାଉଛି। ସେପଟେ କୁହାଯାଇଛି କି ଆସନ୍ତା ୨୫ ତାରିଖରୁ ଏହାର ପ୍ରଭାବ ଦେଖିବାକୁ ମିଳିବ।
ଆଜି ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା ଦେଖିବାପାଇଁ ମିଳିବ। ଏହାସହ ପାରାଦ୍ଵୀପ, ବାଲେଶ୍ଵର ଏବଂ ଭଦ୍ରକ ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଏହି ସବୁ ଅଞ୍ଚଳ ମାନଙ୍କରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୨୬ ତାରିଖ ସନ୍ଧ୍ୟା ସମୟରେ ଏହା ଲ୍ୟାଣ୍ଡଫଲ୍ ହେବାର କିଛିଟା ବଡ ସୂଚନା ଜାରୀ ହୋଇଛି। ଆସନ୍ତା ୨୩ ତାରିଖବେଳକୁ ଲଘୁଚାପ କ୍ଷେତ୍ର ସୃଷ୍ଟି ହେଲାପରେ ଏହା କେଉଁ ଆଡ଼କୁ ଗତି କରିବ ଓ କେତେ ଶକ୍ତିଶାଳୀ ହେବା ସହିତ ଏହାର ସ୍ଥିତି କଣ ରହିବ ତାହା ଉପରେ ସଂପୂର୍ଣ୍ଣ ଖବର ଆସିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶାର SRC ମଧ୍ୟ ଓଡ଼ିଶାକୁ ନେଇ ସତର୍କ ସୂଚନା ଜାରି କରିଛନ୍ତି।
ଲୋକମାନଙ୍କୁ ସର୍ବପ୍ରଥମେ ଭୟଭୀତ ନ ହେବାପାଇଁ SRC ସୂଚନା ଦେଇଛନ୍ତି। ଏହାସହ ଜିଲ୍ଲାପାଳ ଓ ଜିଲ୍ଲା ପ୍ରଶାସକୁ ସ୍ଥିତି ଉପରେ ନଜର ରଖିବାକୁ କୁହାଯାଇଛି। ୨୩ ତାରିଖ ପୂର୍ବରୁ ମତ୍ସ୍ୟଜୀବୀମାନେ ସମୁଦ୍ରରୁ ଫେରିଆସନ୍ତୁ ବୋଲି ସତର୍କ କାରିଦିଆ ଯାଇଛି। ୨୭-୨୮ ତାରିଖ ମଧ୍ୟରେ ସମୁଦ୍ରକୁ କେହି ନ ଯାଆନ୍ତୁ ବୋଲି ଜିଲ୍ଲା ଉପକୁଳ ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ଆଜିଠାରୁ ଦୁଇଦିନ କାଳ ବୈଶାଖୀର ସମ୍ଭାବନା ରହିଛି। ବିଶେଷ କରି ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ,ଯାଜପୁର,କେନ୍ଦୁଝର,କଳାହାଣ୍ଡି,କନ୍ଧମାଳ,ନୂଆପଡ଼ା, କୋରାପୁଟ,ବଲାଙ୍ଗୀର,ମାଲକାନଗିରି, ସୁନ୍ଦରଗଡ଼,ଦେବଗଡ଼,ସମ୍ବଲପୁର,ଝାରସୁଗୁଡ଼ା ଏବଂ ବରଗଡ ଜିଲ୍ଲା ପାଇଁ ୟେଲୋ ୱାରନିଂ ଜାରୀ ହୋଇଛି।
ଏବେ ଏବେ ଆସିଲା ଆଉ ଏକ ବଡ ଖବର ଦିଗ ବଦଳିଲା ବାତ୍ୟା ‘Yaas’, ଏବେ ଏମିତି ରହିବ ପ୍ରଭାବ
